ମନୋରଂଜନ

ବିବାହ ପରେ ଭାରତରେ ପ୍ରଥମ ଥର ହୋଲି ସେଲିବ୍ରେସନ୍‌ କଲେ ପ୍ରିୟଙ୍କା ଚୋପ୍ରା ଓ ସ୍ୱାମୀ ନିକ୍‌ ଜୋନାସ, ଭାଇରାଲ ହେଉଛି ଫଟୋ

ଦେଶୀ ଗର୍ଲ ଭାବରେ ଜଣାଶୁଣା ବଲିଉଡ ଏବଂ ଓଲିଉଡ ଷ୍ଟାର ପ୍ରିୟଙ୍କା ଚୋପ୍ରା ଏହି କିଛି ଦିନ ହେବ ଭାରତରେ ଅଛନ୍ତି । ତେବେ ଅଭିନେତ୍ରୀଙ୍କ ସହ ତାଙ୍କ ପୂରା ପରିବାର ମଧ୍ୟ ଭାରତ ଆସିଛନ୍ତି । ଏହି ଅଭିନେତ୍ରୀଙ୍କୁ ସ୍ୱାମୀ ନିକ୍‌ ଜୋନାସ ଓ ଝିଅ ‘ମାଲଟି ମେରି’ ଙ୍କ ସହିତ ଲଗାତାର ବାହାରେ ଦେଖିବାକୁ ମିଳୁଛି । ବର୍ତ୍ତମାନ ଏହି ଅଭିନେତ୍ରୀ ଭାରତରେ ହୋଲି ସେଲିବ୍ରେସନ୍‌ କରୁଛନ୍ତି । ବିବାହ ପରେ ଭାରତରେ ପ୍ରିୟଙ୍କା ଚୋପ୍ରାଙ୍କର ଏହା ପ୍ରଥମ ହୋଲି । ଏହି ଗ୍ରାଣ୍ଡ ହୋଲି ସେଲିବ୍ରେସନ୍‌ର ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ପ୍ରିୟଙ୍କା ଚୋପ୍ରା ହୋଲି ରଙ୍ଗରେ ଭିଜି ଥିବାର ଦେଖିବାକୁ ମିଳିଛି । ଏହା ବ୍ୟତୀତ ଅଭିନେତ୍ରୀଙ୍କ ସହିତ ତାଙ୍କ ପୂରା ଚୋପ୍ରା ପରିବାର ମଧ୍ୟ ହୋଲିଙ୍କ ମଜା ରେ ନାଚୁଥିବାର ନଜର ଆସିଛନ୍ତି । ତେବେ ଅଭିନେତ୍ରୀଙ୍କ ବିଦେଶୀ ସ୍ୱାମୀ ନିକ୍‌ ଜୋନାସ ଓ ଝିଅ ‘ମାଲଟି ମେରି’ ମଧ୍ୟ ହୋଲିର ପର୍ବକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।

ତେବେ ପ୍ରିୟଙ୍କା ଚୋପ୍ରାଙ୍କ ସହ ‘ବିଗ୍ ବସ୍’ ଫ୍ରେମ୍‌ର ମନ୍ନାରା ଚୋପ୍ରା ମଧ୍ୟ ନଜର ଆସିଛନ୍ତି । ବାସ୍ତବରେ ମନ୍ନାରା ଏବଂ ପ୍ରିୟଙ୍କା କଜନ୍‌ ସିଷ୍ଟର । ଏଭଳି ପରିସ୍ଥିତିରେ ମନ୍ନାରା ଚୋପ୍ରା ମଧ୍ୟ ଜିଜୁ ନିକ ଜୋନାସଙ୍କ ସହ ମଜା କରୁଥିବାର ନଜର ଆସିଥିଲେ । ନିକ୍ ଜୋନାସ୍ ପୁରା କଲର ହୋଇଥିବାର ନଜର ଆସିଛନ୍ତି । ମନ୍ନାରା ମଧ୍ୟ ପୂରା କଲର ହୋଇଥିବାର ଦେଖିବାକୁ ମିଳିଛି । ତେବେ ସେ ଧଳା ଟିସାର୍ଟ ସହିତ ଏକ ମିନି ସ୍କର୍ଟ ପିନ୍ଧିଥିଲେ । ଏହା ବ୍ୟତୀତ ପ୍ରିୟଙ୍କା ଚୋପ୍ରାଙ୍କୁ ଧଳା ଅନାରକଲି ପିନ୍ଧି ସଂପୂର୍ଣ୍ଣ ପାରମ୍ପାରିକ ରୂପରେ ଦେଖିବାକୁ ମିଳିଥିଲା । ଏହି ସେଲିବ୍ରେସନ୍‌ରୁ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ପ୍ରିୟଙ୍କା ଡ୍ରମର ବିଟରେ ନାଚୁଥିବାର ନଜର ଆସିଛନ୍ତି । ଏହି ଭିଡିଓଟି ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ jerryxmimiରେ ଦେଖିବାକୁ ମିଳିଛି ।

ଗତ ସପ୍ତାହରେ ପ୍ରିୟଙ୍କା ଚୋପ୍ରା ରାମ ମନ୍ଦିର ଦର୍ଶନ କରିବାକୁ ଅଯୋଧ୍ୟାରେ ପହଞ୍ଚିଥିଲେ । ଏହି ସମୟରେ ଅଭିନେତ୍ରୀଙ୍କ ସ୍ୱାମୀ ନିକ ଜୋନାସ, ମା ମଧୁ ଚୋପ୍ରା ଏବଂ ଝିଅ ‘ମାଲଟି ମେରି’ ମଧ୍ୟ ଏକାଠି ନଜର ଆସିଥିଲେ । ଏହି ଅଭିନେତ୍ରୀ ପ୍ରଭୁ ରାମଙ୍କ ଦର୍ଶନ କରିଥିଲେ । ସେହି ସମୟରେ ପ୍ରିୟଙ୍କାଙ୍କ ସହ ସ୍ୱାମୀ ନିକ ମଧ୍ୟ ପାରମ୍ପାରିକ ରୂପରେ ନଜର ଆସିଥିଲେ ।

ଆପଣମାନେ ତ ଜାଣିଥିବେ ଯେ ବେଳେବେଳେ ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ୱାମୀ ନିକ ଜୋନାସଙ୍କ ସହ ରୋମାଣ୍ଟିକ ଫଟୋରେ ଦେଖିବାକୁ ମିଳିଥାଏ । ଏହା ବ୍ୟତୀତ ବେଳେବେଳେ ତାଙ୍କ ଝିଅ ମାଲଟି ମେରି’ଙ୍କ ସହିତ ଫଟୋ ମଧ୍ୟ ଭାଇରାଲ ହୋଇଥାଏ । ପ୍ରିୟଙ୍କା ଚୋପ୍ରାଙ୍କୁ ଶେଷ ଥର ପାଇଁ ‘ସିଟାଡେଲ’ ୱେବ୍ ସିରିଜରେ ପାଇଁ ଦେଖିବାକୁ ମିଳିଥିଲା । ଏଥିରେ ତାଙ୍କୁ ବହୁତ ପସନ୍ଦ କରିବା ସହ ପ୍ରଶଂସା ମଧ୍ୟ କରାଯାଇଥିଲା । ଏହି ୱେବ୍ ସିରିଜ୍ OTT ପ୍ଲାଟଫର୍ମରେ ବହୁତ ହିଟ୍ ହୋଇଥିଲା । ଏହା ବ୍ୟତୀତ ଖୁବ୍ ଶୀଘ୍ର ପ୍ରିୟଙ୍କା ଜୋୟା ଅଖତରଙ୍କ ଫିଲ୍ମ ‘ଜି ଲେ ଜାରା’ର ସୁଟିଂ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ଫିଲ୍ମର ରିଲିଜ୍‌ ଡେଟ୍‌ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ପ୍ରିୟଙ୍କା ଚୋପ୍ରାଙ୍କ ସହ ଫିଲ୍ମରେ ଆଲିଆ ଏବଂ କ୍ୟାଟ୍ରିନା ମଧ୍ୟ ନଜର ଆସିବେ । ଭାରତ ଆସିବା ପରେ ପ୍ରିୟଙ୍କା ଆକ୍ସେଲଙ୍କ ଅଫିସ୍‌ରେ ପହଞ୍ଚି ଜୋୟା ଏବଂ ଫରହାନଙ୍କୁ ମଧ୍ୟ ଭେଟିଥିଲେ ।

D Sonali

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

18 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

21 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

25 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

38 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

55 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago