କାଷ୍ଟି ଡାଇରେକ୍ଟର ତଥା ଅଭିନେତ୍ରୀ ଆରତୀ ମିତ୍ତଲ ଗିରଫ, ସେକ୍ସ ର‍୍ୟାକେଟ୍‌ ଚଲାଉଥିବା ଅଭିଯୋଗ

କାଷ୍ଟିଂ ଡାଇରେକ୍ଟର ତଥା ଅଭିନେତ୍ରୀ ଆରତୀ ମିତ୍ତଲଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ସେକ୍ସ ର‍୍ୟାକେଟ ଚଲାଉଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । ‘ଅପନାପନ’ ଭଳି ଟେଲିଭିଜନ ଶୋରେ କାମ କରିଛନ୍ତି ଆରତୀ ମିତ୍ତଲ।

କାଷ୍ଟିଂ ଡାଇରେକ୍ଟର ତଥା ଅଭିନେତ୍ରୀ ଆରତୀ ମିତ୍ତଲଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ସେକ୍ସ ର‍୍ୟାକେଟ ଚଲାଉଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । ମୁମ୍ବାଇର କ୍ରାଇମବ୍ରାଞ୍ଚ ୟୁନିଟ୍‌ ୧୧ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି । ଏବେ ପୋଲିସ ମାମଲାର ତଦନ୍ତ କରୁଛି ।

କ୍ରାଇମବ୍ରାଞ୍ଚ ଟିମ୍‌ ଗୋରେଗାଓଁର ଏକ ସ୍ଥାନରୁ ଦୁଇ ଜଣ ମଡେଲଙ୍କୁ ମଧ୍ୟ ଉଦ୍ଧାର କରି ସେମାନଙ୍କୁ ଥଇଥାନ କେନ୍ଦ୍ରକୁ ପଠାଇଛି । ମଡେଲ ଦୁଇଜଣ କହିଛନ୍ତି, ଆରତୀ ତାଙ୍କୁ ୧୫-୧୫ ହଜାର ଟଙ୍କା ଦେବାକୁ କହି ଡାକିଥିଲେ । ପୋଲିସ ନକଲି ଲୋକଙ୍କୁ ହୋଟେଲକୁ ପଠାଇ ଏହି ର‍୍ୟାକେଟର ପର୍ଦ୍ଦାଫାସ୍‌ କରିଛି । ଆଉ ଅଭିଯୁକ୍ତ ଆରତୀ ମିତ୍ତଲକୁ ଗିରଫ କରିଛି ।

ଏହି ର‍୍ୟାକେଟ ବିଷୟରେ ପୋଲିସ ଇନ୍ସପେକ୍ଟର ମନୋଜ ସୁତାର ଖବର ଦେଇଥିଲେ । ଏହାପରେ ସେ ନିଜେ ଗ୍ରାହକ ସାଜି ହୋଟେଲକୁ ଯାଇ ର‍୍ୟାକେଟର ପର୍ଦ୍ଦାଫାସ କରିଥିଲେ । ଅଭିଯୁକ୍ତ ଆରତୀ ଗ୍ରାହକ ସାଜିଥିବା ପୋଲିସକୁ ୬୦ ହଜାର ଟଙ୍କା ମାଗିଥିଲେ । ଆଉ ଏହି ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା ।

ଆରତୀ କାଷ୍ଟିଂ ଡାଇରେକ୍ଟର ହେବା ସହିତ ଜଣେ ଅଭିନେତ୍ରୀ ମଧ୍ୟ । ‘ଅପନାପନ’ ଭଳି ଟେଲିଭିଜନ ଶୋରେ କାମ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.