ପ୍ରୋଟୋକଲ ଉଂଲଘନ କରି ଗଣମାଧ୍ୟମଙ୍କୁ ବିବୃତି ଦେବା CISF ଯବାନଙ୍କୁ ପଡିଲା ମହଙ୍ଗା, ଫୋନ ହେଲା ଜବତ

ନିକଟ ଅତୀତରେ ଏୟାରପୋର୍ଟରେ ସଲମାନ ଖାନଙ୍କୁ ଅଟକାଇଥିବା ସିଆଇଏସଏଫ୍‌ ଯବାନ ଖୁବ ଚର୍ଚ୍ଚାରେ ଆସିଥିଲେ। ଯବାନ ଜଣକ ଥିଲେ ନୟାଗଡ଼ର ସୋମନାଥ ମହାନ୍ତି। ସଲମାନ ନିଜର ଅପକମିଂ ମୁଭି ଟାଇଗର ୩ର ସୁଟିଂ ପାଇଁ ବିଦେଶକୁ ଯିବାପାଇଁ ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଥିଲେ। ଏହି ସମୟରେ ଚେକିଂ ସ୍ଥାନରେ ସିଆଇଏସଏଫ୍‌ ଯବାନ ସୋମନାଥ ସଲମାନଙ୍କୁ ଅଟକାଇଥିଲେ। ଆବଶ୍ୟକୀୟ ଡକ୍ୟୁମେଣ୍ଟସ୍‌ ଦେଖାଇବା ପାଇଁ ସଲମାନଙ୍କୁ କହିଥିଲେ।

ନିୟମ ସମସ୍ତଙ୍କ ପାଇଁ ସମାନ ଥିବା ବେଳେ ବିଗ୍‌ ସେଲିବ୍ରେଟି ମଧ୍ୟ ଏଥିରୁ ବାଦ୍‌ ପଡିବେନି , ଏହାକୁ ଦୃଷ୍ଟିରେ ରଖି ଓଡ଼ିଆ ଯବାନ ଜଣକ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିଲେ। ଏହାକୁ ନେଇ ସବୁଠି ତାଙ୍କର ପ୍ରଂଶସା କରାଯାଇଥିଲା। କିନ୍ତୁ ସେହି କାମକୁ ନେଇ ସେ ଏବେ ଅଡ଼ୁଆରେ ଫସି ଯାଇଛନ୍ତି। ଏହାର କାରଣ କିନ୍ତୁ ସଲମାନ ନୁ ହଁନ୍ତି ବରଂ ସେ ନିଜେ। ଘଟଣା ସମ୍ପର୍କରେ ଗଣ ମାଧ୍ୟମକୁ କହିବା ତାଙ୍କୁ ଅଡ଼ୁଆରେ ପକାଇଛି।

 

View this post on Instagram

 

A post shared by ETimes (@etimes)

ଏନେଇ ସିଆଇଏସଏଫଙ୍କ ପକ୍ଷରୁ ଯବାନଙ୍କ ଫୋନକୁ ଜବତ କରାଯାଇଛି। ହୋଇଥିବା ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ଜଣାଇବା ତାଙ୍କୁ ମହଙ୍ଗା ପଡିଛି। ନିୟମ ଅନୁଯାୟୀ ଏହା ସିଆଇଏସଏଫ୍‌ ପ୍ରୋଟୋକଲ ବିରୁଦ୍ଧ । ତେଣୁ ତାଙ୍କ ଫୋନକୁ ଜବତ କରାଯାଇଛି। ସେ ଯେପରି ଗଣମାଧ୍ୟମକୁ ଏହାକୁ ନେଇ କୌଣସି ଖବର ଦେବେ ନାହିଁ, ସେ ନେଇ ଦୃଷ୍ଟି ରଖାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.