ସେଲିବ୍ରିଟି ସେଫ ବିକାଶ ଖାନ୍ନା ବହୁ ବର୍ଷ ତଳେ ଏହି ବୃଦ୍ଧଙ୍କୁ ଠୁ ଶିଖିଥିଲେ ‘ଡବା ରୁଟି’ ତିଆରି ପ୍ରଣାଳୀ, ଏବେ ଏଭଳି ଭାବେ ଦେଲେ ଗୁରୁ ଦକ୍ଷିଣା

ସେଲିବ୍ରିଟି ସେଫ ବିକାଶ ଖାନ୍ନା ନିକଟରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଗୁରୁ ଦକ୍ଷିଣା ଦେଇଛନ୍ତି, ଯିଏକି ତାଙ୍କୁ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ‘ଡବା ରୁଟି’ ତିଆରି କରିବା ଶିଖାଇଥିଲେ। ବିକାଶ ସୋମବାର ଏକ ଟୁଇଟ କରି ଆନ୍ଧ୍ରପ୍ରଦେଶରେ ‘ଡବା ରୁଟି’ ତିଆରି କରୁଥିବା ସେଫ ସତ୍ୟମଙ୍କୁ ଖୋଜିବା ପାଇଁ ଲୋକଙ୍କୁ ଅପିଲ କରିଥିଲେ।

ସେ ନିଜ ଟୁଇଟରେ ଲେଖିଥିଲେ, ‘ଷ୍ଟ୍ରୀଟବାଇଟ ଆପଣଙ୍କୁ ଧନ୍ୟବାଦ। ଆପଣ ମୋତେ ମାଷ୍ଟର ସେଫ ସତ୍ୟମଙ୍କ ସହ ପରିଚିତ କରାଇଲ। ମୁଁ ଅନେକ ବର୍ଷ ପୂର୍ବରୁ ତାଙ୍କ ଭିଡ଼ିଓ ଦେଖି ‘ଡବା ରୁଟି’ ତିଆରି କରିବା ଶିଖିଥିଲି’। ଏହାସହିତ ବିକାଶ ତାଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି। ସେ ଆହୁରି ଲେଖିଥିଲେ ଯେ ‘ଏ ଆମ ଦେଶର ପ୍ରକୃତ ବୀର। ୟାଙ୍କୁ ବଞ୍ଚେଇ ରଖିବା ଜରୁରୀ’। ଏହାସହିତ ବିକାଶ #GuruDakshina ମଧ୍ୟ ଲେଖିଥିଲେ।

ତେବେ ଲୋକଙ୍କ ଜରିଆରେ ସତ୍ୟମଙ୍କ ବିଷୟରେ ଖବର ପାଇବା ପରେ ସେଫ ବିକାଶ ତାଙ୍କ ପାଖରେ ରାଶନ ସାମଗ୍ରୀ ପହଞ୍ଚାଇଛନ୍ତି। ବିକାଶ ଆଉ ଏକ ଟୁଇଟ କରି ଲେଖିଥିଲେ, ‘ଆପଣ ସମସ୍ତଙ୍କୁ ଧନ୍ୟବାଦ। ଆମେ ମାଷ୍ଟର ସେଫ ସତ୍ୟମଙ୍କୁ ଖୋଜି ପାଇଯାଇଛୁ, ଯିଏକି ୟୁଟ୍ୟୁବରେ ମୋତେ ‘ଡବା ରୁଟି’ ତିଆରି କରିବା ଶିଖାଇଥିଲେ’। ସେପଟେ ବିକାଶଙ୍କ ଏଭଳି ପଦକ୍ଷେପକୁ ସୋସିଆଲ ମିଡିଆରେ ଖୁବ ପ୍ରଶଂସା କରାଯାଉଛି।

Leave A Reply

Your email address will not be published.