ହୋଲି ପାଳନ କରିବା ପୂର୍ବରୁ ଆୟନ ହୋଇଗଲେ ଏକା, ବାପା ଦେବ ମୁଖାର୍ଜୀଙ୍କ ପରଲୋକ

ଲୋକପ୍ରିୟ ଅଭିନେତା, ଜଣାଶୁଣା ନିର୍ଦ୍ଦେଶକ ଆୟନ ମୁଖାର୍ଜୀଙ୍କ ବାପା ଦେବ ମୁଖାର୍ଜୀଙ୍କ ପରଲୋକ ହୋଇଛି । ୮୩ ବର୍ଷୀୟ ବୟସରେ ଦେବ ମୁଖାର୍ଜୀ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ଦୀର୍ଘଦିନରୁ ଅନେକ ରୋଗରେ ପୀଡିତ ଥିଲେ । ତେଣୁ ଏକ ଘରୋଇ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ହୋଲି ଅବସରରେ ତାଙ୍କର ବିୟୋଗ ହୋଇଛି । ଦେବ ମୁଖାର୍ଜୀ କାଜୋଲଙ୍କ ଦାଦା ।
ଦେବ ମୁଖାର୍ଜୀଙ୍କ ପରଲୋକ ଆଜି ସକାଳ ୭.୩୦ ମିନିଟରେ ମୁମ୍ବାଇ ସ୍ଥିତ ଘରେ ଶୋଇଥିବା ବେଳେ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଆଜି ସନ୍ଧ୍ୟା ୪.୦୦ରେ ୱେଲ ପାର୍ଲେର ପୱନ ହଂସ ଶ୍ମଶାନରେ ହେବ ।
ଦେବ ମୁଖାର୍ଜୀ ନର୍ଥ ବମ୍ବେର ସାର୍ବଜନିନ ଦୁର୍ଗା ପୂଜା ମଣ୍ଡପର ଆୟୋଜନ କରନ୍ତୁ । ଏହା ମୁମ୍ବାଇର ସବୁଠାରୁ ବଡ଼ ଦୁର୍ଗାତ୍ସୋବ ଭାବେ ବେଶ ଜଣାଶୁଣା । ତାଙ୍କ ସହିତ କାଜୋଲ ଏବଂ ରାନୀ ମୁଖାର୍ଜୀ ଏହି ପୂଜାର ଆୟୋଜନରେ ସହାୟତା କରନ୍ତି । ମୁମ୍ବାଇର ଏହି ଦୁର୍ଗାପୂଜାରେ ବଲିଉଡରେ ଅନେକ ସେଲିବ୍ରିଟି ସାମିଲ ହୁଅନ୍ତି ।
୬୦ ଏବଂ ୭୦ ଦଶକରେ ଦେବ ମୁଖାର୍ଜୀ ଅନେକ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ଏତେ ଫିଲ୍ମରେ କାମ କରିବା ପରେ ମଧ୍ୟ ତାଙ୍କ ସଫଳତା ମିଳିନଥିଲା । ୱେ କରାଟେ, ବାତୋ ବାତୋ ମେଁ, ମେଁ ତୁଲସୀ ତେରେ ଆଙ୍ଗନ କି, ହୈବାନ, କିଙ୍ଗ ଅଙ୍କଲ, ବନ୍ଧୁ, ଆଶୁଂ ବନେ ଅଙ୍ଗାରେ, ମମତା କି ଛାୱଁ ମେ, ଗୁରୁ ହୋ ଜା ଶୁରୁ ଭଳି ଫିଲ୍ମରେ କାମ କରିଛନ୍ତି ।
Also Read : ଶ୍ରୀ ସୁବ୍ରମଣ୍ୟମ୍ ମନ୍ଦିରରେ ପହଞ୍ଚିଲେ କ୍ୟାଟ୍ରିନା, କଲେ ବିଶେଷ ପୂଜା