‘ବ୍ରିଟେନ ଗଟ୍‌ ଟ୍ୟାଲେଣ୍ଟ ୨୦୨୦’: ଧମାଲ କରୁଛି ଭାରତୀୟ ଡ୍ୟାନ୍ସ ଗ୍ରୁପ ‘X1X କ୍ରୁ’, ଦେଖନ୍ତୁ ଭିଡିଓ

ବ୍ରିଟେନ ଗଟ୍‌ ଟ୍ୟାଲେଣ୍ଟରେ ଧମାଲ କରୁଛନ୍ତି ଭାରତୀୟ। ଭାରତର ‘X1X କ୍ରୁ’ ନିଜର ଦମଦାର ନୃତ୍ୟ କୌଶଳ ଏବଂ କଳା ଦେଖାଇ ସମସ୍ତଙ୍କ ମନ କିଣିନେଇଛନ୍ତି। ମୁମ୍ବାଇର ଏହି ଡ୍ୟାନ୍ସ ଗ୍ରୁପ ବ୍ରିଟେନ ଗଟ୍‌ ଟ୍ୟାଲେଣ୍ଟ ୨୦୨୦ର ସେମିଫାଇନାଲରେ ପହଞ୍ଚିସାରିଛି। ଏହି ଦଳ ଫାଇନାଲରେ ପରଫର୍ମ କରିବା ପାଇଁ ଲୋକଙ୍କ ଭୋଟର ବେଶ ଆବଶ୍ୟକତା ରହିଛି`।

ଏହି ଶୋରେ ବିଚାରକ ଥିବା ସମସ୍ତ ଜଜ୍‌ ଆସଲେ ବଞ୍ଜୋ, ଆମାଣ୍ଡା ହୋଲଡେନ, ଡେଭିଡ ଓ୍ଵିଲିୟମ୍ସ ଏବଂ ଆଲେସ ଡିକ୍ସନ ଏହି ଦଳର ହ୍ୟାନ୍ସକୁ ବହୁତ ପ୍ରଶଂସା କରିଥିଲେ। ‘X1X କ୍ରୁ’ ଦଳ ନିଜର ଡ୍ୟାନ୍ସ କୌଶଳରେ ଜଜ୍‌ଙ୍କ ମନ ଏପରି ମୋହିଥିଲେ ଯେ, ସମସ୍ତ ଠିଆ ହୋଇ ପ୍ରଶଂସା କରିବାକୁ ବାଧ୍ୟ ହୋଇଥିଲେ।

briatin

ଏହି ଦଳ ଫାଇନାଲରେ ପରଫର୍ମ କରିବା ପାଇଁ ଲୋକଙ୍କ ଭୋଟର ବେଶ ଆବଶ୍ୟକତା ରହିଛି। ଆପଣ ଯଦି ଏହି ଭାରତୀୟ ଡ୍ୟାନ୍ସ ଗ୍ରୁପକୁ ‘ବ୍ରିଟେନ ଗଟ୍‌ ଟ୍ୟାଲେଣ୍ଟ’ ଶୋର ବିଜେତା କରିବାକୁ ଚାହୁଁଚନ୍ତି, ତେବେ ସୋମବାର ସକାଳ ୧୦ଟା ସୁଦ୍ଧା ମୋବାଇଲ ନଂ: ୬୪୪୨୪୦୭ ଏବଂ ଲ୍ୟାଣ୍ଡଲାଇନ ନଂ : ୦୯୦୨୦୪୪୨୪୦୭ରେ ଭୋଟ କରିପାରିବେ। ଆପଣ ମାନଙ୍କ ଭୋଟ ହିଁ ଏମାନଙ୍କୁ ଜିତାଇପାରିବ।

video courtesy: Britain’s Got Talent

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.