ମନ୍ଦିର ଭିତରେ ରଣବୀର କପୁରଙ୍କ ଜୋତା ପିନ୍ଧିବା ବିବାଦକୁ ନେଇ ଖୁଲାସା କଲେ ଆୟାନ ମୁଖାର୍ଜୀ, କହିଲେ ଏମିତି କଥା

‘ବ୍ରହ୍ମାସ୍ତ୍ର’ର ଟ୍ରେଲର ରିଲିଜ୍ ହେବା ପରଠାରୁ ଫ୍ୟାନ୍ସ ମାନଙ୍କର ଏହି ଫିଲ୍ମ ଦେଖିବା ପାଇଁ ଆଗ୍ରହ ବଢିଚାଲିଛି। ବିଶେଷକରି ରଣବୀର କପୁରଙ୍କ ପ୍ରଶଂସକମାନେ ତାଙ୍କୁ ବଡ ପରଦାରେ ଦେଖି ବହୁତ ଉତ୍ସାହିତ ଅଛନ୍ତି । ବାସ୍ତବରେ ଗତ ଚାରି ବର୍ଷ ଧରି ତାଙ୍କର କୌଣସି ଫିଲ୍ମ ଥିଏଟରକୁ ଆସିନାହିଁ। ଯଦିଓ ବର୍ତ୍ତମାନ ଫିଲ୍ମର ଏକ ଦୃଶ୍ୟକୁ ନେଇ ବିବାଦ ବଢୁଛି। ଯାହାକୁ ନେଇ ସୋସିଆଲ ମିଡ଼ିଆରେ ରଣବୀର କପୁରଙ୍କୁ ବହୁମାତ୍ରାରେ ଟ୍ରୋଲ ହେବାକୁ ପଡ଼ିଛି । ଯେଉଁଥିରେ ଅଭିନେତା ମନ୍ଦିର ଭିତରେ ଜୋତା ପିନ୍ଧିଥିବା ନଜର ଆସୁଛନ୍ତି । ନିକଟରେ ଫିଲ୍ମର ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ନିଜର ଇନଷ୍ଟାଗ୍ରାମରେ ଏହାର ଖୁଲାସା କରିଛନ୍ତି ।
ଏହାକୁ ନେଇ ଏକ ଅସନ୍ତୋଷ ଦେଖାଦେଇଛି। ଅସନ୍ତୋଷ ବ୍ୟକ୍ତ କରି ଲୋକମାନେ ଫିଲ୍ମକୁ ବନ୍ଦ କରିବାକୁ ଦାବି କରୁଛନ୍ତି। ଏହି ସମଗ୍ର ବିବାଦ ଉପରେ ‘ବ୍ରହ୍ମାସ୍ତ୍ର’ ନିର୍ଦ୍ଦେଶକ ଆୟାନ ମୁଖାର୍ଜୀଙ୍କ ସ୍ପଷ୍ଟୀକରଣ ସାମ୍ନାକୁ ଆସିଛି। ସେ ସେହି ଦୃଶ୍ୟ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି ଏବଂ ‘ବ୍ରହ୍ମାସ୍ତ୍ର’ର ଟ୍ରେଲର ମଧ୍ୟ 4K ରେ ରିଲିଜ ହେବ ବୋଲି ସୂଚନା ଦେଇଛନ୍ତି।
View this post on Instagram
ଅୟାନ ମୁଖାର୍ଜୀ ଲେଖିଛନ୍ତି କି, କିଛି ଲୋକ ଯେଉଁମାନେ ଆମ ଟ୍ରେଲରରେ ଥିବା ଏକ ସିନକୁ ନେଇ ଚିନ୍ତିତ ଅଛନ୍ତି । ଯେଉଁଥିରେ ରଣବୀର ଏକ ଭୂମିକାରେ ଜୋତା ପିନ୍ଧିଛନ୍ତି । ଏହି ଫିଲ୍ମର ନିର୍ମାତା ରୂପରେ ମୁଁ କହିବାକୁ ଚାହୁଁଛି କି ଆମ ଫିଲ୍ମରେ ରଣବୀର ମନ୍ଦିରରେ ନୁହେଁ, ଦୁର୍ଗାପୂଜା ପେଣ୍ଡାଲରେ ପ୍ରବେଶ କରୁଛନ୍ତି। ମୋର ନିଜ ପରିବାର ଏହିଭଳି ଭାବେ ଦୁର୍ଗାପୂଜା ସମାରୋହର ଆୟୋଜନ ୭୫ବର୍ଷ ହେବ କରି ଆସୁଛନ୍ତି । ମୁଁ ପିଲାବେଳୁ ଏହାର ସହଭାଗୀ ରହିଛି । ମୋ ଅନୁଭବରୁ କହୁଛି, ଆମେ କେବଳ ଦେବୀଙ୍କ ମଞ୍ଚ ଉପରକୁ ଯିବା ପୂର୍ବରୁ ଜୋତା ଖୋଲୁଛୁ, ନାହିଁକି ପେଣ୍ଡାଲକୁ ପ୍ରବେଶ କରିବା ପରେ’ ।
ଆୟାନ୍ ଆହୁରି କହିଛନ୍ତି, “ଏହି ଫଟୋ ଯୋଗୁଁ ବିରକ୍ତ ଥିବା ସମସ୍ତ ଲୋକଙ୍କ ନିକଟରେ ପହଞ୍ଚିବା ମୋ ପାଇଁ ବ୍ୟକ୍ତିଗତ ଭାବେ ଗୁରୁତ୍ୱପୂର୍ଣ୍ଣ । କାରଣ ବ୍ରହ୍ମାସ୍ତ୍ର ଭାରତୀୟ ସଂସ୍କୃତି, ପରମ୍ପରା ଏବଂ ଇତିହାସକୁ ସମ୍ମାନ ଏବଂ ପାଳନ କରେ। ସେଥିପାଇଁ ମୁଁ ଏହି ଚଳଚ୍ଚିତ୍ର ନିର୍ମାଣ କରିଛି, ତେଣୁ ଏହା ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ବ୍ରହ୍ମାସ୍ତ୍ର ଦେଖୁଥିବା ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ଏହି ଅନୁଭବ ପହଞ୍ଚିବ। ”
ଏହି ଫିଲ୍ମରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବ୍ୟତୀତ ନାଗାର୍ଜୁନ, ମୌନୀ ରାୟ ଏବଂ ଅମିତାଭ ବଚ୍ଚନ ବି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ୯ ସେପ୍ଟେମ୍ବରରେ ଫିଲ୍ମ ହଲରେ ରିଲିଜ ହେବାକୁ ରହିଛି ।