କମେଡିଆନ ସୁନିଲ ପାଲଙ୍କୁ ଖୋଜି ପାଇଲା ପୋଲିସ, ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ ପତ୍ନୀ

କମେଡି ଦୁନିଆରୁ ଏକ ଖବର ଫ୍ୟାନମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କମେଡିଆନ ସୁନିଲ ପାଲ ଗତ କିଛି ଘଣ୍ଟା ଧରି ନିଖୋଜ ଥିଲେ । ଏ ନେଇ ପତ୍ନୀ ଥାନାରେ ସୂଚନା ଦେଇଥିଲେ । ମୁମ୍ବାଇର ସାଣ୍ଟାକ୍ରୁଜ ଥାନାରେ ପହଞ୍ଚି ସେ ସ୍ୱାମୀଙ୍କ ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ଏବେ ସୂଚନା ରହିଛି କି, ସୁନିଲ ପାଲଙ୍କ ସହ ପୋଲିସ ଯୋଗାଯୋଗ କରିଛି । ବାର୍ତ୍ତାଳାପ ପରେ ସେ ପୋଲିସକୁ କହିଛନ୍ତି ଯେ ଆସନ୍ତାକାଲି ସେ ମୁମ୍ବାଇ ଫେରିବେ ।

ସୁନିଲ ପାଲ ପ୍ରାୟତଃ ତାଙ୍କ ଶୋ’ ପାଇଁ ମୁମ୍ବାଇ ବାହାରକୁ ଯାଆନ୍ତି । କିନ୍ତୁ ଏଥର କିଛି ଅଲଗା ଘଟିଥିଲା । ପତ୍ନୀ କହିଛନ୍ତି ଯେ ସୁନିଲ ମୁମ୍ବାଇ ବାହାରେ ଏକ ଶୋ’ କରିବାକୁ ଯାଇଥିଲେ । ଆଜି ଫେରିବାର ଥିଲା, କିନ୍ତୁ ସେ ଆସିନାହାନ୍ତି । ମୁଁ ଅନେକ ଘଣ୍ଟା ଧରି ଫୋନ୍ ଟ୍ରାଏ କରିଥିଲି, କିନ୍ତୁ ଏହା ଲାଗି ନ ଥିଲା । ଯେତେବେଳେ କୌଣସି ଯୋଗାଯୋଗ ହୋଇପାରିଲା ନାହିଁ, ମୁଁ ଥାନାରେ ପହଞ୍ଚିଥିଲି । ସେଠାରେ ମୁଁ ଅଭିଯୋଗ ଦାଖଲ କରିଛି ।

ସୁନିଲ ପାଲ୍ ନିଜ କ୍ୟାରିୟରରେ ଅନେକ କମେଡି ଶୋ’ କରିଛନ୍ତି । ଏହା ବ୍ୟତୀତ ଅଭିନୟରେ ମଧ୍ୟ ସେ ନିଜର ଯାଦୁ ଦେଖାଇଛନ୍ତି । ‘ଫିର ହେରା ଫେରି’, ‘ଅପନା ସପନା ମନି ମନି’, ‘ବମ୍ବେ ଟୁ ଗୋଆ’ ଏବଂ ‘କିକ’ ଭଳି ଚଳଚ୍ଚିତ୍ରରେ ସେ କାମ କରିଛନ୍ତି । ସୁନିଲ ତାଙ୍କ କମେଡି ସହିତ ଦର୍ଶକଙ୍କ ହୃଦୟ ଜିତିଛନ୍ତି ।

୨୦୦୫ରେ ଟିଭିରେ ଆସିଥିବା ‘ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଚ୍ୟାଲେଞ୍ଜ’ରେ ହାସ୍ୟ ଅଭିନେତା ସୁନିଲ ପାଲ ନଜର ଆସିଥିଲେ । ଷ୍ଟାଣ୍ଡଅପ୍ କମେଡି ପାଇଁ ତାଙ୍କୁ ବହୁତ ପସନ୍ଦ କରାଯାଇଥିଲା । ଶେଷ ଥର ପାଇଁ ତାଙ୍କୁ ଫିଲ୍ମ ‘ତେରୀ ଭାବୀ ହୈ ପେହଲେ’ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ୨୦୧୮ରେ ଆସିଥିଲା ।