ସାମ୍ନାକୁ ଆସିଲା ବର୍ଡ଼ର୍-2 ରିଲିଜ୍ ଡେଟ୍, ନୂଆ ଅବତାରରେ ନଜର ଆସିବେ ସନ୍ନି ଦେଓଲ

ସନ୍ନି ଦେଓଲ୍ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ନିକଟରେ ଅଭିନେତାଙ୍କ ଆଗାମୀ ଚଳଚ୍ଚିତ୍ର ‘ବର୍ଡର-2’ ର ସୁଟିଂ ଆରମ୍ଭ ହୋଇଛି । ତେବେ ବର୍ତ୍ତମାନ ଫିଲ୍ମର ରିଲିଜ୍ ଡେଟ୍ ଘୋଷଣା ହୋଇଛି । ଏହି ଫିଲ୍ମ ଆସନ୍ତା ବର୍ଷ ଜାନୁଆରୀ ୨୩ରେ ରିଲିଜ୍ ହେବ । ନିର୍ଦ୍ଦେଶକ ଅନୁରାଗ ସିଂଙ୍କ ଫିଲ୍ମ ‘ବର୍ଡର ୨’ରେ ମୁଖ୍ୟ ଭୂମିକାରେ ବରୁଣ ଧାୱନ, ଦିଲଜିତ ଦୋସଞ୍ଜ ଏବଂ ଅହାନ ଶେଟ୍ଟୀ ପ୍ରମୁଖ ଅଭିନୟ କରିଛନ୍ତି । ଏହା ଜେପି ଦତ୍ତଙ୍କ ୧୯୯୭ କ୍ରାଇମ ଡ୍ରାମା ଫିଲ୍ମ ବର୍ଡର ସିକ୍ୱେଲ ହେବାକୁ ଯାଉଛି । ନିର୍ମାତାମାନେ ଇନଷ୍ଟାଗ୍ରାମରେ ସେଟରୁ କ୍ଲାପବୋର୍ଡର ଏକ ଫଟୋ ସେୟାର କରିଥିଲେ ।

 

View this post on Instagram

 

A post shared by tseriesfilms (@tseriesfilms)

ରିପୋର୍ଟ ଅନୁଯାୟୀ ‘ବର୍ଡର୍ 2’ ଦେଶପ୍ରେମ ଏବଂ ସାହସର ପୃଷ୍ଠଭୂମି ଉପରେ ଆଧାରିତ ହେବାକୁ ଯାଉଛି । ସେପ୍ଟେମ୍ବରରେ ସନ୍ନି ଦେଓଲ୍ ୧୯୯୭ର ବ୍ଲକବଷ୍ଟରର ୨୭ ତମ ରିଲିଜ୍ ବାର୍ଷିକୀରେ ବର୍ଡର ସିକ୍ୱେଲ୍ ଘୋଷଣା କରିଥିଲେ । ସେ ଲେଖିଛନ୍ତି, ‘ଦୀର୍ଘ ୨୭ ବର୍ଷ ପୁରୁଣା ପ୍ରତିଶ୍ରୁତି ପୂରଣ କରିବାକୁ ପୁଣି ଜଣେ ସୈନିକ ଆସୁଛନ୍ତି । ଭାରତର ସବୁଠାରୁ ବଡ ଯୁଦ୍ଧ ଚଳଚ୍ଚିତ୍ର ‘ବର୍ଡର ୨’। ୧୯୭୧ ଭାରତ-ପାକିସ୍ଥାନ ଯୁଦ୍ଧରେ ଲୋଙ୍ଗେୱାଲା ଯୁଦ୍ଧର ଘଟଣା ଉପରେ ଆଧାର କରି ସୁନୀଲ ଶେଟ୍ଟି, ଜ୍ୟାକି ଶ୍ରଫ, ଅକ୍ଷୟ ଖାନ୍ନା, ସୁଦେଶ ବେରୀ ଏବଂ ପୁନିତ ଇସରଙ୍କ ସହ ସନି ଦେଓଲ ଅଭିନୟ କରିଥିଲେ ।

କୁଲଭୂଷଣ ଖାରବାଣ୍ଡା, ତବୁ, ରାଖୀ, ପୂଜା ଭଟ୍ଟ ଏବଂ ଶରବାଣୀ ମୁଖାର୍ଜୀ ମଧ୍ୟ ଏହି ଚଳଚ୍ଚିତ୍ରର ଅଂଶ ଥିଲେ । ବର୍ତ୍ତମାନ ଏହି ଚଳଚ୍ଚିତ୍ରର ସିକ୍ୱେଲରେ କିଛି ନୂଆ କଳାକାରଙ୍କୁ ଯୋଡି ଦିଆଯାଇଛି । ବର୍ଡର-୨ରେ ସୁନୀଲ ଶେଟ୍ଟୀଙ୍କ ପୁଅ ଅହାନ ଶେଟ୍ଟୀ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଆହାନ୍ ଏନେଇ ବହୁତ ଉତ୍ସାହିତ ଅଛନ୍ତି ଏବଂ ଏହାକୁ ନିଜ ଇନଷ୍ଟାଗ୍ରାମରେ ମଧ୍ୟ ସେୟାର କରିଛନ୍ତି । ନିକଟରେ ଅହାନ୍ ଶେଟ୍ଟୀ ଏକ ପୋଷ୍ଟ ସେୟାର କରିଥିଲେ ଏବଂ ଏହି ଚଳଚ୍ଚିତ୍ର ସହ ଜଡିତ ହେବାର ସୌଭାଗ୍ୟ ପ୍ରକାଶ କରିଥିଲେ ।

ଅହାନ୍ ଶେଟ୍ଟୀଙ୍କ ପିତା ସୁନୀଲ ଶେଟ୍ଟୀ ଫିଲ୍ମ ବର୍ଡରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ । ଅହାନଙ୍କ ସହ ବରୁଣ ଧୱନ ଏବଂ ଦିଲଜିତ ଦୋସାଞ୍ଜ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । କିନ୍ତୁ ଚଳଚ୍ଚିତ୍ରର ସମସ୍ତେ ଦାୟିତ୍ୱ ସନି ଦେଓଲଙ୍କର ରହିଛି । ସନି ଦେଓଲ ପୁଣିଥରେ ସେନା ପୋଷାକରେ ହଇଚଇ ସୃଷ୍ଟି କରିବାକୁ ଯାଉଛନ୍ତି ।

 

View this post on Instagram

 

A post shared by Ahan Shetty (@ahan.shetty)

You might also like