ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୀବ ନିଗମଙ୍କ ୯ ବର୍ଷିୟ ପୁଅ ଦେବରାଜ ମୃତ୍ୟୁବରଣ କରିଛନ୍ତି। ଉକ୍ତ ଘଟଣା ସମ୍ପର୍କରେ ରାଜୀବ ନିଜେ ସୂଚନା ଦେଇଛନ୍ତି। ସୂଚନା ମୁତାବକ ରାଜୀବଙ୍କର ୮ ନଭେମ୍ବରରେ ଜନ୍ମଦିନ ଥିଲା କିନ୍ତୁ ବାପା ଜନ୍ମଦିନରେ କେକ୍ କାଟିବା ପୂର୍ବରୁ ଦୁନିଆ ଛାଡି ଚାଲିଗଲା ପୁଅ ଦେବରାଜ ।
ହଠାତ୍ ପୁଅର ମୃତ୍ୟୁ ଖବର ରାଜୀବଙ୍କ ଘରେ ଶୋକର ଛାୟା ଖେଳାଇଦେଇଛି। ଏନେଇ ରାଜୀବ ନିଗମ ପୁଅର ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହ ଫେସବୁକ୍ ରେ ଲେଖିଛନ୍ତି, ‘ଇଏ କିପରି ସରପ୍ରାଇଜ୍ ମିଳିଲା ମୋ ଜନ୍ମଦିନରେ। ମୋ ପୁଅ ଦେବରାଜ ମତେ ଛାଡି ଚାଲିଯାଇଛି। ଜନ୍ମଦିନ କେକ୍ ନକାଟି ମୋ ପୁଅ ମତେ ଛାଡି ଚାଲିଗଲା। ପାଗଳ ଏପରି ଗିଫ୍ଟ କିଏ ଦିଏ।’
ସୂଚନା ମୁତାବକ ରାଜୀବ ନିଗମଙ୍କ ପୁଅ ଦେବରାଜ ଅଧିକାଂଶ ସମୟରେ ରୋଗରେ ଆକ୍ରାନ୍ତ ହୋଇ ରହିଥାନ୍ତି। ଗତ ୨୦୧୮ ମସିହାରେ ତାଙ୍କ ଦେହ ଅତ୍ୟନ୍ତ ଖରାପ ହୋଇଯାଇଥିଲା। ଯେଉଁ କାରଣରୁ ସେ କିଛି ଦିନ ଆଇସିୟୁରେ ମଧ୍ୟ ରହିଥିଲେ। ସେହି ସମୟରେ ମଧ୍ୟ ପୁଅର ସୁସ୍ଥତା ପାଇଁ ରାଜୀବ ଲୋକମାନଙ୍କୁ ପ୍ରାର୍ଥନା କରିବା ପାଇଁ ଅନୁରୋଧ କରିଥିଲେ। ଏହାପୂର୍ବରୁ ଗତ ୭ ଅଗଷ୍ଟରେ ରାଜୀବଙ୍କ ପିତାଙ୍କ ଦେହାନ୍ତ ହୋଇଛି।
ଦେବରାଜଙ୍କ ନିଧନ ପରେ କମେଡିୟାନ ସୁନିଲ ପାଲ୍ ମଧ୍ୟ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ସୁନିଲ୍ ଦେବରାଜ ଏବଂ ରାଜୀବ ନିଗମଙ୍କ ଏକ ଫଟୋ ସେୟାର କରିବା ସହ ଲେଖିଛନ୍ତି, ‘ପ୍ରିୟର ସାଙ୍ଗ ରାଜୀବ ନିଗମଙ୍କ ପୁଅ ଦେବରାଜଙ୍କ ମୃତ୍ୟୁ ଖବର ଶୁଣି ମୁଁ ନିଶଦ୍ଧ ହୋଇଯାଇଛି।’ ରାଜୀବ ନିଗମ ଅନେକ ହାସ୍ୟ କାର୍ଯ୍ୟକ୍ରମ ଏବଂ କମେଡି ସର୍କସ ଭଳି ଶୋ’ ରେ କାମ କରି ଦର୍ଶକଙ୍କ ମନ କିଣିଛନ୍ତି।
କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…
ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…
ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଅସହ୍ୟ…
ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…