‘କରୀନା-ସୈଫଙ୍କ ପୁଅର ପୁରା ନାମ ଲେଖ’, ପରୀକ୍ଷାରେ ଆସିଲା ଏମିତି ପ୍ରଶ୍ନ, ଯାହାକୁ ଦେଖି ୬ଷ୍ଠ ଶ୍ରେଣୀ ଛାତ୍ର ଆଶ୍ଚର୍ଯ୍ୟ

ମଧ୍ୟପ୍ରଦେଶର ଖଣ୍ଡୱାସ୍ଥିତ ଏକ ଘରୋଇ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପରୀକ୍ଷାରେ ଏକ ପ୍ରଶ୍ନକୁ ନେଇ ବିବାଦ ଦେଖାଦେଇଛି । ଏହି ସ୍କୁଲରେ ପରୀକ୍ଷାରେ ଅଭିନେତ୍ରୀ କରୀନା କପୁର ଓ ସୈଫ୍ ଅଲୀ ଖାନ୍ ଙ୍କ ପୁଅର ପୂରା ନାମ ପଚରାଯିବା ମାମଲାରେ ଏବେ ଶିକ୍ଷା ବିଭାଗ ପକ୍ଷରୁ ଉକ୍ତ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ତେବେ ଏହି ନୋଟିସର ଜବାବରେ ସ୍କୁଲ ପକ୍ଷରୁ କୁହାଯାଇଛି ଯେ ଏହି ପ୍ରଶ୍ନ ଛାତ୍ରଛାତ୍ରୀଙ୍କ ଜ୍ଞାନ ବଢାଇବାକୁ ଏକ ପ୍ରୟାସ ଭାବରେ ଦେଖାଯିବା ଉଚିତ ବୋଲି ବିଦ୍ୟାଳୟର ଅଧିକାରୀମାନେ କହିଛନ୍ତି ।

ସୂଚନା ମୁତାବକ, ଖଣ୍ଡୱା ସହରର ଏକାଡେମିକ୍ ହାଇଟ୍ସ ପବ୍ଲିକ୍ ସ୍କୁଲର ୬ଷ୍ଠ ଶ୍ରେଣୀର ସାଧାରଣ ଜ୍ଞାନ ପ୍ରଶ୍ନ ପତ୍ରରେ ଗୁରୁବାର ଦିନ ହେଉଥିବା ପରୀକ୍ଷାରେ ଏମିତି ପ୍ରଶ୍ନ ପଚରାଯାଇଥିଲା ଯାହା କରୀନା ଏବଂ ସୈଫଙ୍କ ଉପରେ ରହିଥିଲା। ଏହି ପ୍ରଶ୍ନରେ କରୀନା କପୁର ଓ ସୈଫ୍ ଅଲୀ ଖାନଙ୍କ ପୁଅର ପୂରା ନାମ ଲେଖ ବୋଲି ରହିଥିଲା।ଏହାକୁ ନେଇ ସ୍ଥାନୀୟ ଶିକ୍ଷକ ଓ ଅଭିଭାବକ ମାନେ ଆପତ୍ତି କରିଥିଲେ । ଏହା ବ୍ୟତୀତ ସୋସିଆଲକୁ ଖବର ଆସିବା ପରେ ବି ଲୋକମାନେ ଏନେଇ ଆପତ୍ତି ବ୍ୟକ୍ତ କରିଥିଲେ । ଏହା ପରେ ଜିଲ୍ଲା ଶିକ୍ଷା ବିଭାଗର ଅଧିକାରୀ ଶୁକ୍ରବାର ଦିନ କହିଥିଲେ ଯେ, ଏ ସମ୍ପର୍କରେ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

taimur qst

ବଲିଉଡ ଅଭିନେତ୍ରୀ କରୀନା କପୁର ଏବଂ ସୈଫ ଅଲି ଖାନଙ୍କ ପୁଅର ସମ୍ପୂର୍ଣ୍ଣ ନାମକୁ ନେଇ ଶିକ୍ଷା ବିଭାଗ ଏକ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଏହାକୁ ନେଇ ଶିକ୍ଷକ ସଂଘ କଡା ସମାଲୋଚନା କରିବା ପରେ ସଂଘର ସଭାପତି ଅନୀଶ ଅରଝରେ କହିଥିଲେ କି, ଯଦି ପିଲାମାନଙ୍କ ପ୍ରଶ୍ନ ପଚାରିବାର ଥିଲା, ତେବେ ମହାପୁରୁଷଙ୍କ ବଳିଦାନକୁ ନେଇ ପ୍ରଶ୍ନ ପଚାରିପାରିଥାନ୍ତେ। କିନ୍ତୁ ବଲିଉଡ ଫିଲ୍ମ ଷ୍ଟାରଙ୍କ ପିଲାଙ୍କ ନାମ କାହିଁକି ପଚରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.