ଜାଣିଶୁଣି କରୋନା ଆକ୍ରାନ୍ତ ହେଲେ ଚୀନ ଗାୟିକା ଜେନ ଝାଙ୍ଗ, ପଜିଟିଭ ସାଙ୍ଗ ପାଖକୁ ଯାଇ ହେଲେ ସଂକ୍ରମିତ

ଜାଣିଶୁଣି କରୋନା ଆକ୍ରାନ୍ତ ହୋଇଛନ୍ତି ଚୀନ ଗାୟିକା ଜେନ ଝାଙ୍ଗ । ଯାହାକୁ ନେଇ ତାଙ୍କୁ ସମାଲୋଚନା କରାଯାଉଛି। ନିଜ କରୋନା ସାଙ୍ଗମାନଙ୍କ ଘରକୁ ଯାଇ ସଂକ୍ରମିତ ହୋଇଛନ୍ତି ଗାୟିକା । ‘ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ୍’ ରିପୋର୍ଟ ମୁତାବକ, କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ସାଙ୍ଗସାଥିଙ୍କ ସହିତ ମିଳାମିଶା କରି କରୋନା ସଂକ୍ରମିତ ହୋଇଛନ୍ତି । ଗାୟିକା ଜଣକ BF.7 ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି ।

ସମ୍ପ୍ରତି ଚୀନରେ ‘ଓମିକ୍ରନ୍’ର BF.7 ଭୂତାଣୁଜନିତ କୋଭିଡ୍-୧୯ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ବେଳେ ସେ ଜାଣିଶୁଣି ଏଭଳି ବୋକାମି କରିବା ସଂକ୍ରାନ୍ତରେ ବୁଝାଇ ଦେଇଛନ୍ତି। ସେ କହିଛନ୍ତି, ଏବେଠୁ ସଂକ୍ରମିତ ହୋଇଗଲେ ନୂଆ ବର୍ଷ ଜିଣୋ ନାଇଟ୍‌ରେ ସଂକ୍ରମଣ ହେବାର ଆଶଙ୍କା ରହିବ ନାହିଁ। ଏବେ ସୁସ୍ଥ ହେବା ପାଇଁ ମୋ ପାଖରେ ସମୟ ଥିବାରୁ କୋଭିଡ୍-୧୯ ପଜିଟିଭ୍ ହୋଇଥିବା ଲୋକମାନଙ୍କ ସହିତ ମୁଁ ମିଳାମିଶା କଲି।

 

View this post on Instagram

 

A post shared by Jane Zhang (@janezhang)

କରୋନା ସଂକ୍ରମିତ ହେବା ପରେ ଜ୍ବର, ତଣ୍ଟି ଦରଜ ଓ ଘୋଳାବିନ୍ଧା ଆଦି ଲକ୍ଷଣ ଦେଖା ଦେଇଥିଲା ।ଏହି ସବୁ ଲକ୍ଷଣ କୋଭିଡ୍ ରୋଗୀମାନଙ୍କ ଲକ୍ଷଣ ସହିତ ସମାନ ହୋଇଥିଲେ ବି ତାହା ଗୋଟିଏ ଦିନ ରହିଥିଲା ବୋଲି ୩୮ ବର୍ଷୀୟ ଗାୟିକା ସାଙ୍ଗ୍ କହିଛନ୍ତି। ଗୋଟେ ଦିନ ଏବଂ ରାତି ଲଗାତାର ବିଶ୍ରାମ କରିବା ପରେ ଲକ୍ଷଣ ଗାୟବ ହୋଇଯାଇଥିଲା । ତେବେ ଗାୟିକା ଜଣକ ଟ୍ରୋଲ ହେବା ପରେ ଫ୍ୟାନ୍ସଙ୍କୁ କ୍ଷମା ମାଗିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.