ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ର ପ୍ରଥମ ଗୀତ ‘ବୁର୍ଜ ଖଲିଫା’ ରିଲିଜ୍‌, କୁଲ୍‌ ଅନ୍ଦାଜ୍‌ରେ ନଜର ଆସିଲେ ଖିଲାଡ଼ି କୁମାର; ଦେଖନ୍ତୁ ଭିଡିଓ

ବଲିଉଡ୍‌ର ଖିଲାଡ଼ି କୁମାର ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ର ପ୍ରଥମ ଗୀତ ‘ବୁର୍ଜ ଖଲିଫା’ ଆଜି ରିଲିଜ୍‌ ହୋଇଛି। ଏଥିରେ କିଆରା ଆଡଭାନୀ ମଧ୍ୟ ନଜର ଆସିଛନ୍ତି। ଏହି ଧମାକେଦାର ଗୀତକୁ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରୁଛନ୍ତି। ଟ୍ଵିଟରରେ ଏବେ #BurjKhalifa ଟ୍ରେଣ୍ଡ୍‌ କରୁଛି।

Video Courtesy: Zee Music Company

ଏହି ଗୀତରେ ଅକ୍ଷୟ ଓ କିଆରାଙ୍କ ଜବରଦସ୍ତ ଡ୍ୟାନ୍ସ ମୁଭ୍‌ ନଜର ଆସିବା ସହ ବ୍ୟାକ୍‌ଗ୍ରାଉଣ୍ଡ ଲୋକେସନ୍‌ ବି ବଢ଼ିଆ ଲାଗୁଛି। ଗୀତରେ ଅକ୍ଷୟ ବେଶ୍‌ କୁଲ ଅନ୍ଦାଜରେ ନଜର ଆସିଛନ୍ତି। ମାତ୍ର କିଛି ସମୟ ପୂର୍ବରୁ ରିଲିଜ୍‌ ହୋଇଥିବା ଏହି ଗୀତକୁ ଏବେ ଯାଏଁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଦେଖି ସାରିଲେଣି। ଟ୍ଵିଟରରେ ୟୁଜରମାନେ ଏହି ଗୀତକୁ ବ୍ଲକବଷ୍ଟର କହିଛନ୍ତି। ଗୀତର ଡ୍ୟାନ୍ସ ମୁଭ ବି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି।

ନଜର ପକାନ୍ତୁ କେତେକ ଟ୍ଵିଟ୍‌ ଉପରେ…

ନଭେମ୍ବର ୯ ତାରିଖରେ ଫିଲ୍ମ ରିଲିଜ୍‌ ହେବ। ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ଶବିନା ଖାନ୍‌। ଏହି ଫିଲ୍ମ ତାମିଲ ହରର ଫିଲ୍ମ ‘ମୁନି ୨:କଞ୍ଚନା’ର ହିନ୍ଦୀ ରିମେକ୍‌ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.