ଫିଲ୍ମଜଗତ ଉପରେ ପଡ଼ିଛି କରୋନାର ନଜର, କୋଭିଡ-୧୯ରେ ଏହି ଲୋକପ୍ରିୟ କମେଡିଆନଙ୍କ ନିଧନ

କରୋନା ଭାଇରସର ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ମାରାତ୍ମକ ଭାଇରସ ଯୋଗୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଜୀବନ ଯାଉଛି। ଏବେ କୋଭିଡ-୧୯ ଯୋଗୁ ବ୍ରିଟେନର ଲୋକପ୍ରିୟ କମେଡିଆନ ଟିମ ବ୍ରୁକ ଟେଲରଙ୍କ ମୃତ୍ୟୁ ଘଟିଛି। ୭୯ ବର୍ଷ ବୟସରେ ତାଙ୍କ ପରଲୋକ ଘଟିଛି। ରବିବାର ସକାଳେ କରୋନା ଯୋଗୁ ତାଙ୍କ ଦେହାନ୍ତ ହୋଇଥିବା ପରିବାର ଲୋକେ ସୂଚନା ଦେଇଛନ୍ତି।

British comedian Tim Brooke-Taylor dies of coronavirus at 79

ଟେଲର ଅନେକ ଗୁଡ଼ିଏ ଟିଭି ଶୋ ଓ ରେଡ଼ିଓ ପ୍ରୋଗ୍ରାମ କରିଛନ୍ତି। ୧୯୬୦ରେ ସେ ସବୁଠାରୁ ବଡ଼ କଳାକାର ଥିଲେ। ସେ ଗୁଡିଜ ଭାବେ ଗ୍ରୀମ ଗାର୍ଡେନ ଓ ବିଲ ଅଡ଼ିଙ୍କ ସହ କାମ କରିଥିଲେ। ଏହାବ୍ୟତୀତ ୧୯୭୫ ମସିହାରେ ରିଲିଜ ହୋଇଥିବା ତାଙ୍କ ଗୀତ ଫଙ୍କି ଗିବନ ଖୁବ ହିଟ ହୋଇଥିଲା।

Tim Brooke-Taylor, 'Goodies' Star, Dies of Coronavirus at 79 – Variety

ସୂଚନାଯୋଗ୍ୟ ଯେ ବ୍ରିଟେନରେ କରୋନା ସ୍ଥିତି ଉଦବେଗଜନକ ରହିଛି। ସେଠାରେ କରୋନା ଯୋଗୁ ୯୮୭୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୮,୯୯୧ ଜଣ ସଂକ୍ରମିତ ହୋଇଛନ୍ତି।

Leave A Reply

Your email address will not be published.