ଗୋଟିଏ ଦିନରେ ବ୍ରହ୍ମାସ୍ତ୍ର ପାର୍ କଲା ୭୫ କୋଟି ଟଙ୍କା, ବେଷ୍ଟ VFX କାମ ପାଇଁ ଦେଖୁଛନ୍ତି ଦର୍ଶକ

ସିନେମାଟିକ୍ ସ୍ପେକ୍ଟାକଲ୍ ବ୍ରହ୍ମାସ୍ତ୍ର ପାର୍ଟ୍ ୨ ଭଲ ଆରମ୍ଭ କରିଛି। ଏହାର ଗ୍ଲୋବାଲ୍ ବକ୍ସ ଅଫିସ୍ ସେଟ୍ ମଧ୍ୟ ଭଲ ହୋଇଛି। ପ୍ରଥମ ଦିନରୁ ହିଁ ଏହି ଫିଲ୍ମ ପ୍ରାୟ ୭୫ କୋଟି ଟଙ୍କା ବକ୍ସ ଅଫିସରେ ଇନକମ୍ କରିଛି। ସମଗ୍ର ଦେଶରେ ଏହି ଫିଲ୍ମର ପ୍ରମୋସନ ମଧ୍ୟ ଜୋରସୋରରେ ଚାଲିଥିଲା। ଫିଲ୍ମ ଇଣ୍ଡଷ୍ଟ୍ରି, ଥିଏଟର ମାଲିକ ଏବଂ ଦର୍ଶକ ମଧ୍ୟ ଏହି ଫିଲ୍ମକୁ ନେଇ ଅନେକ ଆଶା କରିଥିଲେ। ତେବେ ଏହି ଫିଲ୍ମ ହିନ୍ଦୀ ଭାଷା ଛଡ଼ା ଅନ୍ୟ ଭାଷାରେ ମଧ୍ୟ ରିଲିଜ୍ ହୋଇଛି।

BRAHMĀSTRA
Picture credit – Panjab Keshari

ସମଗ୍ର ବିଶ୍ୱରୁ ଦର୍ଶକ ଏହାକୁ ସବୁ ସମୟର BIG SCREEN ଅଭିଜ୍ଞତା ଏବଂ ସମସ୍ତ ବୟସ ବର୍ଗଙ୍କ ପାଇଁ ଆକ୍ସନ୍, ରୋମାନ୍ସ, ଡ୍ରାମା ଏବଂ ଗ୍ରାଣ୍ଡ ଭିଏଫଏକ୍ସ ସହିତ ଏକ ସମ୍ପୂର୍ଣ୍ଣ ପରିବାର ସଦସ୍ୟ ଦେଖି ପାରିବେ ବୋଲି କହିଛନ୍ତି। ଷ୍ଟାର୍ ଷ୍ଟୁଡିଓ ଏବଂ ଧର୍ମା ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ଏହି ମ୍ୟାଗ୍ନୁମ୍ ଅପସ୍ ବର୍ତ୍ତମାନ 2D, 3D ଏବଂ ଇମାକ୍ସ 3D ରେ ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ଼ରେ ରିଲିଜ୍ କରାଯାଇଛି। ଏହି ଫିଲ୍ମରେ ମେଗା ଷ୍ଟାର୍ ଅମିତାଭ ବଚ୍ଚନ, ରଣବୀର କପୁର, ଆଲିଆ ଭଟ୍ଟ, ମୌନୀ ରୟଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିଛି।କେବଳ ସେତିକି ନୁହେଁ ସାଉଥ ଷ୍ଟାର୍ ନାଗାର୍ଜୁନ ଓ ବଲିଉଡ଼ କିଙ୍ଗ ଶାହରୁଖଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ତେବେ ଆଗକୁ ମଧ୍ୟ ଫିଲ୍ମ ବକ୍ସ ଅଫିସରେ ଭଲ ଇନକମ୍ କରିବ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.