ରୂପ ହୋଇଥିବ ଲାବଣ୍ୟବତୀ…ଏହି ଗୀତରେ ଏବେ ଧମାକା କରିବେ କମେଡି କିଙ୍ଗ ଜୟୀରାମ ଅଜାଙ୍କ ସହ ନାତି ଟୋକା ନଟିଆ

କଟକ(କେନ୍ୟୁଜ୍): କଟକ ମିଲନ ଷ୍ଟୁଡିଓରେ ରେକର୍ଡ଼ ହେଉଛି କମେଡି କିଙ୍ଗ ଜୟୀରାମ ଓ ଓଡ଼ିଶାର ଘରେ ଘରେ ପରିଚିତ ନଟିଆଙ୍କ ରୋମାଣ୍ଟିକ କମେଡି ସଙ୍ଗୀତ। ଓଡ଼ିଶା ନେକ୍ସ ଜେନ୍ ବ୍ୟାନରରେ ନିର୍ମିତ ଏହି ଗୀତ ସୋସିଆଲ ମିଡିଆରେ ଧମାକା କରିବ ବୋଲି ଆଶା ରଖିଛନ୍ତି ପ୍ରଡକ୍ସନ ଟିମ୍।

ଗୀତର ହାଇଲାଇଟ୍ ପଦଟି ହେଉଛି ରୂପ ହୋଇଥିବ ଲାବଣ୍ୟବତୀ…। ଗୀତଟିର ମୁଖ୍ଯ ଉଦେଶ୍ଯଟି ହେଉଛି ଆଜିକାଲି ଯେଉଁ ଭଳି ଭାବେ ପୁଅମାନେ ପ୍ରେମ ପାଇଁ ଝିଅ ମାନଙ୍କର ପଛରେ ପାଗଳ ପରି ପଡୁଛନ୍ତି ତାହା ଠାରୁ ନାତିକୁ ଦୂରେଇ ରଖିବା ପାଇଁ ଅଜା ନାତିକୁ ବୁଝାଉଛନ୍ତି। ଏହି ସଙ୍ଗୀତରେ ପ୍ରଥମ ଥର ପାଇଁ ଓଲିଉର କମେଡି କିଙ୍ଗ ଜୟୀରାମ ସାମଲ ଓ ଘରେ ଘରେ ପରିଚତ ନଟିଆ ଓରଫ ସ୍ମୃତିରଞ୍ଜନ ନଜର ଆସୁଛନ୍ତି ଅଜା ନାତି ଭୂମିକାରେ । କଟକ ମିଲନ ଷ୍ଟୁଡିଓରେ ଓଡ଼ିଆ ନେକ୍ସ ଜେନ୍ ବ୍ୟାନରରେ ରେକର୍ଡ଼ ହେଉଛି ଏହି ସଙ୍ଗୀତ।  ଏହି ଗୀତଟି ବେଶ୍ ହିଟ୍ ହେବ ବୋଲି ଆଶା ରଖିଛନ୍ତି ଉଭୟ।

ଖୁବ୍ କମ୍ ସମୟରେ ଘରେ ଘରେ ପରିଚିତ ନଟିଆ କାର୍ଟୁନରେ ଆଗକୁ ଏହି ଅଜା ନାତିଙ୍କ କଥୋପ କଥନକୁ ନେଇ ରେକର୍ଡ ହେଉଥିବା ସଙ୍ଗୀତକୁ ଚିତ୍ରିତ କରିବାର ଲକ୍ଷ୍ୟ ରଖାଯାଇଛି। ଏହାର ସଙ୍ଗୀତର ରଚନା ଓ ନିର୍ଦ୍ଦେଶନା ଦେଇଛନ୍ତି ପ୍ରିତିରଞ୍ଜନ ପ୍ରଧାନ । ଆଗକୁ ଏଭଳି ସଙ୍ଗୀତ ମାଧ୍ୟମରେ ଯୁବ ପିଢ଼ିକୁ ନିଆରା ବାର୍ତ୍ତା ଦେଖିଛନ୍ତି ପ୍ରଡକ୍ସନ ଟିମ୍।

 

Leave A Reply

Your email address will not be published.