କମଲ ହସନଙ୍କ ଫିଲ୍ମ ସେଟ୍‌ରେ ବଡ଼ଧରଣର ଦୁର୍ଘଟଣା, ୩ ଆସିଷ୍ଟାଣ୍ଟ ଡାଇରେକ୍ଟର ମୃତ ଓ ୯ ଗୁରୁତର

ଫିଲ୍ମଷ୍ଟାର କମଲ ହସନଙ୍କ ଫିଲ୍ମ ସେଟ୍‌ରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସମସ୍ତେ ଆସିଷ୍ଟାଣ୍ଟ ଡାଇରେକ୍ଟର ବୋଲି ଜଣାଯାଇଛି। ସୂଚନା ମୁତାବକ ଚେନ୍ନାର ଇବିପି ଷ୍ଟୁଡିଓରେ ଇଣ୍ଡିଆନ୍‌ ୨ ଫିଲ୍ମର ସୁଟିଂ ଚାଲିଥିବା ବେଳେ କ୍ରେନ୍‌ କ୍ରାଶ୍‌ ହୋଇ ଏହି ଅଘଟଣ ଘଟିଛି। ଏଥିରେ ୯ ଜଣ ଗୁରୁତର ହୋଇଛନ୍ତି।

Image result for crane-crashes-on-kamal-haasan-film-set-3-assistant-directors-killed

ବୁଧବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। କ୍ରେନ୍‌ କ୍ରାଶ୍‌ ହେବାରୁ ଉପରେ ବକ୍ସ ଉପରେ ଥିବା ଜଣେ ବ୍ୟକ୍ତିଙ୍କ ସମେତ ନିକଟରେ ଥିବା ଲୋକମାନେ ଏହା ତଳେ ଚାପି ହୋଇଯାଇଥିଲେ। ସମସ୍ତେ ସେଟ୍‌ର ଲାଇଟିଂରେ କାମ କରୁଥିବା ସୂଚନା ମିଳିଛି।

kamal-haasan

‘ଇଣ୍ଡିଆନ୍‌ ୨’ଫିଲ୍ମରେ ଏସ୍‌ ଶଙ୍କର ନିର୍ଦ୍ଦେଶନା ଦେଉଛନ୍ତି। କିଛି ସମୟ ପୂର୍ବରୁ ଫିଲ୍ମର ପୋଷ୍ଟର ରିଲିଜ୍‌ ହୋଇଥିଲା। ଏହି ଫିଲ୍ମର ପୋଷ୍ଟରରେ କମଲ ଜଣେ ବୃଦ୍ଧ ବ୍ୟକ୍ତି ଭୂମିକାରେ ନଜର ଆସିଥିଲେ। ୧୯୯୬ ମସିହାରେ ରିଲିଜ୍‌ ହୋଇଥିବା କମଲଙ୍କ ଫିଲ୍ମ ଇଣ୍ଡିଆନ୍‌ର ସିକ୍ୱେଲ ହେଉଛି ଏହି ଫିଲ୍ମ। ତେବେ ଦୁର୍ଘଟଣା ବେଳେ କମଳ ସେଠାରେ ଉପସ୍ଥିତ ନ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

indian-2-accident

ଘଟଣାକୁ ନେଇ ଦୁଃଖ ପ୍ରକାଶ କରି କମଲ କହିଛନ୍ତି ଯେ ଏହି ଦୁର୍ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ମୁଁ ମୋ ତିନି ଜଣ ସହଯୋଗୀଙ୍କୁ ହରାଇଛି। କଷ୍ଟ ଅପେକ୍ଷା ମୁଁ ସେମାନଙ୍କ ପରିବାର ବିଷୟରେ ଭାବି ଅଧିକ ଚିନ୍ତିତ ଅଛି, ଯାହାର ନିଜର ଲୋକମାନେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ସେମାନଙ୍କ ପ୍ରତି ଗଭୀର ସମ୍ବେଦନା ଦର୍ଶାଉଛି ବୋଲି କହିଛନ୍ତି କମଲ ହସନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.