ଅଧ ରାତିରେ ପାକିସ୍ତାନ ଉପରେ ଗୁଳି ବର୍ଷା, ଭାରତୀୟ ସେନାଙ୍କ ପାଇଁ ପ୍ରାର୍ଥନା କରୁଥିଲେ ବଲିଉଡ ଷ୍ଟାର

ଅପରେସନ ସିନ୍ଦୂର ପରେ ଉଭୟ ଦେଶରେ ଉତ୍ତେଜନାର ବାତାବରଣ ସୃଷ୍ଟି । ବର୍ତ୍ତମାନ ଦେଶରେ ଆଗାମୀ ଯୁଦ୍ଧର ସଙ୍କେତକୁ ସୂଚାଉଛି । ଏନେଇ ସମସ୍ତେ ଭୟଙ୍କର ଭାବନାରେ ବୁଡି ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ବଲିଉଡର ଅନେକ ଚର୍ଚ୍ଚିତ କଳାକାରମାନଙ୍କ ଆଖିରୁ ମଧ୍ୟ ନିଦ ଉଡିଯାଇଛି । ନିଜ ନିଜ ପେଜରେ ନିଜର ମତାମତ ରଖିବା ସହିତ ଦେଶରେ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି ବଲିଉଡ ଷ୍ଟାର ।
ଏପଟେ ଅପରେସନ ସିନ୍ଦୂର ଆକ୍ରମଣ ପରେ ପାକିସ୍ତାନ ବିଚଳିତ ହୋଇଉଠିଛି । ଯାହାର ପ୍ରତିଶୋଧ ନେବାକୁ ଯାଇ ଭାରତର ଆକାଶ ବିମାନକୁ ଟାର୍ଗେଟ କରି ଆକ୍ରମଣ କରିଥିଲା । କିନ୍ତୁ S-400ର ଏୟାର ଡିଫେନ୍ସ ସିଷ୍ଟମ ଦ୍ବାରା ପାକିସ୍ତାନର ଷଡଯନ୍ତ୍ରକୁ ବିଫଳ କରାଯାଇଥିଲା । ଯାହାଫଳରେ ସମସ୍ତଙ୍କୁ ସଜାଗ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଏପରି ପରିସ୍ଥିତିରେ ବଡ ବଡ ସେଲିବ୍ରିଟି ବିକ୍ରାନ୍ତ ମାସି, କଙ୍ଗନା ରଣାୱତ, ଅନୁପମ ଖେରଙ୍କଠାରୁ ଆରମ୍ଭ କରି ରିଚା ଚଡ୍ଡା, ଅନିଲ କପୁର ପର୍ଯ୍ୟନ୍ତ ସମସ୍ତେ ଶାନ୍ତି ବଜାୟ ରଖିବା କଥା ସୋସିଆଲ ମିଡିଆ ପେଜରେ ସେୟାର କରିଛନ୍ତି । ଏମାନଙ୍କ ସମେତ ଶ୍ରଦ୍ଧା କପୁର, ତନିଷା ମୁଖାର୍ଜୀ ଭଳି ଅନ୍ୟ ବଲିଉଡ ଷ୍ଟାରମାନେ ସୈନିକମାନଙ୍କୁ ସଲାମ କରିବା ସହ ସମସ୍ତଙ୍କୁ ଏକଜୁଟ ରହିବାକୁ କହିଛନ୍ତି ।
କଙ୍ଗନା ରାଣାୱତ :
ଅଭିନେତ୍ରୀ କଙ୍ଗନା ରାଣାୱତ S-400 ବିମାନ ପ୍ରତିରକ୍ଷା ସମ୍ପର୍କରେ ସୋସିଆଲ ପେଜରେ ସେୟାର କରିଛନ୍ତି । କଙ୍ଗନା କହିଛନ୍ତି ଯେ, ’ପ୍ରଧାନମନ୍ତ୍ରୀ ମୋଦି ୨୦୧୮ ମସିହାରେ ଋଷ୍ ସହିତ ବିମାନ ପ୍ରତିରକ୍ଷା ପାଇଁ ଚୁକ୍ତି କରିଥିଲେ । ଆହୁରି ମଧ୍ୟ କହିଛନ୍ତି ଏପରି ସମୟରେ ଜମ୍ମୁ-କାଶ୍ମୀରକୁ ମଜବୁତ କରି ରଖିବା ପାଇଁ ଅନୁରୋଧ କରିଛନ୍ତି । କାହିଁକିନା ବର୍ତ୍ତମାନ ଜମ୍ମୁ-କାଶ୍ମୀର ବିପଦ ଘେରରେ ରହିଛି । ତେଣୁ ଜମ୍ମୁ-କାଶ୍ମୀର ମଜବୁତ ରଖ । ଏହା ମଧ୍ୟ ଲେଖିଛନ୍ତି ଭାରତୀୟ ବିମାନ ପକ୍ଷ ପାକିସ୍ତାନର ଡ୍ରୋନକୁ ଉଡାଇଦେଇଛି ।
ଅନୁପମ ଖେର :
ଅନୁପମ ଖେର ଆକ୍ରମଣର କିଛି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହାର ଭିଡିଓ ତାଙ୍କ ସାନ ଭାଇ ସୁନିଲ ଖେରଙ୍କଠାରୁ ତାଙ୍କୁ ମିଳିଥିଲା । ସେ ଏହା କହିଛନ୍ତି ଯେ, ଜମ୍ମୁରେ ରହୁଥିବା ସାନ ଭାଇ ପାଇଁ ବ୍ୟସ୍ତ ହୋଇ ଫୋନ କରି ତାଙ୍କ ଭଲ ମନ୍ଦ ପଚାରିଥିଲେ । ଯାହା ପରେ ସାନ ଭାଇ ହସି ଜୟ ମାତା ଦି! ଭାରତ ମାତା କି ଜୟ! । ସୈନିକମାନଙ୍କ ସୁରକ୍ଷା ବ୍ୟବସ୍ଥା ଏବଂ ମାତା ବୈଷ୍ଣବଙ୍କ ଆଶୀର୍ବାଦରୁ ଭଲ ଅଛୁ ବୋଲି ସୁନୀଲ କହିଛନ୍ତି ।
ଶ୍ରଦ୍ଧା କପୁର ଏବଂ ରିଚା ଚଡ୍ଡା :
ଚର୍ଚ୍ଚତ ଅଭିନେତ୍ରୀ ଶ୍ରଦ୍ଧା କପୁର ସୈନିକମାନଙ୍କ ଦୁଃସାହାସିକତା ପାଇଁ ଗର୍ବର ସହିତ ତାଙ୍କୁ ସଲାମ କରିଛନ୍ତି । ଏହା ବ୍ୟତୀତ ଜୟ ହିନ୍ଦ ବୋଲି ମଧ୍ୟ କହିଛନ୍ତି । ଏହି ଯୁଦ୍ଧକୁ ସାମାନ୍ୟ ଭାବି ମଜାକ୍ ବନ୍ଦ କରିବାକୁ କହିଛନ୍ତି ରିଚା ।
ତନିଷା ମୁଖାର୍ଜୀ ଏବଂ ଅଙ୍ଗଦ ବେଦୀ :
ଯୁଦ୍ଧ ବନ୍ଦ କର ଏବଂ ସୁନ୍ଦର ଦେଶକୁ ଖରାପ କରନାହିଁ ବୋଲି ଅଭିନେତ୍ରୀ ତନିଷା ଲେଖିଛନ୍ତି । ଅଙ୍ଗଦ ବେଦୀ ଏହି କଷ୍ଟକର ସମୟକୁ ପାରି କରିବା ପାଇଁ ଭଗବାନଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ।
ଅନିଲ କପୁର ଏବଂ ବୀର ଦାସ :
ଅନିଲ କପୁର ତାଙ୍କ ପେଜରେ ଉଭୟ ପୁରୁଷ ଓ ମହିଳା ସାହସୀ ସୈନ୍ୟମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅଭିନେତା ବୀର ସେୟାର କରି ମଧ୍ୟ କହିଛନ୍ତି ଯେ, ଆମକୁ ଏବଂ ଆମ ପରିବାରକୁ ସୁରକ୍ଷା ଦେଉଥିବା ସୈନ୍ୟମାନଙ୍କ ପାଇଁ ଗର୍ବିତ । ଏହା ବ୍ୟତୀତ ସେମାନଙ୍କୁ ସମ୍ମାନ ଏବଂ ଧନ୍ୟବାଦ ଜଣାଇଛନ୍ତି । ସେମାନଙ୍କ ଶକ୍ତି, ସାହାସ ବୃଦ୍ଧି ନିମନ୍ତେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।
Also Read : ଅପରେସନ୍ ସିନ୍ଦୂର ପରେ ବଲିଉଡରେ ଦେଖାଦେଇଛି ଉତ୍ସାହ, ସେଲିବ୍ରିଟିମାନେ କହିଛନ୍ତି ଜୟ ହିନ୍ଦ, ଭାରତ ମାତା କି ଜୟ