ଦର୍ଶକଙ୍କୁ ଖୁବ ଇମ୍ପ୍ରେସ କଲେ “ଏକ ଭିଲେନ ରିଟର୍ଣ୍ଣସ”ର ଆକ୍ଟର ଦିଶା ପଟାନୀ ଓ ଅର୍ଜୁନ କପୁର, ଜୋର ଧରିଛି ଚର୍ଚ୍ଚା

ବଲିଉଡର ମୋଷ୍ଟ ଆୱେଟେଡ଼ ଫିଲ୍ମ ” ଏକ ବିଲେନ ରିଟର୍ଣ୍ଣସ” ଜୁଲାଇ ୨୯ ତାରିଖ ଅର୍ଥାତ ଆଜି ଦେଶ ବ୍ୟାପି ରିଲିଜ ହୋଇଛି । ଜନ ଅବ୍ରହାମ, ଦିଶା ପଟାନି, ଅର୍ଜୁନ କପୁର ତଥା ତାରା ସୁତାରୀଆ ଫିଲ୍ମର ଲିଡ଼ ଷ୍ଟାର ଆକ୍ଟର ଭାବେ କାମ କରୁଛନ୍ତି । ମୋହିତ ସୁରିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଛି  । ତେବେ ଆସନ୍ତୁ ଜାଣିବା ଫିଲ୍ମକୁ ନେଇ ଟ୍ୱିଟର ୟୁଜର ମାନେ କଣ କହୁଛନ୍ତି ।

ମୋହିତ ସୁରି ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ମାନଙ୍କ ମଧ୍ୟରୁ ଜଣେ । ଏହି କାରଣରୁ ତାଙ୍କ ସିନେମା “ଏକ ବିଲେନ ରିଟର୍ଣ୍ଣସ”କୁ ନେଇ ଫ୍ୟାନ୍ସ ମାନଙ୍କର ଆଶା ବି ଖୁବ ରହିଥିଲା  । ଫିଲ୍ମର ଟ୍ରେଲର ବି ଫ୍ୟାନ୍ସ ମାନଙ୍କୁ ଖୁବ ପସନ୍ଦ ଆସିଥିଲା । ଆଉ ଏବେ ଏହି ଫିଲ୍ମକୁ ରିଭ୍ୟୁ ମିଳିବା ଆରମ୍ଭ ହୋଇଯାଇଛି । ଦିଶା, ଅର୍ଜୁନ, ଜନ ତଥା ତାରା ସୁତାରୀଆଙ୍କ ଅଭିନୀତରେ ତିଆରି ହୋଇଥିବା ଏହି ଫିଲ୍ମରେ ଦର୍ଶକମାନେ ଖୁବ ଇମ୍ପ୍ରେସ ହୋଇଥିବା ନଜର ଆସିଛି । ଦର୍ଶକ ମାନେ ଏହି ଫିଲ୍ମକୁ ଖୁବ ସାନଦାର କହିବା ସହିତ ଏହାକୁ ୫ରୁ୩ ରେଟିଙ୍ଗ ଦେଇଛନ୍ତି  । ଦର୍ଶକ ମାନଙ୍କୁ ଫିଲ୍ମର କାହାଣୀ, ଡାଇରେକସନ ତଥା ଷ୍ଟାର ମାନଙ୍କ ଆକ୍ଟିଙ୍ଗ ଖୁବ ପସନ୍ଦ ଆସିଛି । ଫିଲ୍ମ ଦେଖିବା ପରେ ଲୋକେ ଦିଶା ଓ ଅର୍ଜୁନଙ୍କ ଅଭିନୟକୁ ଖୁବ ପ୍ରଶଂସା କରିଛନ୍ତି  । ଟ୍ୱିଟରରେ ବି ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଛି । କେହି କେହି କହୁଛନ୍ତି ବିଲେନ ରିଟର୍ଣ୍ଣସ ବିଥ ପାୱାର । ଯେବେକି କେହି କହିଛନ୍ତିକି ଫିଲ୍ମର ଷ୍ଟାରକାଷ୍ଟ ସହିତ ନିର୍ଦ୍ଦେଶକ ମୋହିତ ସୁରି ବି ଭଲ କାମ କରିଛନ୍ତି ।

ଫ୍ୟାନ୍ସ ମାନଙ୍କ ରିଭ୍ୟୁ ଦେଖି ଯାହା ଲାଗୁଛି ” ଏକ ବିଲେନ ରିଟର୍ଣ୍ଷ” ପୁରାପୁରି ଭାବରେ ଏକ ଟଙ୍କା ଆଦାୟ କରିବା ଫିଲ୍ମ । ବଲିଉଡ ଫ୍ୟାନ୍ସ ମାନଙ୍କ କହିବା ଅନୁଯାୟୀ “ଏକ ବିଲେନ ରିଟର୍ଣ୍ଣସ ” ସହିତ ତାଙ୍କୁ ଅନେକ ଫିଲ୍ମ ଦେଖିବାକୁ ମଧ୍ୟ ମିଳିଛି । ଅବଶ୍ୟ ଏହା ପୂର୍ବରୁ “ଶମଶେରା” କୁ ବି ଭଲ ରିଭ୍ୟୁ ମିଳିଥିଲା । କିନ୍ତୁ ପ୍ରଶଂସା ମିଳିବ ସତ୍ତ୍ୱେ ଫିଲ୍ମ ବକ୍ସ ଅଫିସରେ ସେମିତି କିଛି ଖାସ ବିଜନେସ କରିପାରିନଥିଲା । ତେବେ ଦେଖିବା କଥାଯେ “ଏକ ବିଲେନ ରିଟର୍ଣ୍ଷ” କେତେ କଲେକ୍ସନ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.