ପପୁଲାର ଟିଭି ଆକ୍ଟରଙ୍କ ଅବସ୍ଥା ସଂକଟାପନ୍ନ, ଫ୍ୟାନ୍ସଙ୍କୁ ପ୍ରାର୍ଥନା କରିବାକୁ ଅନୁରୋଧ କଲେ ସ୍ତ୍ରୀ

ସାରା ଦେଶ ଏବେ କରୋନା ଭାଇରସ ସହ ଲଢ଼େଇ କରୁଛି। ଏହି ଭାଇରସ ଏବେ ତାର ରୌଦ୍ର ରୂପ ଦେଖାଇବା ଆରମ୍ଭ କଲାଣି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଟିଭି ଏବଂ ଫିଲ୍ମ ଜଗତର କଳାକାରମାନେ ମଧ୍ୟ ଏହି ରୋଗର ଶିକାର ହେଉଛନ୍ତି। କିଛି ସପ୍ତାହ ତଳେ ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତା ଅନିରୁଦ୍ଧ ଦାଭେ କରୋନାର ଶିକାର ହୋଇଥିଲେ। ପରେ ସ୍ଥିତି ଅଧିକ ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଦେଖିବାକୁ ମିଳୁନାହିଁ । ଦିନକୁ ଦିନ ଆକ୍ଟରଙ୍କ ସ୍ୱାସ୍ଥ୍ୟ ଆହୁରି ଖରାପ ହୋଇ ହୋଇ ଚାଲିଛି।

ଏହି ଖବର ତାଙ୍କ ପ୍ରଶଂସକ ଏବଂ ପରିବାଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହି ସବୁ ମଧ୍ୟରେ ଅଭିନେତାଙ୍କ ପତ୍ନୀ ଶୁଭି ଆହୁଜା ସୋସିଆଲ ମିଡିଆରେ ଏକ ଇମୋସନାଲ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ବର୍ତ୍ତମାନ ତାଙ୍କ ଉପରେ ଯାହା ବିତୁଛି ତାହା ଜଣାଇଛନ୍ତି ।

 

View this post on Instagram

 

A post shared by ANIRUDH V DAVE (@aniruddh_dave)


ଶୁଭି ଅନିରୁଦ୍ଧଙ୍କ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ଛୋଟ ପୁଅକୁ କୋଳରେ ଧରିଛନ୍ତି । ସେ ଲେଖିଛନ୍ତି, ‘ମୁଁ ବର୍ତ୍ତମାନ ଅନିରୁଦ୍ଧଙ୍କୁ ଭେଟିବାକୁ ଯାଉଛି ଯିଏ କରୋନା ସହ ସଂଘର୍ଷ କରୁଛନ୍ତି ଏବଂ ଗୁରୁତର ଅଛନ୍ତି । ମୋତେ ମୋର ଦୁଇ ମାସର ସାନ ପୁଅ ଅନିସ୍କକୁ ଘରେ ଛାଡି ଯିବାକୁ ପଡୁଛି । ଏହା ମୋ ଜୀବନର ସବୁଠୁ ବଡ ଚ୍ୟାଲେଞ୍ଜ । ଗୋଟିଏ ପଟେ ଯେଉଁଠାରେ ଅନିସ୍କକୁ ମୋର ଆବଶ୍ୟକତା ରହିଛି କାରଣ ଏବେ ସେ ବହୁତ ଛୋଟ, ଅନ୍ୟପଟେ ମୋତେ ଅନିରୁଦ୍ଧଙ୍କୁ ଦେଖିବାକୁ ହସ୍ପିଟାଲ ମଧ୍ୟ ଯିବାକୁ ପଡିବ । ସେ ଏହା ଲେଖି ଆଗକୁ ଲେଖିଛନ୍ତି ଏହି ସମୟରେ ଅନିରୁଦ୍ଧଙ୍କୁ ଆପଣମାନଙ୍କର ପ୍ରାର୍ଥନାର ଆବଶ୍ୟକତା ରହିଛି । ଆପଣ ସମସ୍ତେ ପ୍ରାର୍ଥନା କରନ୍ତୁ ସେ ଜଲଦି ଠିକ ହୋଇଯାନ୍ତୁ ତାଙ୍କର କିଛି ନହେଉ।’

subhi1ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପଟିଆଲା ବେବସ୍ ଫେମ୍ ଅଭିନେତା ଅନିରୁଦ୍ଧ ପ୍ରାୟ ୧୦ ଦିନ ତଳେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ଅନିରୁଦ୍ଧ ଦାଭେଙ୍କର ଚଳିତ ବର୍ଷ ଫେବୃୟାରୀରେ ପୁଅ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.