କରୋନା ବିପକ୍ଷରେ ଯୁଦ୍ଧକୁ ଓହ୍ଲାଇଲେ ଭାଇଜାନ, ମାଗିଲେ ୨୫ ହଜାର ଦିନ ମଜୁରିଆଙ୍କ ଆକାଉଣ୍ଟ ନମ୍ବର

କରୋନା ଭାଇରସ ବିପକ୍ଷରେ ଜାରି ରହିଥିବା ଲଢେଇରେ ବଲିଉଡର ଭାଇଜାନ ସଲମାନ ଖାନ ମଧ୍ୟ ଓହ୍ଲାଇଛନ୍ତି। କରୋନା ଯୋଗୁ ଚାଲିଥିବା ଲକଡାଉନରେ ଖାଇବାକୁ ପାଉନଥିବା ଶ୍ରମିକ ବା ଦିନ ମଜୁରିଆଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ସଲମାନ। ଦବଙ୍ଗ ଖାନ ୨୫ ହଜାର ଶ୍ରମିକଙ୍କୁ ଆକାଉଣ୍ଟ ଡିଟେଲସ ମାଗିଛନ୍ତି। ଫଳରେ ସେ ସେମାନଙ୍କୁ ସାହାଯ୍ୟ କରିପାରିବେ।

MERS-CoV: Symptoms, causes, risk factors, and treatment

ଲକଡାଉନ ଯୋଗୁ ଏବେ ସବୁ ଫିଲ୍ମର ସୁଟିଂ ବନ୍ଦ ରହିଛି। ଏଣୁ ଫିଲ୍ମ ଇଣ୍ଡଷ୍ଟ୍ରୀ ସହ ଜଡିତ ଶ୍ରମିକ ମାନଙ୍କ ରୋଜଗାର ଠପ୍ ହୋଇଯାଇଛି କହିଲେ ଚଳେ। ଏଭଳି ସ୍ଥିତିରେ ସେମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ସଲମାନ ଖାନ।

Salman Khan Interview: Akshay Kumar bigger star than Shah Rukh ...

ସୂଚନାନୁଯାୟୀ ସଲମାନ ଖାନ ଇଣ୍ଡଷ୍ଟ୍ରୀର ମାତୃ ସଂସ୍ଥା ଫେଡେରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜକୁ ଫୋନ କରି ୨୫୦୦୦ ଦିନ ମଜୁରିଆଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ସୂଚନା ନେଇଛନ୍ତି। ସେ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ଏଭଳି କରିଥିବା କହିଛନ୍ତି। ସଲମାନଙ୍କ ସାହାଯ୍ୟ ମନୋବୃତ୍ତିକୁ ସମସ୍ତେ ଖୁବ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.