ରାଜୁ ଶ୍ରୀବାସ୍ତବଙ୍କୁ ପାକିସ୍ତାନ୍‌ରୁ ମିଳିଲା ହତ୍ୟା ଧମକ, ଫୋନ୍‌ରେ କହିଲା- ‘ଦାଉଦଙ୍କୁ ନେଇ ଜୋକ୍‌ କରନି’

କମେଡିଆନ୍‌ ତଥା ବର୍ତ୍ତମାନର ଉତ୍ତର ପ୍ରଦେଶ ଫିଲ୍ମ ବିକାଶ ବୋର୍ଡର ଚେୟାରମ୍ୟାନ୍‌ ରାଜୁ ଶ୍ରୀବାସ୍ତବଙ୍କୁ ପୁଣିଥରେ ପାକିସ୍ତାନରୁ ଜୀବନରୁ ମାରିଦେବାକୁ ଧମକ ମିଳିଛି। ରିପୋର୍ଟ ମୁତାବକ, ଏକ ଫୋନ୍‌ କଲ ମାଧ୍ୟମରେ ତାଙ୍କୁ ଏହି ହତ୍ୟା ଧମକ ମିଳିଛି। ଏଥରକ ରାଜୁଙ୍କ ସହଯୋଗୀ ଅଜିତ୍‌ ସକ୍‌ସେନାଙ୍କ ମୋବାଇଲରେ ପାକିସ୍ତାନର ଏକ ନମ୍ବରରୁ ଧମକପୂର୍ଣ୍ଣ କଲ୍‌ ଆସିଥିଲା। ଏନେଇ ରାଜୁ ଶ୍ରୀବାସ୍ତବ ପୋଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ କରିଛନ୍ତି।

ଏ ନେଇ ରାଜୁ ଶ୍ରୀବାସ୍ତବ କହିଛନ୍ତି, ତାଙ୍କ ପିଲାଙ୍କୁ ମାରି ଦେବାକୁ ଫୋନ୍‌ରେ ଧମକ ମିଳିଛି। କେବଳ ଏତିକି ନୁହେଁ ତାଙ୍କୁ ଦାଉଦଙ୍କ ନାଁରେ ଜୋକ୍‌ କରିବାକୁ ମଧ୍ୟ ମନା କରାଯାଇଛି। ପାକିସ୍ତାନ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ବି ବଦନାମ କରିବା ଛାଡ଼ିଦିଅ ଓ ପାକିସ୍ତାନ୍‌ ନାଁରେ ମଜାକ୍‌ କରିବା ବନ୍ଦ କର। ନଚେତ୍‌ ଲକ୍ଷ୍ମୌର କମଳେଶ ତିଓ୍ଵାରୀଙ୍କ ଭଳି ଅବସ୍ଥା କରିବି ବୋଲି ତାଙ୍କୁ ଧମକ ମିଳୁଛି। ସୂଚନାଯୋଗ୍ୟ ଯେ ହିନ୍ଦୁବାଦୀ ନେତା କମଳେଶଙ୍କୁ ଗତବର୍ଷ ହତ୍ୟା କରାଯାଇଥିଲା।

ଏହି ମାମଲାକୁ ନେଇ ରାଜୁ ଅମିତ ଶାହଙ୍କୁ ସାହାଯ୍ୟ ମାଗିବେ ବୋଲି କହିଛନ୍ତି। ରାଜୁ କହିଛନ୍ତି, ୫ ବର୍ଷ ତଳେ ତାଙ୍କ ତତ୍କାଳୀନ ମ୍ୟାନେଜରଙ୍କ ଫୋନ୍‌ରେ ପାକିସ୍ତାନରୁ ଧମକ ଆସିଥିଲା। ଏହାର କିଛି ଦିନ ପରେ କିଛି ଦୁର୍ବୃତ୍ତ ତାଙ୍କ ଅଫିସରେ ପଶି ଭଙ୍ଗାରୁଜା କରିଥିଲେ।

You might also like