ଇଭେଣ୍ଟ ପାଇଁ ୨୯ ଲକ୍ଷ ଟଙ୍କା ନେଇ ଇଭେଣ୍ଟକୁ ଆସିଲେନି ଏହି ବୋଲ୍ଡ ଅଭିନେତ୍ରୀ, ଏବେ କ୍ରାଇମବ୍ରାଞ୍ଚର ମାରାଥନ ପଚରାଉଚରା

ବଲିଉଡର ବୋଲ୍ଡ ଅଭିନେତ୍ରୀ ତଥା ବେବି ଡଲ୍ ଭାବରେ ବେଶ ପରିଚିତ ସନ୍ନି ଲିଓନ। ସେ ତାଙ୍କର ବୋଲ୍ଡ ଲୁକ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ପୁଣି ଥରେ ସନ୍ନି ଚର୍ଚ୍ଚାକୁ ଆସିଛନ୍ତି କିନ୍ତୁ ଏଥର ଏହାର ପଛର କାରଣ ଅଭିନେତ୍ରୀଙ୍କ ଉପରେ ଲାଗିଥିବା ଠକାମୀର ଅଭିଯୋଗ । ଖାସ୍ ଏହି ଘଟଣା ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ସନ୍ନି ଲିଓନଙ୍କୁ ଘଣ୍ଟାଘଣ୍ଟା ଧରି ପଚରାଉଚରା କରିଛି ।

ସୂଚନା ଅନୁସାରେ, ଜଣେ ବ୍ୟକ୍ତି ସନ୍ନିଙ୍କ ଉପରେ ୨୯ଲକ୍ଷ ଟଙ୍କାର ଠକେଇ କରିଥିବା ଅଭିଯୋଗ ଆଣିଛନ୍ତି । ପେରୁ ମବରୁରରେ ରହୁଥିବା ଆର ଶ୍ରେୟସ ନାମକ ଜଣେ ବ୍ୟକ୍ତି ସନ୍ନି ଲିଓନଙ୍କ ବିରୋଧରେ ଏହି ଅଭିଯୋଗ କରିଛନ୍ତି । ଆର ଶ୍ରେୟସ ମାମଲାରେ ଦର୍ଶାଇଛନ୍ତି ଯେ, ସନ୍ନି ତାଙ୍କଠାରୁ ୨୯ଲକ୍ଷ ଟଙ୍କାର ଠକେଇ କରିଛନ୍ତି ।

ଶ୍ରେୟସ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ସନ୍ନିଙ୍କୁ ଦୁଇଟି ଇଭେଣ୍ଟ ପାଇଁ ଏହି ଟଙ୍କା ଦେଇଥିଲେ । କିନ୍ତୁ, ସେ ଇଭେଣ୍ଟକୁ ଆସିବାକୁ ମନା କରିଦେଇଥିଲେ । ପରେ ଟଙ୍କା ମଧ୍ୟ ଫେରାଇନଥିଲେ । ଯାହାଫଳରେ ବାଧ୍ୟ ହୋଇ ଉକ୍ତ ବ୍ୟକ୍ତିଜଣକ ଥାନାରେ ମାମଲା ରୁଜୁ କରିଥିଲେ । ଯାହାଫଳରେ କ୍ରାଇମ ବ୍ରାଞ୍ଚ ସନ୍ନି ଲିଓନୀଙ୍କୁ ଏହି ମାମଲାରେ ପଚାର ଉଚରା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.