ସବୁବେଳେ ଚର୍ଚ୍ଚାରେ ବଲିଉଡ୍ କ୍ୱିିଇନ୍ କଙ୍ଗନା ରାଣାଓ୍ଵତ। ଏବେ ବଢୁଛି କଙ୍ଗନାଙ୍କ ଅଡୁଆ । ଆସନ୍ତା ଶୁଣାଣିରେ ହାଜର ନହେଲେ ଜାରି ହେବ ଗିରଫ ପରୱାନା । ଜାଭେଦ ଅଖତରଙ୍କ ଦ୍ୱାରା କଙ୍ଗନାଙ୍କ ବିରୋଧରେ ଆଗତ ମାନହାନି ମାମଲାର ଶୁଣାଣି କରି କୋର୍ଟ ଏହି ଚେତାବନୀ ଦେଇଛନ୍ତି ।
ଏପଟେ ବଡ ପରଦାରେ ଜୟଲଳିତାଙ୍କ ଚରିତ୍ରରେ ଅଭିନୟ କରିବା ପରେ ଏବେ ଆଉ ଏକ ବଡ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି କଙ୍ଗନା ରଣାୱତ। ‘ଦ ଇନକାର୍ନେସନ- ସୀତା’ ରେ ମୁଖ୍ୟ ଚରିତ୍ର ଅର୍ଥାତ ମାତା ସୀତାଙ୍କ ଚରିତ୍ରରେ ଅଭିନୟ କରିବେ କଙ୍ଗନା। ଯାହାକୁ ନେଇ ଏଇମାତ୍ର କିଛି ସମୟ ପୂର୍ବରୁ ଅଫିସିଆଲ ଭାବେ ଘୋଷଣା କରାଯାଇଛି।