ରିଲିଜ ହେଲା ଇମରାନ ହାଶମୀଙ୍କ ଅପକମିଙ୍ଗ ଫିଲ୍ମ ‘ଚିଟ୍‌ ଇଣ୍ଡିଆର’ ଟ୍ରେଲର

ରିଲିଜ ହୋଇଛି ଇମରାନ ହାଶମୀ ଅପକମିଙ୍ଗ ଫିଲ୍ମ ଚିଟ୍‌ ଇଣ୍ଡିଆର ଟ୍ରେଲର। ରାକେଶ ସିଂ ଚରିତ୍ରରେ ନଜର ଆସିଛନ୍ତି ଇମରାନ ହାଶମୀ। ଫିଲ୍ମରେ ରହିଛି ଭିନ୍ନ କାହାଣୀ। ଇମ୍ରାନଙ୍କ କେବଳ ଗୋଟିଏ ଲକ୍ଷ୍ୟ ରହିଛି। ଟଙ୍କା ରୋଜଗାର କରିବା। ଏଥିପାଇଁ କମ୍ପିଟେଟିଭ ପରୀକ୍ଷାରେ ଚିଟ୍‌ କରି ପିଲାଙ୍କୁ ପାସ୍ କରିବାରେ ସାହାଯ୍ୟ କରୁଛନ୍ତି ଇମ୍ରାନ ହାଶମୀ। ଏହି ଫିଲ୍ମରେ ଶ୍ରେୟା ଧନନ୍ତ୍ୱରି ଡେବ୍ୟୁ କରୁଥିବା ବେଳେ ଟ୍ରେଲରରେ କିନ୍ତୁ ତାଙ୍କୁ ଦେଖିବାକୁ ମିଳିନାହିଁ। ଆସନ୍ତାବର୍ଷ ଜାନୁଆରୀ ୨୫ରେ ରିିଲିଜ ହେବ ଚିଟ୍‌ ଇଣ୍ଡିଆ। ସୌମିକ ସେନ ଫିଲ୍ମର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଯୋଜନା କରିଛନ୍ତି ଟିସିରିଜ, ଏଲିପସିସ ଏଣ୍ଟରଟେନମେଣ୍ଟ ଓ ଇମ୍ରାନ ହାଶମୀ ଫିଲ୍ମସ।

ଦେଖନ୍ତୁ ଟ୍ରେଲର :

You might also like