ସ୍ୱାମୀଙ୍କ ସହ ମିଶି ଭାରତୀ ସିଂହ ଆରମ୍ଭ କଲେ ୟୁଟ୍ୟୁବ ଚ୍ୟାନେଲ, ଜାଣନ୍ତୁ କ’ଣ ଦେଲେ ନାଁ

ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ନିଜ ପତି ହର୍ଷ ଲିମ୍ବାଚିୟାଙ୍କ ସହ ମିଶି ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଲଞ୍ଚ କରିଛନ୍ତି। ଏହି ୟୁଟ୍ୟୁବ ଚ୍ୟାନେଲର ନାମ ‘ଭାରତୀ ଟିଭି’। ଏହି ନୂଆ ଚ୍ୟାନେଲରେ କମେଡି ଶୋ’ ହୋଷ୍ଟ କରାଯିବା ସହ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇ ଦିଆଯିବ। ଏହି ୟୁଟ୍ୟୁବ ଚ୍ୟାନେଲରେ ଟିଭି ଶୋ’ ଭଳି କ୍ବାଲିଟି ଉପରେ ବି ଫୋକସ କରାଯିବ।

ଚ୍ୟାନେଲ ଏହାର ଫାଷ୍ଟ ଶୋ’ ଲଞ୍ଚ କରିବା ଲାଗି ପୂରା ପ୍ରସ୍ତୁତ। ଏହି ଶୋ’ର ନାମ ‘ଦ ଗ୍ରେଟ ଇଣ୍ଡିଆନ ଗେମ ଶୋ’। ଖୁବଶୀଘ୍ର ଏହି ଶୋ’ ଆରମ୍ଭ ହେବ। ଚ୍ୟାନେଲ ସମ୍ପର୍କରେ ଭାରତୀ କହିଛନ୍ତି ଟେଲିଭିଜନ ଓ ମନୋରଞ୍ଜନ ଇଣ୍ଡଷ୍ଟ୍ରୀରେ କାମ କରିବା ପରେ ସେ ଓ ହର୍ଷ ନିଜ ବିଶ୍ବସ୍ତ ଦର୍ଶକ, ଯେଉଁମାନେ ତାଙ୍କୁ ସବୁବେଳେ ଦେଖିବାକୁ ଉତ୍ସାହିତ ଅଛନ୍ତି ସେମାନଙ୍କ ସହ ଯୋଡ଼ି ହେବାକୁ ଚାହୁଛନ୍ତି।

 

View this post on Instagram

 

A post shared by Bharti Singh (@bharti.laughterqueen)

ଟିଭି ଶୋ’ର କେତେକ ଲିମିଟେସନ ରହିଛି। କିନ୍ତୁ ୟୁଟ୍ୟୁବ ମାଧ୍ୟମରେ ଦର୍ଶକ ତାଙ୍କୁ ଯେ କୌଣସି ସମୟରେ ଯେ କୌଣସି ସ୍ଥାନରେ ଦେଖିପାରିବେ। ସେ ଆହୁରି ମଧ୍ୟ କହିଛନ୍ତି – ଟିଭିରେ କଣ୍ଟେଡ଼ ତିଆରି କରିବାବେଳେ ଆମକୁ ଅନେକ କଥା ମନେ ରଖି ସ୍କ୍ରିପ୍ଟ ଉପରେ କାମ କରିବାକୁ ପଡିବ, କିନ୍ତୁ ଆମ ଚ୍ୟାନେଲରେ ଦର୍ଶକମାନେ ପ୍ରତିଦିନ ବହୁତ ଭଲ କମେଡି ଦେଖିବାକୁ ପାଇବେ । ଆମର ଦର୍ଶକଙ୍କ ସପୋର୍ଟ ଆମ ସହିତ ରହିଛି , ଆମେ ଏମିତି ଶୋ ତିଆରି କରିବୁ ଯାହା ସେମାନଙ୍କୁ ପସନ୍ଦ ଆସିବ ଓ ପରିବାର ସହିତ ବସି ଦର୍ଶକ ମାନେ ଏହି ଶୋ ର ମଜା ନେଇପାରିବେ। ସୂଚନାଯୋଗ୍ୟ ପୂର୍ବରୁ ଏହି ଦମ୍ପତି ଏକାଠି ଅନେକ ଟିଭି ଶୋ’ ହୋଷ୍ଟ କରିଛନ୍ତି।