ନିଜ ମେହେନ୍ଦିରେ ଏମିତି ଠୁମକ୍କା ଲଗାଇଲେ ମୌନୀ ରୟ, ଭିଡିଓ ହେଉଛି ଭାଇରାଲ

ବଲିଉଡର ସୁନ୍ଦର ଅଭିନେତ୍ରୀ ମୌନୀ ରୟ ଶେଷରେ ନିଜର ଦୀର୍ଘ ଦିନର ପ୍ରେମିକ ସୁରଜ ନାମ୍ବିଆରଙ୍କୁ ବିବାହ କରୁଛନ୍ତି । ଗୋଆରେ ସେମାନଙ୍କର ବିବାହ ପୂର୍ବର ଉତ୍ସବ ଆରମ୍ଭ ହୋଇଯାଇଛି । ସେମାନଙ୍କର ମ୍ୟାରେଜ ସେରିମନିର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ମୌନୀ ରୟ ଏକ ସୁନ୍ଦର ହଳଦିଆ ରଙ୍ଗର ଲେହେଙ୍ଗାରେ ‘ମେହେନ୍ଦି ହେ ରାଖନେୱାଲି’ରେ ନାଚୁଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓ ଟି ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭାୟାନୀ କ୍ୟାପସନରେ ଲେଖିଛନ୍ତି, ‘ଖୁବସୁରତ୍ ଦୁଲ୍ଲହନ’ # ମୌନୀ ରୟ ।

ସୋସିଆଲ ମିଡିଆ ୟୁଜର୍ସ ମାନେ ଏହି ଭିଡିଓ ଦେଖିବା ପରେ ମୌନୀଙ୍କୁ ପ୍ରଶଂସାର ସୁଅ ଛୁଟୁଛି । ତାଙ୍କର ଅନେକ ପ୍ରଶଂସକ ଏହି ଭିଡିଓରେ କମେଣ୍ଟ ବକ୍ସରେ ବିଭିନ୍ନ ଇମୋଜୀ ସେୟାର କରୁଛନ୍ତି। ଏଥିସହିତ ଜଣେ ଲେଖିଛନ୍ତି, ‘ ମୌନୀଙ୍କ ଲେହେଙ୍ଗା ଏତେ ସୁନ୍ଦର ଯେ ସେ ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଛନ୍ତି।’ ଅନ୍ୟ ଜଣେ ଲେଖିଛନ୍ତି, ‘ଖୁବ ସୁନ୍ଦର’ ।

 

View this post on Instagram

 

A post shared by Viral Bhayani (@viralbhayani)

ଏହି ହଳଦୀ ସମାରୋହରେ ଅନେକ ସେଲିବ୍ରିଟି ଅତିଥିଙ୍କୁ ଦେଖିବାକୁ ମିଳିଥିଲା। ଅର୍ଜୁନ ବିଜଲାନି, ମନ୍ଦିରା ବେଦୀ ଏବଂ ଆଶ୍କା ଗୋରାଡିଆଙ୍କ ସହ ତାଙ୍କର ଘନିଷ୍ଠ ବନ୍ଧୁମାନେ ମଧ୍ୟ ତାଙ୍କ ହଳଦୀ ସେରିମନି ଫଟୋ ଏବଂ ଭିଡିଓ ସେୟାର କରିଥିଲେ। ଏହି ଅବସରରେ ସୁରଜ ପୁରା ଧଳା ପୋଷାକରେ ଦେଖାଦେଇଥିଲେ। ଅନ୍ୟପଟେ ଅର୍ଜୁନ ମୌନୀଙ୍କ ଏକ ବୁମେରାଙ୍ଗ ଭିଡିଓକୁ ମଧ୍ୟ ଟ୍ୟାଗ୍ କରିଛନ୍ତି । ମନ୍ଦିରା ମଧ୍ୟ ମୌନୀ ଏବଂସୁରଜଙ୍କ ସହ କିଛି ଫଟୋ ପୋଷ୍ଟ କରିଛନ୍ତି।

ନିକଟରେ ସୋମବାର ଦିନ ମୌନୀ ରୟଙ୍କୁ ମୁମ୍ବାଇର ଏକ କାଫେ ଏବଂ ଏକ ଶୋ’ରୁମ ବାହାରେ ଦେଖିବାକୁ ମିଳିଥିଲା। ତାଙ୍କୁ ଦେଖିବା ପରେ ପାପାରାଜି ତାଙ୍କୁ ଅଭିନନ୍ଦନ ଜଣାଇଲେ ଭାଇରାଲ ଭାୟାନୀ ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓରେ ଜଣେ ବ୍ୟକ୍ତି କହିଛନ୍ତି ‘ମୌନୀ ଜୀ ବାଧାଇ! ଆପଣ ୨୭ ରେ ବିବାହ କରୁଛନ୍ତି। ଯଦିଓ ସେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି କିନ୍ତୁ ପରେ ସେ ହସିଲେ ଏବଂ କହିଲେ, ଧନ୍ୟବାଦ! ।

ଖବର ମୁତାବକ, ମୌନୀ ଓ ସୂରଜ ଉଭୟ ବଙ୍ଗାଳୀ ଏବଂ ଦକ୍ଷିଣ ଭାରତୀୟ ରୀତିନୀତି ଅନୁସାରେ ବିବାହ କରିବେ। ମୌନୀ ଟିଭିରୁ ନେଇ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ କାମ କରିଛନ୍ତି। ମୌନୀଙ୍କ ନାମ ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ରହିଛି। ସେ ଦୀର୍ଘ ଦିନରୁ ସୂରଜଙ୍କୁ ଡେଟ କରୁଛନ୍ତି। ଖବର ଅନୁଯାୟୀ, ସୂରଜ ଦୁବାଇର ଜଣେ ବେଷ୍ଟ ବ୍ୟାଙ୍କର ଏବଂ ବିଜନେସ୍‌ ମ୍ୟାନ। ସୂଚନାଥାଉ କି, ମୌନୀଙ୍କ ବିବାହ ଉତ୍ସବ ଦୁଇ ଦିନ ଧରି ଚାଲିବ।