ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଚିରଞ୍ଜୀବୀ, ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ୍‌ର ଶିକାର

ଏହି କିଛି ଦିନ ପୂର୍ବରୁ ଦୁଇ ସାଉଥ୍‌ ସୁପରଷ୍ଟାରଙ୍କ ଫ୍ୟାନ୍ସ ସହ ଖରାପ ବ୍ୟବହାର କରିଥିବା ଭିଡିଓ ଭାଇରାଲ ହୋଇଥିଲା । ଯେଉଁ କାରଣରୁ ଲୋକମାନେ ଏହି ଅଭିନେତାମାନଙ୍କ ଉପରେ ନିଜର ଅସନ୍ତୁଷ୍ଟ ଭାବ ପ୍ରକାଶ କରିଥିଲେ । ତେବେ ପ୍ରଥମେ ନାଗାର୍ଜୁନଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ତାଙ୍କ ବଡିଗାର୍ଡ ଏୟାରପୋର୍ଟରେ ସୁପରଷ୍ଟାରଙ୍କ ଜଣେ ଭିନ୍ନକ୍ଷମ ଫ୍ୟାନ୍‌ଙ୍କୁ ଧକ୍କା ଦେଇଥିଲେ ଏବଂ ପରେ ସେହି ପରି ଏକ ଭିଡିଓ ଧନୁଷଙ୍କର ମଧ୍ୟ ସାମ୍ନାକୁ ଆସିଥିଲା । ଏହି ଭିଡିଓରେ ଧନୁଷ ତାଙ୍କ ବଡିଗାର୍ଡଙ୍କ ସହ ବୁଲୁଥିବାର ନଜର ଆସିଥିଲେ । ଅଭିନେତାଙ୍କୁ ଦେଖି କିଛି ଲୋକ ତାଙ୍କ ସହ ସେଲଫି ନେବାକୁ ଆଗକୁ ଆସିଥିଲେ, କିନ୍ତୁ ଅଭିନେତାଙ୍କ ବଡିଗାର୍ଡ ତାଙ୍କ ପାଖକୁ ଆସିବା ପାଇଁ ଦେଇନଥିଲେ ଏବଂ ସେମାନଙ୍କୁ ଠେଲି ଦେଇଥିଲେ । ତେବେ ବର୍ତ୍ତମାନ ସାଉଥ୍‌ରୁ ଆଉ ଜଣେ ସୁପରଷ୍ଟାରଙ୍କ ନାମ ଏହି ଲିଷ୍ଟରେ ଯୋଡି ହୋଇଛି । ନାଗାର୍ଜୁନ ଏବଂ ଧନୁଷଙ୍କ ଭିଡିଓ ପରି ଚିରଞ୍ଜୀବୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ଚିରଞ୍ଜୀବୀ ଟ୍ରୋଲର ଶିକାର ହେଉଛନ୍ତି । ଭିଡିଓରେ ଚିରଞ୍ଜୀବୀ ତାଙ୍କ ସ୍ତ୍ରୀ ସୁରେଖାଙ୍କ ସହ ଏୟାରପୋର୍ଟରେ ନଜର ଆସିଛନ୍ତି । ତା’ପରେ ସୁପରଷ୍ଟାରଙ୍କ ସହ ସେଲଫି ନେବାକୁ ଚାହୁଁଥିବା ଜଣେ ବିମାନ କର୍ମଚାରୀ ଆଗକୁ ଆସନ୍ତି, କିନ୍ତୁ ଚିରଞ୍ଜୀବୀ ଏହି କର୍ମଚାରୀଙ୍କୁ ଏକ ପାଖକୁ ଠେଲି ଦିଅନ୍ତି । ସାଉଥ ସୁପରଷ୍ଟାରଙ୍କ ଏହି ମନୋଭାବକୁ ପ୍ରଶଂସକମାନେ ପସନ୍ଦ କରୁନଥିଲେ ଏବଂ ସୋସିଆଲ ମିଡିଆରେ ୟୁଜରମାନେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି । ଏପରି ଭାବେ ଚିରଞ୍ଜୀବୀ ଲୋକଙ୍କ ଟାର୍ଗେଟରେ ଆସିଛନ୍ତି ।

ଏନେଇ ସୋସିଆଲ ମିଡିଆରେ ୟୁଜରମାନେ ଚିରଞ୍ଜୀବୀଙ୍କୁ ବହୁତ ଟ୍ରୋଲ୍‌ କରୁଛନ୍ତି । ଏହା ବ୍ୟତୀତ ଲୋକମାନେ ଅଭିନେତାଙ୍କୁ ଗାଳି ଦେବା ସହିତ ମାନବିକତାର ଶିକ୍ଷା ଦେବା ଆରମ୍ଭ ମଧ୍ୟ କରିଛନ୍ତି । ଏନେଇ ଜଣେ ୟୁଚର ଲେଖିଛନ୍ତି, ‘ଚିରଞ୍ଜୀବୀ ଏୟାରପୋର୍ଟରେ ଜଣେ ପ୍ରଶଂସକଙ୍କ ସହ ଅସଦାଚରଣ କରିଥିଲେ ।’ ଅନ୍ୟ ଜଣେ ଲେଖିଛନ୍ତି- ‘ଦୟାକରି ମାନବିକତାର କିଛି ଯତ୍ନ ନିଅ।’ । ଏହା ବ୍ୟତୀତ କିଛି ଫ୍ୟାନ୍‌ ଅଭିନେତାଙ୍କୁ ସମର୍ଥନ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏପରି ବିଭିନ୍ନ ପ୍ରକାରର କଥା ସେହି ଭିଡିଓର କମେଣ୍ଟ ବକ୍ସରେ ଦେଖିବାକୁ ମିଳିଛି ।

ତେବେ ମେଗାଷ୍ଟାର ପ୍ୟାରିସ୍ ଅଲିମ୍ପିକ୍ସର ଉଦଘାଟନୀ ସମାରୋହରେ ତାଙ୍କ ସ୍ତ୍ରୀ ସୁରେଖା, ପୁଅ ରାମଚରଣ ଏବଂ ବୋହୂ ଉପାସାନା ଏବଂ କ୍ଲିନ୍ କରଙ୍କ ସହ ଯୋଗ ଦେଇଥିଲେ । ନିକଟରେ, ସେ ଅଲିମ୍ପିକ୍ ସମୟର କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ । କିଛି ଫଟୋରେ ସେ ତାଙ୍କ ପୁରା ପରିବାର ସହିତ ପୋଜ୍ କରୁଥିବା ଦେଖିବାକୁ ମିଳିଥିଲା । ସେ ଏହି ଫଟୋଗୁଡ଼ିକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହାର କ୍ୟାପସନରେ ସେ ଲେଖିଛନ୍ତି, ‘ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବରେ ଭାଗ ନେବାକୁ ବହୁତ ଉତ୍ସାହିତ । ଏପରି ଅନେକ ପ୍ରକାରର କଥା ଲେଖିଛନ୍ତି । କିନ୍ତୁ ଫ୍ୟାନ୍‌ଙ୍କ ସହ ଏପରି ବ୍ୟବହାର କରିବା ଯୋଗୁ ଚିରଞ୍ଜୀବୀ ସୋସିଆଲ ମିଡିଆରେ ୟୁଜରଙ୍କ ଟ୍ରୋଲର ଶିକାର ହେଉଛନ୍ତି ।

You might also like