ପିଲା ମୁହଁ ଦେଖି ପାରିଲେନି କନ୍ନଡ଼ ଅଭିନେତା ଚିରଞ୍ଜିବ୍‌, ଛାଡ଼ି ଚାଲିଗଲେ ଗର୍ଭବତୀ ପତ୍ନୀଙ୍କୁ

କନ୍ନଡ ଅଭିନେତା ଚିରଞ୍ଜିବ୍‌ ସରଜା ମାତ୍ର ୩୯ ବର୍ଷ ବୟସରେ ପତ୍ନି-ପରିବାରକୁ ଛାଡି ପର ପାରିକୁ ଚାଲିଯାଇଛନ୍ତି । ତାଙ୍କ ମୃତ୍ୟୁ ଖବର ପରିବାର ସମେତ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଶୋକ ସାଗରରେ ଭସାଇ ଦେଇଛି । ଚିରଞ୍ଜିବ୍‌ଙ୍କ ପତ୍ନୀ ମେଘନା ରାଜ୍‌ ଏବେ ଗର୍ଭବତୀ ଅଛନ୍ତି ।

ଅଳ୍ପ ବୟସରେ ପତିଙ୍କୁ ହରାଇ ମେଘନା ଏବେ ସମ୍ପୁର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ଅତ୍ୟଧିକ ଦୁଃଖ ଯୋଗୁ ତାଙ୍କୁ ମଧ୍ୟ ହାର୍ଟ ଆଟାକ୍‌ ହୋଇଥିବା ଜଣାଯାଇଛି । ଚିରଞ୍ଜିବ୍‌ଙ୍କ ସନ୍ତାନ ହେବା କଥା ଫିଲ୍ମ ଇଣ୍ଡଷ୍ଟ୍ରିକୁ ଜଣା ଥିଲା ।

chiranjeeb kannad actor.jpg-1

ଖୁବ୍‌ ଶୀଘ୍ର ସେ ଏକ ଖୁସି ଖବର ଦେବେ ବୋଲି ତାଙ୍କର କିଛି ନିକଟିତମ ଲୋକଙ୍କୁ ମଧ୍ୟ କହିଥିଲେ । ଭାଗ୍ୟର ବିଡ଼ମ୍ବନା ଯେ ତାହା ଦେବାକୁ ସେ ଆଉ ରହିଲେ ନାହିଁ । ପିଲା ମୁହଁ ଦେଖି ନପାରି ସେ ଚାଲିଗଲେ ପର ପାରିକୁ । ରବିବାର ଚିରଞ୍ଜିବ୍‌ଙ୍କୁ ହାର୍ଟ ଆଟାକ୍‌ ହୋଇଥିଲା ।

ତାଙ୍କୁ ବାଙ୍ଗାଲୋର ର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହି ଠାରେ ହିଁ ସେ ଶେଷ ନିଶ୍ୱାଃସ ତ୍ୟାଗ କରିଦେଲେ । ଏକ ସୂଚନା ଅନୁଯାୟୀ କିଛି ଦିନ ତଳେ ଚିରଞ୍ଜିବ୍‌, ପତ୍ନୀ ମେଘନାଙ୍କ ସହ ଲୋକସଭା ସାଂସଦ ସୁମନଲତାଙ୍କ ଘରକୁ ଯାଇଥିଲେ ।

ସେଠାରେ ମେଘନା ମା’ ହେବା ସମ୍ପର୍କରେ କହିଥିଲେ । ଦୁଃଖର କଥା ଯେ ପ୍ରାୟ ୧୦ ବର୍ଷ ମେଘନା ଓ ଚିରଞ୍ଜିବ୍‌ ଉଭୟେ ଉଭୟଙ୍କୁ ଡେଟିଂ କରିବା ପରେ ଦୁଇ ବର୍ଷ ତଳେ ୨୦୧୮ରେ ବିବାହ କରିଥିଲେ ।

Leave A Reply

Your email address will not be published.