ମୁମ୍ବାଇ(କେନ୍ଯୁଜ୍) : ସୁପରହିଟ୍ ଫିଲ୍ମ କୁଲି ନମ୍ବର ଓ୍ଵାନ୍ର ହେବ ରିମେକ । ତେବେ ଏହାର ରିମେକରେ ବରୁଣ ଧଓ୍ଵନ୍ ଅଭିନୟ କରିବେ । ଫିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ । ତେବେ ବରୁଣଙ୍କ ଅପୋଜିଟ୍ରେ କିଏ ନାୟିକା ହେବ ସେନେଇ ସ୍ଥିର ହୋଇନାହିଁ । ହିରୋଇନର ସନ୍ଧାନ ଚାଲିଛି । ପୂର୍ବରୁ ଜୁଡଓ୍ଵାର ରିମେକରେ ବରୁଣ ଅଭିନୟ କରିଥିଲେ ।
ଫିଲ୍ମଟି ୧୦୦କୋଟିରୁ ଅଧିକ କଲେକ୍ସନ କରିଥିଲା । କୁଲି ନମ୍ବର ଓ୍ଵାନ୍ ଫିଲ୍ମଟି ବକ୍ସଅଫିସରେ ଧମାଲ ମଚେଇବା ସହ ଭଲ ବିଜନେସ କରିଥିଲା । ଫିଲ୍ମରେ ଲିଡ ରୋଲରେ ଥିଲେ ଗୋବିନ୍ଦା ଓ କରିସ୍ମା କପୁର । ଫିଲ୍ମର ନିର୍ଦ୍ଦେଶନା ଦେଈଥିଲେ ବରୁଣଙ୍କ ପିତା ଡେଭିଡ୍ ଧାଓ୍ଵନ୍ ।