ପ୍ରଥମ ଥର ବୟେଫ୍ରେଣ୍ଡ ସହ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଲେ ସୁସ୍ମିତା ସେନ୍

ପ୍ରଥମ ଥର ପାଇଁ ବୟେଫ୍ରେଣ୍ଡ ସହ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଲେ ସୁସ୍ମିତା ସେନ୍। ପୂର୍ବରୁ ବହୁଥର ପବ୍ଲିକ ପ୍ଲେସରେ ଦୁହେଁ ଏକାଠି ନଜର ଆସିଛନ୍ତି। ମାତ୍ର ପ୍ରଥମ ଥର ପାଇଁ ଉଭୟଙ୍କୁ ଏପରି ରୋମାଣ୍ଟିକ ଅନ୍ଦାଜରେ ଦେଖିବାକୁ ମିଳିଛି। ଫଟୋରେ ସୁସ୍ମିତା ନିଜ ବୟେଫ୍ରେଣ୍ଡ ରୋମାନଙ୍କ ସହ ସୁସ୍ମିତାଙ୍କ ୨ଝିଅ ରିନେ ଓ ଏଲିଜା ମଧ୍ୟ ନଜର ଆସୁଛନ୍ତି। ଫଟୋରେ ସୁସ୍ମିତା ରୋମନଙ୍କ ପାଖରେ ବସିଛନ୍ତି। ତାଙ୍କ ସମ୍ମୁଖରେ ତାଙ୍କର ଛୋଟ ଝିଅ ଓ ଡାହାଣ ପଟେ ବଡ ଝିଅ ବସିଥିବାର ଦେଖିବାକୁ ମିଳିଛି। ଫଟୋ ଦେଖିଲେ ଲାଗୁଛି ସୁସ୍ମିତାଙ୍କ ଦୁଇ ଝିଅ ରୋମାନଙ୍କୁ ଖୁସିରେ ନିଜ ପରିବାରର ସଦସ୍ୟ ଭାବେ ଗ୍ରହଣ କରିଛନ୍ତି।