ଅଭିନେତ୍ରୀ ନିଶାରେ ପୋଲିସକୁ ମାରିଲେ ଚାପୁଡ଼ା, ଏବେ ମାମଲା ….

ମୁମ୍ବାଇ : ‘କ୍ୟାଲେଣ୍ଡର ଗର୍ଲ’ ଏବଂ ‘ଇସ୍କ ଫରଏଭର୍’ ଭଳି ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ରୁହି ସିଂଙ୍କ ବିରୋଧରେ ହୋଇଛି ମାମଲା ରୁଜୁ। ସେ ଏବଂ ତାଙ୍କ ସାଙ୍ଗମାନେ ମିଳିତ ଭାବେ ପୋଲିସ ଅଧିକାରୀଙ୍କୁ ମାରପିଟ କରିବା ନେଇ ମାମଲା ରୁଜୁ ହୋଇଛି। ଖାଲି ସେତିକି ନୁହଁ ନିଶାରେ ଗାଡି ଚଲାଇବା ନେଇ ମଧ୍ୟ ତାଙ୍କ ନାଁରେ ଅଭିଯୋଗ ଆସିଛି। ଏହି ଘଟଣା ୩୧ ମାର୍ଚ୍ଚ ରାତିରେ ଘଟିଛି।

ruhi-singh

ଏହି ମାମଲାରେ ପୋଲିସ ରୁହି ସିଂଙ୍କ ବନ୍ଧୁ ରାହୁଲ ସିଂ ଏବଂ ସ୍ବପନିଲ ସିଂଙ୍କୁ ଗିରଫ କରିଛି। ଘଟଣା ସମୟରେ ଦୁହେଁ ରୁହିଙ୍କ ସହ ଉପସ୍ଥିତ ରହିଥିଲେ। ତେବେ ରୁହିଙ୍କୁ କେବଳ ନୋଟିସ ଦିଆଯାଇଥିବା ବେଳେ ତାଙ୍କୁ ଗିରଫ କରାଯାଇ ନାହିଁ। ତାଙ୍କ ଗାଡିକୁ ଜବତ କରାଯାଇଥିବା ବେଳେ ଏନେଇ ଘଟଣାର ଯାଞ୍ଚ କରାଯାଉଛି।

ruhi

ପୋଲିସ ଅଧିକାରୀଙ୍କ ମୁତାବକ, ନିଶା ଅବସ୍ଥାରେ ଗାଡି ଚଳାଉଥିବା ହେତୁ ରୁହି ଏବଂ ତାଙ୍କ ସାଙ୍ଗ ମାନଙ୍କୁ ଅଟକା ଯାଇଥିଲା। ସେହି ସମୟରେ ସେମାନେ ଦୁଇଜଣ ପୋଲିସକର୍ତ୍ତାଙ୍କ ସହ ମାରପିଟ କରିଥିଲେ। ଏହି ସମସ୍ତ ଘଟଣା ସେଠାରେ ଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ଏନେଇ ରୁହିଙ୍କୁ ଛଡ଼ା ଯାଇଥିବା ବେଳେ ତାଙ୍କର ଦୁଇ ସାଙ୍ଗଙ୍କୁ ଗିରଫ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.