ବ୍ରିଟନୀ ସ୍ପୀୟର୍ସ ବୟଫ୍ରେଣ୍ଡଙ୍କ ସହ କରି ନେଲେ ନିର୍ବନ୍ଧ, ସୋସିଆଲ ମିଡିଆରେ ଦେଖାଇଲେ ଏନ୍‌ଗେଜମେଣ୍ଟ ରିଙ୍ଗ୍‌

ଆମେରିକାନ୍‌ ସିଙ୍ଗର ବ୍ରିଟନୀ ସ୍ପୀୟର୍ସ ନିଜ ଲଙ୍ଗ୍‌ ଟାଇମ୍‌ ବୟଫ୍ରେଣ୍ଡ ସ୍ୟାମ୍‌ ଅସଗରୀଙ୍କ ସହିତ ନିର୍ବନ୍ଧ କରି ନେଇଛନ୍ତି। ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଏ ନେଇ ସୂଚନା ଦେଇଛନ୍ତି। ଭିଡିଓରେ ସେ ନିଜ ଏନ୍‌ଗେଜମେଣ୍ଟ ରିଙ୍ଗ୍‌ ଦେଖାଉଥିବାର ନଜର ଆସୁଛନ୍ତି। ତାଙ୍କ ମଙ୍ଗେତର ୨୭ ବର୍ଷୀୟ ସ୍ୟାମ୍‌ ଅସଗରୀ ସୋସିଆଲ ମିଡିଆରେ ନିର୍ବନ୍ଧର ଘୋଷଣା କରିଛନ୍ତି। ଦୁହେଁ ପରସ୍ପରକୁ କିସ୍‌ କରୁଥିବାର ଦେଖାଯାଉଛନ୍ତି।

ସେପଟେ ବ୍ରିଟନୀଙ୍କ ପୋଷ୍ଟ ପରେ ସୋସିଆଲ ମିଡିଆରେ ଫ୍ୟାନ୍‌ମାନଙ୍କର ଶୁଭେଚ୍ଛାର ସୁଅ ଛୁଟୁଛି। ତେବେ ଦୁହିଁଙ୍କ ଲଭ୍‌ ଲାଇଫ୍‌ ଦେଖିଲେ, ୨୦୧୬ରେ ମ୍ୟୁଜିକ୍‌ ଭିଡିଓ Slumber Party ସେଟ୍‌ରେ ସେମାନଙ୍କର ଭେଟ ହୋଇଥିଲା। ଏହାପରେ ଦୁହେଁ ପ୍ରେମରେ ପଡ଼ିଥିଲେ।

କହି ରଖୁଛୁ, ୩୯ ବର୍ଷୀୟା ବ୍ରିଟେନୀଙ୍କର ପୂର୍ବରୁ Jason Alexanderଙ୍କ ସହିତ ବିବାହ ହୋଇଥିଲା। ୨୦୦୪ରେ ସେମାନେ ବିବାହ କରିଥିଲେ। କିନ୍ତୁ କିଛିଦିନ ପରେ ଏହି ବିବାହ ଭାଙ୍ଗି ଯାଇଥିଲା। ଏହି ବର୍ଷ ସେ ପୁଣିଥରେ ଡ୍ୟାନ୍ସର Kevin Federlineଙ୍କୁ ବିବାହ କରିଥିଲେ। ଏହି ବିବାହ ମଧ୍ୟ ୨୦୦୭ରେ ଭାଙ୍ଗି ଯାଇଥିଲା।

 

View this post on Instagram

 

A post shared by Sam Asghari (@samasghari)

 

View this post on Instagram

 

A post shared by Britney Spears (@britneyspears)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.