ବଢ଼ିଲା ରାଜ କୁନ୍ଦ୍ରାଙ୍କ ଚିନ୍ତା, ଆଉ ୧୪ ଦିନ ପୋଲିସ୍‌ ହାଜତରେ ରହିବେ

ବ୍ୟବସାୟୀ ତଥା ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ମିଳିଲାନି ଆଶ୍ୱସ୍ତି । ପୁଣି ୧୪ ଦିନ ପୋଲିସ୍‌ ହାଜତରେ ରହିବେ ରାଜ । ରାଜ କୁନ୍ଦ୍ରାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି କିଲା କୋର୍ଟ । ଅଶ୍ଳୀଳ ଫିଲ୍ମ ନିର୍ମାଣ କରୁଥିବା ଅଭିଯୋଗରେ ତାଙ୍କୁ ଜୁଲାଇ ୧୯ ତାରିଖରେ ଗିରଫ କରିଥିଲେ କ୍ରାଇମ ବ୍ରାଞ୍ଚ ଟିମ । ପ୍ରଥମେ ଜୁଲାଇ ୨୩ ଏବଂ ପରେ ୨୭ ପର୍ଯ୍ୟନ୍ତ ତାଙ୍କୁ ପୋଲିସ ହେପାଜତକୁ ପଠାଯାଇଥିଲା । ଆଜି ଏହାର ଅବଧି ବୃଦ୍ଧି କରାଯାଇଛି । ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କର ମଧ୍ୟ ବୟାନ ରେକର୍ଡ କରାଯାଇଛି । ରାଜ କୁନ୍ଦ୍ରା ଅଗଷ୍ଟ ୨୦୧୯ରୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଆରମ୍ଭ କରିଥିଲେ ଏବଂ ସେଥିରୁ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ।

କହିରଖିବା ଉଚିତ ହେବକି ପୋନୋଗ୍ରାଫି ରାକେଟ କେଶର ପର୍ଦ୍ଦାଫାଶ ଚଳିତ ବର୍ଷ ଫେବୃଆରୀ ମାସରେ କ୍ରାଇମ ବ୍ରାଞ୍ଚ ସାମ୍ନାରେ ହୋଇଥିଲା । ପର୍ଣ୍ଣ ମୁଭି ତିଆରି କରିବା ଓ ସେଗୁଡିକୁ କିଛି ଆପରେ ଦେଖେଇବା ନେଇ ରାଜଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ଯେବେ ସେମାନଙ୍କୁ ଆଭାସ ଲାଗିଲାକି ଏହି କେଶରେ ରାଜ କୁନ୍ଦ୍ରାଙ୍କ ହାତ ଅଛି ସେମାନେ ଜୋରଦାର ତନାଘନା ଆରମ୍ଭ କରିଦେଇଥିଲେ । ରାଜଙ୍କ ସହଯୋଗୀ ଉମେଶ ଯାଦବଙ୍କୁ ମୁମ୍ବାଇ ପୋଲିସ ନିଜ ଅଧୀନକୁ ନେଇ ପଚରାଉଚୁରା ଆରମ୍ଭ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.