ମୁମ୍ବାଇ : ଲୋକପ୍ରିୟ ହାସ୍ୟଅଭିନେତା କପିଲ ଶର୍ମାଙ୍କ ଶୋର ଦ୍ବିତୀୟ ସିଜନରେ ଅନେକ ପୂର୍ବ କଳାକାରଙ୍କୁ ଦେଖିବାକୁ ମିଳିନାହିଁ। ଏପରିକି ଅନେକ ନୂଆ କଳାକର ମଧ୍ୟ ଏହି ସିଜନରେ ସାମିଲ ହୋଇଛନ୍ତି। ତେବେ ଶୋରେ ଚନ୍ଦୁ ଚାଏୱାଲା ଭାବେ ନଜର ଆସିଥିବା ହାସ୍ୟକଳାକାର ଚନ୍ଦନ ପ୍ରଭାକରଙ୍କୁ ମଧ୍ୟ ଶୋରେ ଖୁବ କମ ଦେଖିବାକୁ ମିଳିଛି। ଏନେଇ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ କ୍ରୋଧଭାବ ନଜର ଆସିଛି। ଏହା ବିଷୟରେ ସୋସିଆଲ ମିଡିଆରେ ଖୁବ ପ୍ରଶ୍ନ ପଚାରିବା ପରେ ଏବେ ତାହାର ଉତ୍ତର ଲେଖିଛନ୍ତି ଚନ୍ଦନ। ଆସନ୍ତୁ ଜାଣିବା କାହିଁକି କମେଡିଆନ ଚନ୍ଦନ କପିଲ ଶର୍ମା ଶୋରେ କମ ଆସୁଛନ୍ତି ନଜର ।
କିଛି ଫ୍ୟାନ୍ସ ପଚାରିଥିଲେ – “ମୁଁ କପିଲଙ୍କ ଶୋର ବହୁତ ବଡ଼ ଫ୍ୟାନ୍। କିନ୍ତୁ ଆଗରୁ ଶୋ କଥା କିଛି ଅଲଗା ଥିଲା। ପ୍ଳିଜ୍ ଆପଣ ଶୋକୁ ପୁଣି ଫେରିଆସନ୍ତୁ। “
“ଶୋରେ ଡାକ୍ତର ଗୁଲାଟୀଙ୍କ ଅଭାବ ପାଇଁ ବହୁତ ଖାଲି ଖାଲି ଲାଗୁଥିଲା ଏବେ ଆପଣ ମଧ୍ୟ ନଜର ଆସୁନାହାନ୍ତି। ଏମିତି ଯଦି ହୁଏ ତେବେ ଶୋକୁ ଦେଖିବାକୁ କିଏ ମଧ୍ୟ ପସନ୍ଦ କରିବେ ନାହିଁ।”
ଆହୁରୀ ପଢ଼ନ୍ତୁ: ଅଭିନୟ ପାଇଁ . . . ନିଜ ଶରୀରରେ ନିଆଁ ଲଗାଇ ଷ୍ଟେଜରେ ପହଂଚିଲେ ଅକ୍ଷୟ କୁମାର
ଏହିପରି ଅନେକ ଫ୍ୟାନ୍ସଙ୍କ ପ୍ରଶ୍ନ ପରେ ଶେଷକୁ ଉତ୍ତର ଲେଖିଛନ୍ତି ଚନ୍ଦନ। ସେ ଲେଖିଛନ୍ତି , “ଆପଣଙ୍କ ଭଲ ପାଇବା ପାଇଁ ଖୁବ ଧନ୍ୟାବାଦ। ମୁଁ ଜାଣିଶୁଣି ଶୋର ଏପିସୋଡରେ ନଜର ଆସୁନାହିଁ ବୋଲି ତାହା ନୁହଁ। ପ୍ରୋଡକ୍ଟସନ୍ ମତେ ଏପିସୋଡରେ ନେଉ ନାହିଁ। ଏଥିରେ ମୁଁ କଣ କରିପାରିବେ। ”
ଆହୁରୀ ପଢ଼ନ୍ତୁ: ଗୋଟିଏ ପ୍ରଶ୍ନର ଉତ୍ତର ପାଇଁ, କରଣ ଦେଲେ ଅଜୟଙ୍କୁ ଅଡି କାର ଉପହାର
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଚନ୍ଦନ ପ୍ରଭାକରଙ୍କ ଭଳି କମେଡିଆନ୍ ସୁନିଲ ଗ୍ରୋଭରଙ୍କୁ ମଧ୍ୟ ହଠାତ୍ କପିଲ ଶର୍ମା ଶୋରୁ ବାହାର କରାଯାଇଥିଲା। ଯେଉଁଥିରେ ଦର୍ଶକ ବହୁ ମାତ୍ରାରେ କ୍ରୋଧିତ ହୋଇଥିଲେ। ଏହାପରେ ଲୋକମାନେ କପିଲଙ୍କ ମୁଣ୍ଡ ଖରାପ ହୋଇଯାଇଥିବା କହିଥିଲେ। ବହୁ ମାତ୍ରାରେ ଶୋର ଟିଆରପି ମଧ୍ୟ କମ ହୋଇଥିଲା। ତେବେ ଚନ୍ଦନ କେବେ ପୁଣିଥରେ ଶୋରେ ନଜର ଆସିବେ ସେ ନେଇ ବାଟ ଚାହିଁ ବସିଛନ୍ତି ଦର୍ଶକବନ୍ଧୁ।