ଲିକ୍ ହେଲା ଶାହାରୁଖଙ୍କ ଫିଲ୍ମ ଜିରୋ ର କ୍ଲାଇମାକ୍ସ, ଜାଣନ୍ତୁ କଣ ହେଉଛି ସିନେମାର ଶେଷରେ

ଆପଣ ଦେଖିସାରିଲେଣି କି ବାଦଶାହାଙ୍କ ବହୂ ପ୍ରତିକ୍ଷୀତ ଫିଲ୍ମ ଜିରୋର ଟ୍ରେଲର୍ ? ଯଦି ଦେଖିଥିବେ ତେବେ ନିଶ୍ଚୟ ପସନ୍ଦ ଆସିଥିବ ଆପଣଙ୍କୁ । ଏହି ଟ୍ରେଲରେ ଶାହରୁଖଙ୍କୁ ଭିନ୍ନ ଅବତାର ଅର୍ଥାତ୍ ଜଣେ ବାମନ ଚରିତ୍ରରେ ଦେଖିବାକୁ ମିଳିଛି । ଏହା ସହ ଜଣେ ଦିବ୍ୟାଙ୍ଗ ଭୂମିକାରେ ନଜର ଆସିଛନ୍ତି ଅନୁଷ୍କା । ତେବେ ଟ୍ରେଲରଟି ଏତେ ଦମଦାର ହୋଇଛି ଯେ କ୍ଲାଇମାକ୍ସ କଣ ହୋଇଛି ବୋଲି ନିଶ୍ଚିତ ଭାବରେ ଆପଣଙ୍କ ମନରେ ପ୍ରଶ୍ନ ଆସିଥିବ ?

ଦର୍ଶକଙ୍କ ମନରେ ଆସୁଥିବା ଏହି ପ୍ରଶ୍ନର ଉତ୍ତର ଦେଇଛି ନିକଟରେ ଭାଇରାଲ୍ ହୋଇଥିବା ଏକ ଟୁଇଟର୍ ପୋଷ୍ଟ । ଆର୍ଥାତ୍ ଲିକ୍ ହୋଇଯାଇଛି ବାଦଶାହାଙ୍କ ଜିରୋର କ୍ଲାଇମାକ୍ସ । କଣ ହୋଇଛି ସିନେମାର ଶେଷରେ ଏହି ପୋଷ୍ଟରେ ବିସ୍ତୃତ ଭାବରେ ଲେଖାଯାଇଛି । ଲେଖାଯାଇଛି , ପାରାଲାଇଜ୍ ଯୋଗୁଁ ଶେଷରେ ମୃତ୍ୟୁ ବରଣ କରୁଛନ୍ତି ଅନୁଷ୍କା । ଏବଂ ତାଙ୍କର ଅନ୍ତିମ ଇଛା ପୁରା କରିବାକୁ ଆଷ୍ଟ୍ରୋନଟ୍ ହୋଇଯାଉଛନ୍ତି ଶାହାରୁଖ୍ । ତେବେ ଫିଲ୍ମର କ୍ରେଜକୁ ନଷ୍ଟ ନକରିବା ପାଇଁ କାହାକୁ ଟ୍ୟାଗ୍ କରନ୍ତୁ ନାହିଁ ।

ଜିରୋ ର କ୍ଲାଇମାକ୍ସ 

ତେବେ ସବୁଠାରୁ ଆଶ୍ଚର୍ଯ୍ଯଜନକ କଥା ହେଉଛି ବଲିଉଡର ଲୋକପ୍ରିୟ ସିଙ୍ଗର୍ ଅଦନାନ୍ ସାମୀଙ୍କ ଟୁଇଟର ଆକାଉଂଟରୁ ଏହି କ୍ଲାଇମାକ୍ସ ସେୟାର୍ କରାଯାଇଛି । ହେଲେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଦନାନ୍ । ଏହା ତାଙ୍କର ନୁହେଁ ବରଂ ଫେକ୍ ଟୁଇଟର୍ ଆକାଉଂଟ୍ ବୋଲି କହିଛନ୍ତି ସେ ।

ଅଦନାନଙ୍କ ସ୍ପଷ୍ଟୀକରଣ :

ଏବେ କ୍ଲାଇମାକ୍ସ ଲିକ୍ ପରେ ୨୧ ଡିସେମ୍ବରରେ ରିଲିଜ୍ ହେବାକୁ ଥିବା ବାଦଶାହାଙ୍କ ଏହି ଫିଲ୍ମକୁ କ୍ଷତି ସହିବାକୁ ପଡିପାରେ । ତେବେ ଏହି ଗୋଟିଏ ନୁହେଁ ଅନେକ ଦମଦାର ଏବଂ ଜବରଦସ୍ତ ଡାଏଲଗରେ ଭରପୁର ଜିରୋ । ଜିରୋରେ ଜଣେ ବାମନ ଲୋକର ଅଭିନୟ କରିଛନ୍ତି କିଙ୍ଗ୍ ଖାନ୍ । ଯାହା ତାଙ୍କର ଆଜି ପର୍ଯ୍ଯନ୍ତ କ୍ୟାରିୟର୍ ମଧ୍ୟରେ ଖୁବ୍ ଚ୍ୟାଲେଞ୍ଜିଙ୍ଗ୍ ରୋଲ୍ । ପ୍ରଥମ ଥର ପାଇଁ ଏଭଳି ଚରିତ୍ରରେ ନଜର ଆସିଛନ୍ତି କିଙ୍ଗ୍ ଖାନ୍ । ତାଙ୍କ ଅପୋଜିଟରେ ଅଛନ୍ତି ଅନୁଷ୍କା ଶର୍ମା ଓ କ୍ୟାଟ୍ରିନା କୈଫ୍‌ । ଫିଲ୍ମରେ ଅନୁଷ୍କା ଜଣେ ଦିବ୍ୟାଙ୍ଗ ଚରିତ୍ରରେ ଅଭିନୟ କରିଛନ୍ତି । ସେହିପରି କ୍ୟାଟ୍ରିନା କୈଫ୍‌ଙ୍କୁ ଫିଲ୍ମଷ୍ଟାର ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଦୁଇ ନାୟିକାଙ୍କ ସହ ରୋମାନ୍ସ କରୁଛନ୍ତି ଶାହରୁଖ । ଟ୍ରେଲରରେ ତିନି ଷ୍ଟାରଙ୍କ ଦମଦାର ଅଭିନୟ,ରୋମାଣ୍ଟିକ୍‌ ଡାଏଲଗ ସାଙ୍ଗକୁ ହୃଦୟସ୍ପର୍ଶୀ ଗୀତ ଶୁଣିବାକୁ ମିଳୁଛି । ପାଖାପାଖି ଦେଢ ବର୍ଷ ପରେ ବଡ ପରଦାକୁ ଫେରୁଛନ୍ତି ଶାହରୁଖ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.