ପ୍ରେମିକା ତ୍ରିବେଣୀଙ୍କ ସହିତ ନିର୍ବନ୍ଧ କଲେ କୋରିଓଗ୍ରାଫର ତୁଷାର କାଲିଆ, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

କୋରିଓଗ୍ରାଫର ତଥା ଡ୍ୟାନ୍ସ ଦିଓ୍ଵାନେ ଶୋର ଜଜ୍‌ ତୁଷାର କାଲିଆ ପ୍ରେମିକା ତ୍ରିବେଣୀ ବର୍ମନଙ୍କ ସହିତ ନିର୍ବନ୍ଧ କରିଛନ୍ତି। ନିଜ ଫ୍ୟାନ୍ସ ଏବଂ ଫଲୋୟର୍ସଙ୍କୁ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ତୁଷାର ନିର୍ବନ୍ଧର ଫଟୋ ସେୟାର କରିଛନ୍ତି। ତାଙ୍କ ଫଟୋ ଦେଖି ବଲିଉଡର ଅନେକ ସେଲିବ୍ରିଟ ଶୁଭେଚ୍ଛା ଜଣାଇଛନ୍ତି। ୧୫ ମେ’ ରେ ତୁଷାର ତ୍ରିବେଣୀଙ୍କ ସହିତ ନିର୍ବନ୍ଧ କରିଛନ୍ତି।

ତୁଷାର ପାରମ୍ପରିକ ରୀତିନୀତିରେ ନିର୍ବନ୍ଧ କରିଛନ୍ତି। ଫଟୋ ସେୟାର କରି ତ୍ରିବେଣୀଙ୍କ ସହିତ ନୂଆ ଜୀବନ ବୋଲି ଲେଖିଛନ୍ତି। କରନ ଜୋହର, ସନା ସଇଦ, ପୁଲକିତ ସମ୍ରାଟଙ୍କ ଭଳି କଳାକାର ଶୁଭେଚ୍ଛା ଜଣାଇଛନ୍ତି।

 

View this post on Instagram

 

A post shared by Tushar Kalia (@thetusharkalia)

ତୁଷାର ଯେଉଁ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ସେଥିରେ ତୁଷାରଙ୍କ ପ୍ରେମିକ ଭିନ୍ନ ଭିନ୍ନ ଅନ୍ଦାଜରେ ପୋଜ ଦେଇଛନ୍ତି। ଦୁହେଁ ନିର୍ବନ୍ଧ ମୁଦି ମଧ୍ୟ ଫ୍ୟାନ୍ସଙ୍କୁ ଦେଖାଇଛନ୍ତି। ଦୁହେଁ ଧଳା ରଙ୍ଗର ଡ୍ରେସ ପିନ୍ଧିଛନ୍ତି। ଏମାନଙ୍କ କେମେଷ୍ଟ୍ରି ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି। ତ୍ରିବେଣୀ ପେଶାରେ ଜଣେ ମଡେଲ।

 

View this post on Instagram

 

A post shared by Tushar Kalia (@thetusharkalia)

ପୂର୍ବରୁ ତୁଷାର ମାର୍ଚ୍ଚରେ ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ତାଙ୍କ ଗାର୍ଲଫ୍ରେଣ୍ଡ ତାଙ୍କ ପ୍ରପୋଜାଲ ସ୍ୱୀକାର କରିଥିବା ବିଷୟରେ ପୋଷ୍ଟ କରିଥିଲେ। ଡ୍ୟାନ୍ସ ରିଆଲିଟି ଶୋ ଜଜ୍‌ କରିବା ଯୋଗୁଁ ତୁଷାର କାଲିଆ ଟିଭି ଜଗତର ଜଣାଶୁଣା ଚେହେରା ହୋଇଯାଇଛନ୍ତି। ଫିଲ୍ମ ‘ଏ ଦିଲ ହୈ ମୁସ୍କିଲ, ହାଫ୍‌ ଗାର୍ଲଫ୍ରେଣ୍ଡ ଏବଂ ଓକେ ଜାନୁ ସହିତ ଅନେକ ଫିଲ୍ମର ଗୀତ ପାଇଁ କୋରିଓଗ୍ରାଫି କରିସାରିଛନ୍ତି। ଏହାଛଡା ତୁଷାର ଖୁବଶୀଘ୍ର ଷ୍ଟଣ୍ଟ ଶୋ ‘ଖତୋରେଁ କି ଖିଲାଡି ୧୨’ରେ ନଜର ଆସିବେ।

 

View this post on Instagram

 

A post shared by Tushar Kalia (@thetusharkalia)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.