ଲାଲସିଂହ ଚଡ୍ଡା ପରେ ଏବେ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଡାର୍ଲିଂସ୍‌’କୁ ବିରୋଧ, ପୁରୁଷ ନିର୍ଯାତନାକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ

ସୋସିଆଲ ମିଡିଆରେ ଅଗଷ୍ଟ ୧୧ରେ ରିଲିଜ୍‌ ହେବାକୁ ଥିବା ସୁପରଷ୍ଟାର ଅମୀର ଖାନ୍‌ଙ୍କ ଫିଲ୍ମ ଲାଲ ସିଂହ ଚଡ୍ଡା ଓ ଅକ୍ଷୟ କୁମାରଙ୍କ ରକ୍ଷା ବନ୍ଧନକୁ ଜୋରଦାର ବିରୋଧ କରାଯାଉଛି। ଏହି ଦୁଇଟି ଫିଲ୍ମକୁ ବୟକଟ୍‌ କରିବାକୁ ଲୋକମାନେ ଦାବି କରୁଛନ୍ତି। ଇତି ମଧ୍ୟରେ ଆଲିଆ ଭଟ୍ଟଙ୍କ ଫିଲ୍ମ ଡାର୍ଲିଂସ୍‌କୁ ବି ଲୋକେ ବିରୋଧ କରିବା ଆରମ୍ଭ କରିଛନ୍ତି। ଏହି ଫିଲ୍ମ ଆସନ୍ତାକାଲି ଅର୍ଥାତ୍‌ ଅଗଷ୍ଟ ୫ରେ ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହେବ। କିନ୍ତୁ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ହିଁ ଟ୍ଵିଟରରେ #BoycottAliaBhatt ଓ #BoycottDarlings ଟ୍ରେଣ୍ଡ୍‌ କରୁଛି। ଫିଲ୍ମର ଟ୍ରେଲରରେ ପୁରୁଷଙ୍କ ସହ ଘରୋଇ ହିଂସା ଦେଖି ଲୋକମାନେ ତାତିଛନ୍ତି। ୟୁଜର୍ସଙ୍କୁ ଏହି ଡାର୍କ କମେଡି ଆଦୌ ପସନ୍ଦ ଆସିନାହିଁ।

ସୂଚନାଯୋଗ୍ୟ ଯେ ଡାର୍ଲିଂସ୍‌ର ଟ୍ରେଲରରେ ଆଲିଆ ଭଟ୍ଟ ନିଜ ସ୍ୱାମୀଙ୍କୁ ପିଟୁଥିବା ଦେଖାଯାଇଛି। ଏହି ସିନ୍‌ ଦେଖିବା ପରଠାରୁ ହିଁ ସବୁ ବିବାଦ ଆରମ୍ଭ ହୋଇଛି। ଏହି ଦୃଶ୍ୟରେ ଦେଖାଯାଇଥିଲା ଯେ ସ୍ୱାମୀଙ୍କୁ ପିଟିବା ପୂର୍ବରୁ ଆଲିଆ ତାଙ୍କୁ କିଡ୍‌ନାପ୍‌ କରୁଛନ୍ତି ଓ ମୁହଁକୁ ପାଣି ଫିଙ୍ଗୁଛନ୍ତି। ଏହି ସିନ୍‌ ଯୋଗୁ ଫିଲ୍ମ ଉପରେ ଘରୋଇ ହିଂସାର ଅଭିଯୋଗ ଲଗାଇଛନ୍ତି ୟୁଜର। ଲୋକେ କହୁଛନ୍ତି- ଆଲିଆଙ୍କର ଏହି ଫିଲ୍ମ ପୁରୁଷଙ୍କ ବିରୋଧରେ ଘରୋଇ ହିଂସାକୁ ପ୍ରୋତ୍ସାହିତ କରୁଛି।

ଏ ନେଇ ସୋସିଆଲ ମିଡିଆ ୟୁଜର୍ସ ଟ୍ଵିଟରରେ ନିଜ ମନ କଥା ଲେଖିଛନ୍ତି। ଦେଖନ୍ତୁ ଲୋକଙ୍କର କେତେକ କମେଣ୍ଟ…


ଏହି ଫିଲ୍ମରେ ଶାହାରୁଖ ଖାନ୍‌ ଓ ଆଲିଆ ଭଟ୍ଟ ଏକାଠି ନଜର ଆସିଛନ୍ତି। ଶାହାରୁଖଙ୍କ କମ୍ପାନୀ ରେଡ୍‌ ଚିଲ୍ଲିଜ୍‌ ଏଥିରେ ପ୍ରଯୋଜକ ଅଛି। ଏହି ଫିଲ୍ମରେ ଶାହାରୁଖ ଖାନ୍‌ ଜଣେ ଅଭିନେତା ନୁହେଁ ବରଂ ଫିଲ୍ମ ନିର୍ମାତା ଭାବେ ଯୋଡ଼ି ହୋଇଛନ୍ତି। ଏଥିସହ ଆଲିଆ ଭଟ୍ଟ ମଧ୍ୟ ଡାର୍ଲିଂସ୍‌ରେ କୋ-ପ୍ରଡ୍ୟୁସର ଅଛନ୍ତି। ଆଲିଆ ଭଟ୍ଟଙ୍କ ସହ ଶେଫାଳୀ ଶାହ, ବିଜୟ ବର୍ମା ଓ ରୋଶନ ମେଥ୍ୟୁ ମଧ୍ୟ ଡାର୍ଲିଂସ୍‌ରେ ନଜର ଆସିବେ।

Also Read: କୀର୍ତ୍ତନର ଧୂନରେ ମଜାରେ ନାଚୁଥିବା ନଜର ଆସିଲେ ଭାରତ ପେ’ ପ୍ରତିଷ୍ଠାତା ଅଶନୀର ଗ୍ରୋଭର, ଭାଇରାଲ ହେବା ପରେ କହିଲେ- ‘ଧନ୍ଦାରେ ମଜା ଆସେ’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.