“ମାସୁମ ସଵାଲ”କୁ ନେଇ ଘନେଇବାରେ ଲାଗିଛି ବିବାଦ, ସ୍ୟାନିଟାରି ପ୍ୟାଡ଼ ଉପରେ ଶ୍ରୀକୃଷ୍ନଙ୍କ ଫଟୋକୁ ନେଇ ଦାୟର ହେଲା FIR

ହିନ୍ଦୀ ଫିଲ୍ମ “ମାସୁମ ସଵାଲ”କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି । ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇବା ଆରୋପରେ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକଙ୍କ ବିରୋଧରେ ଅଭିଯୋଗ ଅଣାଯାଇଛି । ଫିଲ୍ମ ପୋଷ୍ଟରରେ ସ୍ୟାନିଟାରି ପ୍ୟାଡ଼ ଉପରେ ଶ୍ରୀକୃଷ୍ଣଙ୍କ ଫଟୋକୁ ନେଇ ହିଁ ବିବାଦ ଦେଖାଦେଇଛି । ଏବେ ମାମଲା ଏତେ ତୀବ୍ର ହୋଇଛିଯେ ପୋଲିସ ନିକଟରେ ଏକ ଅଭିଯୋ ଏଫଆଇଆର ଦାୟର କରାଯାଇଛି । ରବିବାର ଦାୟିତ୍ୱରେ ଥିବା ଅଧିକାରୀ ମାନେ କହିଛନ୍ତିକି ” ମାସୁମ ସଵାଲ” ପୋଷ୍ଟର ଉପରେ ସ୍ୟାନିଟାରି ପ୍ୟାଡ଼ ଉପରେ ଭଗବାନ ଶ୍ରୀକୃଷ୍ଣଙ୍କ ଫଟୋ ଲଗାଇବା ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇବାକୁ ନେଇ ଏକ ରିପୋର୍ଟ ଦାୟର ହୋଇଛି । ଅନ୍ୟ ପକ୍ଷରେ ହିନ୍ଦୁ ରାଷ୍ଟ୍ର ନବନିର୍ମାଣ ସେନା ଅଧ୍ୟକ୍ଷ ଅମିତ ରାଠୋରଙ୍କ ଅଭିଯୋଗ କ୍ରମେ ଫିଲ୍ମ ନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟଙ୍କ ସମେତ ତାଙ୍କ କମ୍ପାନୀ ତଥା ପୁରା ଟିମ ବିରୋଧରେ ଏକ ଏଫଆଇଆର ଦରଜ କରାଯାଇଛି । ଶାସିଦାବାଦ ସର୍କଲର ଅଧିକାରୀ ସ୍ୱତନ୍ତ୍ର ସିଂହ କହିଛନ୍ତିକି FIR ଆଇପିସି ଧାରା ୨୯୫ ଅନୁସାରେ ଦରଜ ହୋଇଛି ।

ଅଭିଯୋଗକାରିଙ୍କ କହିବା ଅନୁଯାୟୀ ଫିଲ୍ମ ନିର୍ମାତା ସୟାନିଟାରି ପ୍ୟାଡ଼ ଉପରେ ଭଗବାନ ଶ୍ରୀକୃଷ୍ଣଙ୍କ ଫଟୋ ଲଗାଇଛନ୍ତି । ଏହା ଦ୍ୱାରା “ସନାତନ ଧର୍ମ”ର ଭାବନା ଗୁଡିକ ଉପରେ ଗଭୀର ଆଘାତ ଲାଗିଛି । ଉତ୍ତରପ୍ରଦେଶ ସମେତ ଅନ୍ୟାନ ରାଜ୍ୟ ମାନଙ୍କରେ ସାମ୍ପ୍ରଦାୟିକ ଦଙ୍ଗା ପରି ପରିସ୍ଥିତି ବଢ଼ିବାରେ ଲାଗିଛି । ଖବର ସଂସ୍ଥାକୁ ସୂଚନା ଦେବାକୁ ଯାଇ ଶ୍ରୀ ରାଠୋର କହିଛନ୍ତିକି ଯଦି ଫିଲ୍ମ ପରଦା ଉପରକୁ ଆସେ ତେବେ ସଂଘଠନ ଥିଏଟର ଗୁଡିକ ସାମ୍ନାରେ ଧାରଣାରେ ବସିବ । କହିରଖିବା ଉଚିତ ହେବକି ଅଗଷ୍ଟ ୫ ତାରିଖରେ ଫିଲ୍ମ “ମାସୁମ ସଵାଲ” ରିଲିଜ ହୋଇଛି । ମାସିକ ଧର୍ମକୁ ନେଇ ସଚେତନତା ସୃଷ୍ଟି କରିବା ହିଁ ଫିଲ୍ମର ମୂଳ ଉଦ୍ଦେଶ୍ୟ । କିନ୍ତୁ ଶ୍ରୀକୃଷ୍ଣଙ୍କ ଫଟୋ ଓ ପ୍ୟାଡ଼ର ଫଟୋକୁ ଏକା ସାଥିରେ ଦେଖି ହିନ୍ଦୁ ସଂଗଠନ ମାନେ ବିରୋଧ ଆଣିଛନ୍ତି |।

Leave A Reply

Your email address will not be published.