ଭଗବାନ ଶୁଣିଲେ କି ଡାକ ! ଧୀରେ ଧୀରେ ସୁସ୍ଥ ହେଉଛନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତ; ସୂଚନା ଦେଲେ ଭାଇ

ଅଗଷ୍ଟ ୧୦ରୁ ଜୀବନ ସହ ସଂଗ୍ରାମ କରୁଥିବା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ଉପରେ ସମସ୍ତଙ୍କ ନଜର ରହିଛି। ସମସ୍ତେ ପ୍ରାର୍ଥନା କରୁଛନ୍ତି ଯେ ସମସ୍ତଙ୍କର ପ୍ରିୟ ରାଜୁ ଶ୍ରୀବାସ୍ତବ ଶୀଘ୍ର ସୁସ୍ଥ ହୁଅନ୍ତୁ ଏବଂ ଡାକ୍ତରଙ୍କଠାରୁ କିଛି ଭଲ ଖବର ଶୁଣନ୍ତୁ । ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲିକ୍ଷିତ ହୋଇଥିଲେ ମଧ୍ୟ ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେଥିପାଇଁ ପୂରା ଦେଶରେ ରାଜୁ ଶ୍ରୀବାସ୍ତବଙ୍କ ସମର୍ଥକ ମାନେ ପୂଜାପାଠ ସହ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିଲେ । ଖବର ହେଉଛି ରାଜୁ ପୂର୍ବ ଅପେକ୍ଷା ବର୍ତ୍ତମାନ ସୁସ୍ଥ ଅଛନ୍ତି। ଡାକ୍ତରମାନଙ୍କ ଚେଷ୍ଟା ଦ୍ବାରା ସେ ମୃତ୍ୟୁ ମୁଖରୁ ଫେରିଆସିଛନ୍ତି। କୁହାଯାଇଛି ଯେ ବର୍ତ୍ତମାନ ରାଜୁ ପୂର୍ବ ଅପେକ୍ଷା ଭଲ ଅଛନ୍ତି। ଏହି ଖବର ଶୁଣି ଫ୍ୟାନ୍ସ ମଧ୍ୟ ଖୁସି ହୋଇଯାଇଛନ୍ତି।

ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ରାଜୁ ଶ୍ରୀବାସ୍ତବଙ୍କ ଭାଇ ଦୀପୁ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ଡାକ୍ତରମାନେ କହିଛନ୍ତି ଯେ ସେ ଯେଉଁ ସଂକ୍ରମିତ ହୋଇଥିଲେ ସେଥିରେ ହ୍ରାସ ଦେଖିବାକୁ ମିଳୁଛି। ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି କିନ୍ତୁ ପୂର୍ବ ଅପେକ୍ଷା ଭଲ ଅଛନ୍ତି। ସେପଟେ ପରିବାର ଲୋକ ତାଙ୍କ ଆରୋଗ୍ୟ କାମନା ପାଇଁ ଘରେ ଏକ ପୂଜା ମଧ୍ୟ କରିଥିଲେ।

ରାଜୁ ଶ୍ରୀବାସ୍ତବ ଅଗଷ୍ଟ ୧୦ରେ ଜିମରେ ୱାର୍କଆଉଟ କରୁଥିବା ବେଳେ ହଠାତ୍ ତଳେ ଖସିପଡ଼ିଥିଲେ। ଯାହା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ବୋଲି କୁହାଯାଉଥିଲା।

ଏହା ପୂର୍ବରୁ କୁହାଯାଇଥିଲା ଯେ ରାଜୁ କୋମାରେ ଅଛନ୍ତି, କିଛି ପରିମାଣରେ ତାଙ୍କ ମସ୍ତିଷ୍କ କାମ ବନ୍ଦ କରିଦେଇଛି। କିନ୍ତୁ ବର୍ତ୍ତମାନ ଖବର ଆସିଛି ଯେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଏଥି ସହିତ କେବଳ ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖି ନାହାଁନ୍ତି, ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଶତାବ୍ଦୀର ମେଗାଷ୍ଟାର ଅମିତାଭ ବଚ୍ଚନ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ଜାଣିବାକୁ ଅନାଇ ବସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.