ଇତିହାସରେ ପ୍ରଥମ: କରୋନା ଯୋଗୁ ଘୁଞ୍ଚିଲା କାନ୍ସ ଫିଲ୍ମ ଫେଷ୍ଟିଭାଲ, ଜୁନ କିମ୍ବା ଜୁଲାଇରେ ହୋଇପାରେ ଆୟୋଜନ

ଇତିହାସରେ ପ୍ରଥମ ଥର ପ୍ରତିଷ୍ଠିତ କାନ୍ସ ଫିଲ୍ମ ଫେଷ୍ଟିଭାଲକୁ କରୋନା ଭାଇରସ ଯୋଗୁ ଘୁଞ୍ଚାଇ ଦିଆଯାଇଛି । ଫ୍ରାନ୍ସରେ ଲକଡାଉନ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହିତ 16 ଏପ୍ରିଲରେ ହେବାକୁ ଥିବା ଫେଷ୍ଟିଭାଲର ପ୍ରେସ୍ କନଫରେନ୍ସକୁ ବି ଟାଳି ଦିଆଯାଇଛି । ଇଭେଣ୍ଟର ଆୟୋଜନ ଆସନ୍ତା ଜୁନ କିମ୍ବା ଜୁଲାଇରେ ହୋଇପାରେ ।

1946ରେ କାନ୍ସ ଫିଲ୍ମ ଫେଷ୍ଟିଭାଲ ଆରମ୍ଭ ହୋଇଥିଲା । ଏହାପୂର୍ବରୁ ଶେଷ ଥର 1968ରେ ଇଭେଣ୍ଟକୁ ଫ୍ରାନ୍ସରେ ହୋଇଥିବା ଛାତ୍ର ଆନ୍ଦୋଳନ ଯୋଗୁ ବାତିଲ କରାଯାଇଥିଲା । ଆୟୋଜକ କହିଛନ୍ତି, ବିଶ୍ୱରେ ଦେଖାଦେଇଥିବା ମହାମାରୀରେ ଆମେ ସେହି କୋଭିଡ 19 ସହ ଲଢ଼ୁଥିବା ଲୋକଙ୍କ ସହ ଅଛୁ । ଆଜି ଆମେ ସମସ୍ତେ 12 ମେରୁ 23 ମେ ଯାଏ ହେବାକୁ ଥିବା ଫିଲ୍ମ ଫେଷ୍ଟିଭାଲକୁ ଘୁଞ୍ଚାଇ ଦେବାକୁ ନିଷ୍ପତ୍ତି ନେଇଛୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.