ସାମ୍ନାକୁ ଆସିଲା ବକ୍ସି ଜଗବନ୍ଧୁଙ୍କୁ ନେଇ ଆଧାରିତ ସିରିଏଲ “ବିଦ୍ରୋହୀ”, ଦେଖନ୍ତୁ ଟ୍ରେଲର

ଉତ୍କଳ ମାଟିର ବରପୁତ୍ର ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ବା ବକ୍ସି ଜଗବନ୍ଧୁଙ୍କ କାହାଣୀ ଉପରେ ଆଧାରିତ କାହାଣୀ ଖୁବଶୀଘ୍ର ପ୍ରସାରଣ ହେବାକୁ ଯାଉଛି । ଷ୍ଟାର ପ୍ଲସ ଦ୍ୱାରା ପ୍ରସାରିତ ହେବାକୁ ଯାଉଥିବା “ବିଦ୍ରୋହୀ” ନାମକ ଏକ ସିରିଜରେ ହିଁ ଏହା ପ୍ରସାରିତ ହେବ । ଏହା ସହ Disney + Hotstarରେ ବି ଏହା ପ୍ରସାରିତ ହେବ । ସୂଚନା ଦେବା ଉଚିତ ହେବକି, ଖୋର୍ଦ୍ଧା ଗଡ଼ର ସେନାପତି ଥିବାବେଳେ ୧୮୧୭ ରେ ଆରମ୍ଭ ହୋଇଥିବା ଐତିହାସିକ ପାଇକ ବିଦ୍ରୋହରେ ଏକ ପ୍ରମୁଖ ଭୂମିକା ନିଭେଇଥିଲେ । ଏହି ବିଦ୍ରୋହ ଦୀର୍ଘ ୧୦ ବର୍ଷ ଧରି ଚାଲିଥିଲା ।

 

 

ସୋସିଆଲ ମିଡ଼ିଆ ପ୍ଲାଟ୍ଫର୍ମରେ ଷ୍ଟାରପ୍ଲସ ଏହି ସିରିଜର ଏକ ଟ୍ରେଲର ଅପଲୋଡ଼ କରିଛି । ଚ୍ୟାନେଲ ତରଫରୁ ପ୍ରସାରିତ ହେବାକୁ ଥିବା “ବିଦ୍ରୋହୀ” ସିରିଜରେ ଭାରତର ବିଭିନ୍ନ ଅଞ୍ଚଳର ବିଦ୍ରୋହୀ ମାନଙ୍କର ଅଜଣା କାହାଣୀ ପ୍ରସାରିତ ହେବ । ଟ୍ରେଲରରେ ଦେଖାଯାଇଛିଯେ ଆକ୍ଟର ଶରଦ ମାଲହୋତ୍ରା ବକ୍ସି ଜଗବନ୍ଧୁଙ୍କ ଭୂମିକାରେ ନଜର ଆସୁଛନ୍ତି । ସେସମୟରେ ବ୍ରିଟିଶ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ମାତ୍ରାଧିକ କର ଓ ବେଆଇନ କାରାଦଣ୍ଡ ବିରୋଧରେ ସେ ତୀବ୍ର ସ୍ୱର ଉଠାଉଛନ୍ତି ।

ଏକଦା ଓଡ଼ିଆ ଜାତିର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ମନ୍ଦିରକୁ ପ୍ରବେଶରେ ବ୍ରିଟିଶ ସରକାର ରୋକ ଲଗାଇବାରୁ ବ୍ରିଟିଶ ସେନାନୀଙ୍କୁ ସଙ୍ଗବଦ୍ଧ ଆକ୍ରମଣ କରି ଗୋରା ସେନାନୀଙ୍କୁ କଡ଼ାଜବାବ ଦେଇଛନ୍ତି ବକ୍ସି । ୧୮୨୯ ମସିହା ଜାନୁଆରୀ ୨୪ ତାରିଖରେ କଟକରେ ବ୍ରିଟିଶ ମାନଙ୍କ ଦ୍ୱାରା ବନ୍ଦୀ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.