କିକୁଙ୍କ ଯୋଗୁ କପିଲ ଶର୍ମା ଶୋ’କୁ ବୟକଟ୍ କରିବାକୁ ଜୋର ଧରିଛି ଦାବି, ଟ୍ରେଣ୍ଡ୍ କରୁଛି #BoycottKapilSharmaShow

କମେଡିଆନ୍ କପିଲ ଶର୍ମାଙ୍କ ବେଳା ପୁଣିଥରେ ଖରାପ ପଡ଼ିଛି। ପୂର୍ବରୁ କିଛି ନା କିଛି କାରଣରୁ ତାଙ୍କ ଶୋ’ ମଝିରୁ ବନ୍ଦ ହେଉଥିବା ବେଳେ ଏବେ ପୁଣିଥରେ ତାଙ୍କ ଶୋ’ ବନ୍ଦ ହେବା ସ୍ଥିତି ଉପୁଜିଛି। ଏଥରକ କପିଲଙ୍କର କିଛି ବ୍ୟକ୍ତିଗତ କାରଣରୁ ନୁହେଁ ବରଂ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଦାୟୀ କରି କପିଲଙ୍କ ଶୋ’କୁ ବନ୍ଦ କରିବାକୁ ଦାବି ଜୋର୍ ଧରିଛି। ଏଥିପାଇଁ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ କରୁଛି #BoycottKapilSharmaShow।
ଏହି ଟ୍ରେଣ୍ଡିଂ ପଛରେ ୨ଟି କାରଣ ରହିଛି। ପ୍ରଥମଟି ହେଉଛନ୍ତି ସଲମାନ ଖାନ୍। ସଲମାନ୍ ଖାନ୍ ହେଉଛନ୍ତି କପିଲ ଶର୍ମା ଶୋ’ର ପ୍ରଡ୍ୟୁସର। ବଲିଉଡ୍ରେ ସଲମାନ୍ ଖାନ୍ ହିଁ ପରିବାରବାଦକୁ ବଢ଼ାଇଥାନ୍ତି। ଏଣୁ କପିଲ ଶର୍ମାଙ୍କ ଶୋ’କୁ ବ୍ୟାନ୍ କରି ସଲମାନ୍ଙ୍କୁ ବୟକଟ୍ କରିବାକୁ ଏଭଳି ଯୋଜନା କରିଛନ୍ତି ଦର୍ଶକ।
ଏହାର ଦ୍ୱିତୀୟ କାରଣ ହେଉଛନ୍ତି କିକୁ। ଶୋ’ରେ କିକୁ ଶରଦ ଭାରତୀୟ ସାମ୍ବାଦିକଭାବେ ସୁଶାନ୍ତଙ୍କ କେସ୍କୁ କଦର୍ଯ୍ୟ କରି ଉପସ୍ଥାପିତ କରିଛନ୍ତି। ସେ ସାମ୍ବାଦିକମାନେ ସୁଶାନ୍ତଙ୍କ ମାମଲାକୁ ଖରାପ ଭାବେ ଦେଖାଇଛନ୍ତି। ଏହା ପରେ ଶୋ’କୁ ବୟକଟ୍ କରିବାକୁ ଦାବି କରୁଛନ୍ତି ଦର୍ଶକ।
ପ୍ରକାଶ ଯେ ସଲମାନ୍ ଖାନ୍ ନିଜ ଚିହ୍ନା ପରିଚିତ ଲୋକଙ୍କୁ ବଲିଉଡ୍ରେ ବିଗ୍ ବ୍ରେକ୍ ଦେଇଥାନ୍ତି। ସୁଶାନ୍ତଙ୍କୁ ନେଇ ମଧ୍ୟ ସେ ଫିଲ୍ମ ତିଆରି କରିବାକୁ ଚାହୁଁଥିଲେ। କିନ୍ତୁ ସାମାନ୍ୟ କଥାରୁ ପାଟିତୁଣ୍ଡ ହେବାରୁ ସଲମାନ୍ ସୁଶାନ୍ତଙ୍କୁ ବାହାର କରି ଦେଇଥିଲେ। ଫଳରେ ସୁଶାନ୍ତ ଡିପ୍ରେସନରେ ଥିଲେ ବୋଲି କୁହାଯାଉଛି। ଏଣୁ ସଲମାନ୍ଙ୍କୁ ଦୁର୍ବଳ କରିବାକୁ ଲୋକମାନେ କପିଲଙ୍କ ଶୋ’କୁ ବନ୍ଦ କରିବାକୁ ଚେଷ୍ଟା ଚଳାଇଛନ୍ତି।
This world is a jungle
You either fight or run forever.🔥#SushantConspiracyExposed#BoycottKapilSharmaShow pic.twitter.com/79xIfFgi3R— ArnabGoswami (@ArnabRepublicc) October 5, 2020
#BoycottKapilSharmaShow is trending. Meanwhile Sadak2 cast😂 pic.twitter.com/8VSyobCWTm
— Ishan Mahadevia (@IshanMahadevia) October 4, 2020