ହଟ୍‌ ବିକିନୀ ଫଟୋ ଯୋଗୁଁ ଫସିଯାଇଥିଲେ ବାଣୀ, ଏବେ ଥାନାରେ ମାମଲା ରୁଜ୍ଜୁ

ନିକଟରେ ବଲିଉଡ ଅଭିନେତ୍ରୀ ବାଣୀ କପୁର ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ବିବାଦରେ ଫସିଯାଇଥିଲେ। ଯାହାକୁ ନେଇ ସୋସିଆଲ ମିଡିଆରେ ଏବେ ଝଡ ସୃଷ୍ଟି ହୋଇଥିଲା। ଏବେ ଏହି ଏକ ଫଟୋକୁ ନେଇ ମୁମ୍ବାଇର ଏକ ଥାନାରେ ମାମଲା ରୁଜୁ ହୋଇଛି। ନିକଟରେ ନିଜ ଆକାଉଣ୍ଟରେ ବାଣୀ ଏକ କ୍ରପ୍ ଟପ୍ ପିନ୍ଧା ଫଟୋ ଶେୟାର କରିଥିଲେ। ଏହି ଟପ୍‌ରେ ‘ହରେ ରାମ ହରେ କୃଷ୍ଣ’ ଲେଖାଥିବା ଦେଖିବାକୁ ମିଳିଥିଲା। ଫଟୋଟି ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେଉଥିବାରୁ ସୋସିଆଲ ମିଡିଆର ୟୁଜର୍ସମାନେ ମଧ୍ୟରେ ବାଣୀଙ୍କୁ ସମାଲୋଚନା କରିଥିଲେ। ମୁମ୍ବାଇର ଏମ.ଏମ୍‌ ଯୋଶୀ ମାର୍ଗ ପୋଲିସ ଥାନାରେ ତାଙ୍କ ନାଁରେ ଏକ ମାମଲା ରୁଜୁ କରାଯାଇଛି । ବାଣୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କେସରେ କୁହାଯାଇଛି।

ଏହାସହ ପଢ଼ନ୍ତୁ : ରିଲିଜ୍‌ ହେଲା ‘Pati Patni Aur Woh’ର ପ୍ରଥମ ଗୀତ, ଭିଡିଓ ଦେଖିଲେ ମନେ ପଡିଯିବେ ଗୋବିନ୍ଦା !

vaani-troll-

ସୂଚନାଯୋଗ୍ୟ, ବାଣୀଙ୍କ ଫଟୋକୁ ନେଇ ଲୋକଙ୍କ ଅଭିଯୋଗ ହେଲା, ଯେଉଁଭଳି ଟପ୍ ବାଣୀ ପିନ୍ଧିଛନ୍ତି, ଏଭଳି ପୋଷାକରେ ‘ହରେ ରାମ ହରେ କୃଷ୍ଣ’ ଲେଖାଯିବା କଥା ନୁହେଁ। ଏହା ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଉଛନ୍ତି। ସେହିପରି ତାଙ୍କ ବରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି ଉଠିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.