ମୁମ୍ବାଇ ଓ ପଞ୍ଜାବରେ ଲଗ୍‌ଜ୍ୟୁରିୟସ୍‌ ଘରଠାରୁ ଆରମ୍ଭ କରି ୬ କୋଟିର ଭ୍ୟାନିଟି ଭ୍ୟାନ୍‌ ପର୍ଯ୍ୟନ୍ତ, କପିଲ ଶର୍ମାଙ୍କ ପାଖରେ ରହିଛି ଏତେ କୋଟିର ସମ୍ପତ୍ତି

ହିନ୍ଦୀ ଫିଲ୍ମ ଇଣ୍ଟଷ୍ଟ୍ରୀର ଏକ ଚର୍ଚ୍ଚିତ ନାଁ ହେଉଛି କପିଲ ଶର୍ମା। ଷ୍ଟାଣ୍ଡ ଅପ୍‌ କମେଡିର ନାଁ ଆସିଲେ ସର୍ବ ପ୍ରଥମେ ଆସନ୍ତି କପିଲ ଶର୍ମ। ବର୍ତ୍ତମାନ ସମୟର ଜଣେ ଲୋକପ୍ରିୟ ଷ୍ଟାର ହେଉଛନ୍ତି କପିଲ। ଏକ ସାଧାରଣ ପରିବାରରେ ଜନ୍ମିତ କପିଲ, ଆଜି ବଡ଼ ସେଲିବ୍ରିଟିଭାବେ ପରିଗଣିତ ହେଉଛନ୍ତି। ତାଙ୍କ କମେଡି କେବଳ ଦେଶ ଭିତରେ ନୁହେଁ, ବରଂ ବାହାରେ ମଧ୍ୟ ବେଶ୍‌ ଲୋକପ୍ରିୟ। କିନ୍ତୁ କପିଲଙ୍କ ଲାଇଫ ଷ୍ଟାଇଲ ବିଷୟରେ ବୋଧେ କେହି ଏତେଟା ଜାଣିନଥିବେ। ତେବେ ଆଜି ଆସନ୍ତୁ ଜାଣିବା କମେଡିଆନ୍‌ କପିଲ ଶର୍ମାଙ୍କ ପାଖରେ କେତେ ସମ୍ପତ୍ତି ଅଛି ଓ ତାଙ୍କ ଜୀବନ ଶୈଳୀ କେମିତି ସେ ସମ୍ପର୍କରେ…

୧୯୮୧ ମସିହା ଏପ୍ରିଲ ୨ରେ ପଞ୍ଜାବର ଅମୃତସରରେ କପିଲ ଶର୍ମାଙ୍କ ଜନ୍ମ। ‘ଦ କପିଲ ଶର୍ମା ଶୋ’ ଜରିଆରେ କପିଲ ଦର୍ଶକଙ୍କ ମଧ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଏହି ଶୋ’ର ଗୋଟିଏ ଏପିସୋଡ୍‌ ପାଇଁ କପିଲ ମେକର୍ସଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇଥାନ୍ତି। ପୂର୍ବରୁ ସେ ଏପିସୋଡ୍‌ ପିଛା ୬୦-୭୦ ଲକ୍ଷ ନେଉଥିବା ବେଳେ ଏବେ ଲୋକପ୍ରିୟତା ବଢ଼ିବା ପରେ ସେ ଶୋ’ର ଗୋଟିଏ ଏପିସୋଡ୍‌ ପାଇଁ କୋଟିଏ ଟଙ୍କା ଚାର୍ଜ କରୁଛନ୍ତି।

kapil2

କପିଲଙ୍କର ରୋଜଗାରର ଅନେକ ସୋର୍ସ ରହିଛି। ସେ ଟିଭି ଶୋ, ଲାଇଭ ଶୋ’, ଷ୍ଟେଜ୍‌ ଶୋ’ ବ୍ୟତୀତ ଅନେକ ଫିଲ୍ମରେ ବି ଅଭିନୟ କରିଛନ୍ତି। ତାଙ୍କ ପ୍ରଥମ ଫିଲ୍ମ ହେଉଛି ‘କିସ୍‌ କିସ୍‌ କୋ ପ୍ୟାର କରୁ’। ଏହା ପରେ ସେ ଆଉ ଏକ ଫିଲ୍ମ ‘ଫିରଙ୍ଗୀ’ରେ ବି ଦମ୍‌ଦାର ଅଭିନୟ କରଛନ୍ତି। କପିଲଙ୍କର ଗୋଟିଏ ବର୍ଷର ଆୟ ପାଖାପାଖି ୯ ମିଲିୟନ୍‌ ଡଲାର ହେବ। ତାଙ୍କ ମୋଟ ସମ୍ପତ୍ତିଙ୍କ ମୂଲ୍ୟ ପ୍ରାୟ ୨୬ ମିଲିୟନ୍‌ ଡଲାର ହେବ।

kapil3

ତେବେ ଉଭୟ ମୁମ୍ବାଇ ଓ ପଞ୍ଜାବରେ କପିଲ ଶର୍ମାଙ୍କ ଘର ରହିଛି। ମୁମ୍ବାଇ ସ୍ଥିତ ଘରେ କପିଲ ପତ୍ନୀ ଗିନ୍ନି ଚତ୍ରାର୍ଥ, ଦୁଇ ସନ୍ତାନ ଓ ମା’ଙ୍କ ସହ ରହୁଛନ୍ତି। ଏହି ଘରର ମୂଲ୍ୟ ୫ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ସେହିଭଳି ପଞ୍ଜାବରେ ମଧ୍ୟ କପିଲଙ୍କର ଏକ ବଙ୍ଗଲୋ ରହିଛି। ଏଥିସହ ସେଠାରେ ତାଙ୍କର ଏକ ବଡ଼ ଫାର୍ମ ହାଉସ୍‌ ମଧ୍ୟ ରହଛି। ଏହି ଫାର୍ମ ହାଉସ୍‌ ଏତେ ବଡ଼ ଯେ ଏଥିରେ ସୁଇମିଂ ପୁଲ, ବଗିଚା, ବିରାଟ ଷ୍ଟୋର ହାଉସ୍‌ ସହ ସମସ୍ତ ଅତ୍ୟାଧୁନିକ ସୁବିଧା ରହିଛି।

kapil4

ଷ୍ଟାରଙ୍କ ଭଳି ବଞ୍ଚିବାକୁ ଖୁବ୍‌ ଭଲ ପାଆନ୍ତି କପିଲ। ଏଣୁ ଅତ୍ୟାଧୁନିକ ସୁବିଧା ଥିବା ଏକ ଭ୍ୟାନିଟି ଭ୍ୟାନ୍‌ ମଧ୍ୟ ସେ ରଖିଛନ୍ତି। ଏହି ଭ୍ୟାନିଟି ଭ୍ୟାନ୍‌ର ମୂଲ୍ୟ ପାଖାପାଖି ୫.୫ କୋଟି ହେବ। କପିଲ ନିଜ ସୋସିଆଲ ମିଡିଆରେ ଏହି ଭ୍ୟାନ୍‌ର ଫଟୋକୁ ସେୟାର କରିଥିଲେ। ଭ୍ୟାନ୍‌ର ଇଣ୍ଟେରିୟର କୌଣସି ୫ ଷ୍ଟାର ହୋଟେଲର ରୁମ୍‌ଠାରୁ ବି କମ୍‌ ନୁହେଁ।

kapil

ସେହିପରି ବିଭିନ୍ନ କମ୍ପାନୀର ଦାମୀ କାର ରଖିବାକୁ ବି କପିଲ ବେଶ୍‌ ପସନ୍ଦ କରନ୍ତି। ତାଙ୍କ ପାଖରେ ମର୍ସିଡିଜ୍‌ ବେଞ୍ଜ୍‌ ଏସ୍‌୩୫୯ ସିଡିଆଇ, ରେଞ୍ଜ ରୋଭର ଇଭୋକ୍ୟୁ ଏସ୍‌ଡି୪, ଭଲଭୋ ଏକ୍ସସି ୯୦ ଭଳି ଦାମୀ ଗାଡ଼ି ରହିଛି। ମୋଟ ଉପରେ କହିବାକୁ ଗଲେ କମେଡିଆନ୍‌ କପିଲ ଶର୍ମା ଏକ ଲଗ୍‌ଜ୍ୟୁରୀ ଲାଇଫ୍‌ ବଞ୍ଚନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.