କଣ୍ଟ୍ରୋଭର୍ସି କୁଇନ ରାଖୀ ସାୱନ୍ତଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ସଂଘର୍ଷର କାହାଣୀ, କିଛି ଏମିତି ଥିଲା ତାଙ୍କ ପିଲାଦିନ

ନିରୁ ଭେଡା ଓରଫ ରାଖୀ ସାୱନ୍ତ ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ଆଜି ତାଙ୍କର 42 ତମ ଜନ୍ମଦିନ । ତାଙ୍କର ବିବାଦୀୟ ବୟାନ ଯୋଗୁଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏପର୍ଯ୍ୟନ୍ତ ସେ ଅନେକ ଆଶ୍ଚର୍ଯ୍ୟଜନକ ବୟାନ ଦେଇ ଚର୍ଚ୍ଚାରେ ରହି ଆସିଛନ୍ତି। ତେବେ ରାଖୀ କଣ୍ଟ୍ରୋଭର୍ସି କୁଇନ ଭାବରେ ମଧ୍ୟ ଜଣାଶୁଣା । ଆଜି ତାଙ୍କ ଜନ୍ମଦିନରେ ଆମେ ଆପଣଙ୍କୁ ତାଙ୍କ ସଂଘର୍ଷର କାହାଣୀ ବିଷୟରେ କହିବାକୁ ଯାଉଛୁ ।

Happy Birthday Rakhi Sawant Know Some Facts About Her And Watch Her Fun Videos- Inext Live

ରାଖୀ ଜଣେ ଭଲ ଡ୍ୟାନ୍ସର ଏବଂ ‘ଅଗ୍ନି ଚକ୍ର’ ଚଳଚ୍ଚିତ୍ରରୁ ସେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ଥରେ ଏକ ସାକ୍ଷାତକାରରେ କହିଥିଲେ ଯେ, ‘ମୁଁ ଘରୁ ପଳାଇ ଆସିଥିଲି ଏବଂ ନିଜ ଦମରେ ମୁଁ ଆଜି ଏହି ସ୍ଥାନରେ ଠିଆ ହୋଇଛି । ମୋର ନାମ ନିରୁ ଭେଡା ଥିଲା । ଯେତେବେଳେ ମୁଁ ଅଡିସନକୁ ଯାଉଥିଲି, ନିର୍ଦ୍ଦେଶକ-ନିର୍ମାତା ମୋତେ ପ୍ରତିଭା ପ୍ରଦର୍ଶନ କରିବାକୁ କହୁଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ମୁଁ ଜାଣି ନଥିଲି ସେ କେଉଁ ପ୍ରତିଭା ବିଷୟରେ କହୁଛନ୍ତି । ଯେତେବେଳେ ମୁଁ ମୋର ଫଟୋ ନେଇ ସେମାନଙ୍କ ନିକଟକୁ ଯାଉଥିଲି ସେମାନେ କବାଟ ବନ୍ଦ କରିଦେଉଥିଲେ । ମୁଁ କୌଣସି ପ୍ରକାରେ ସେଠାରୁ ଚାଲିଆସୁଥିଲି । ମୋ ମା’ ଏକ ଡାକ୍ତରଖାନାରେ କାମ କରୁଥିଲେ । ସେ ସେଠାରେ ଅଳିଆ ଆବର୍ଜନା ଉଠାଉଥିଲେ । ଆମକୁ ଦି ଓଳି ଦୁଇ ମୁଠା ଖାଇବାକୁ ମଧ୍ୟ ମିଳୁନଥିଲା ଏମିତିକି କାହାର ବଳି ଯାଇଥିବା ଖାଦ୍ୟ ଉଠାଇ ଆଣି ଆମେ ଖାଉଥିଲୁ ।

Rakhi Sawant Top 6 Controversies Birthday Special - कभी बाबा रामदेव से शादी तो कभी जबरन KISS, इन 6 बड़े विवादों से सुर्खियों में रह चुकी है राखी सावंत | Patrika News

10 ବର୍ଷ ବୟସରେ ରାଖୀଙ୍କ ପରିବାର ତାଙ୍କୁ ଟିନା ଅମ୍ବାନୀଙ୍କ ବିବାହରେ ଖାଦ୍ୟ ପରିବେଷଣ କରିବାକୁ ପ୍ରସ୍ତୁତ କରିଥିଲେ । ଏହି କ୍ୟାଟରିଂ କାମ ପାଇଁ ତାଙ୍କୁ ପ୍ରତିଦିନ 50 ଟଙ୍କା ଦିଆଯାଉଥିଲା । ତେବେ ବର୍ତ୍ତମାନ ରାଖୀ ଜଣେ ଜଣାଶୁଣା ଅଭିନେତ୍ରୀ ଏବଂ ତାଙ୍କର ଆଲୋଚନା ସବୁଆଡେ ଅଛି ।

Leave A Reply

Your email address will not be published.