ଫିଲ୍ମ ‘ଦବଙ୍ଗ ୩’ ପାଇଁ ଫ୍ୟାନ୍ସ ହେଲେ ପାଗଳ! ଫାଷ୍ଟ ଡେ ଫାଷ୍ଟ ଶୋ ପାଇଁ ଫ୍ୟାନ୍‌ କିଣିଲେ ୧୦୦ ଟିକେଟ୍‌, ଦେଖନ୍ତୁ ଭିଡିଓ

ସଲମାନ ଖାନଙ୍କ ଫିଲ୍ମ ଦବଙ୍ଗ୩କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜିନେସ୍‌ ଦେଖିବାକୁ ମିଳିଛି। ଫିଲ୍ମଟି ଫ୍ରାଇଡେରେ ରିଲିଜ୍‌ ହେବାକୁ ଯାଉଛି ଏବଂ ଫିଲ୍ମର ରିଲିଜକୁ ନେଇ ସଲମାନଙ୍କ ଫ୍ୟାନ୍ସ ବହୁତ ଏକସାଇଟେଡ୍‌ ଅଛନ୍ତି। ଫ୍ୟାନ୍ସଙ୍କ କ୍ରେଜିନେସର ଏକ ଝଲକ ଜାମ୍ମୁ ଫ୍ୟାନ୍‌ କ୍ଲବରେ ଦେଖିବାକୁ ମିଳିଛି, ଯେଉଁଠି ସଲମାନଙ୍କର ଫିଲ୍ମ ଦବଙ୍ଗ ପାଇଁ ୧୦୦ ଟିକେଟ୍‌ କିଣାଯାଇଛି। ଜାମ୍ମୁର ଏହି ଫ୍ୟାନ୍‌ କ୍ଳବ ଦବଙ୍ଗ ୩ର ଫାଷ୍ଟ ଡେ ଫାଷ୍ଟ ଶୋ ପାଇଁ ୧୦୦ ଟିକେଟ୍‌ କିଣିଛନ୍ତି। ଟ୍ଵିଟରରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏହି ଫ୍ୟାନ୍‌ କ୍ଲବର ସଲମାନଙ୍କ ପାଇଁ ଥିବା ପାଗଲାମି ଦେଖିବାକୁ ମିଳୁଛି।

video courtesy : sahil khan

ନିକଟରେ ସଲମାନ ଜଣାଇଥିଲେ ଯେ ଦବଙ୍ଗ ଚରିତ୍ର ପାଇଁ ପ୍ରଥମ ପସନ୍ଦ ନଥିଲେ। ଏଥିପାଇଁ ପ୍ରଥମେ ରଣଦୀପ୍‌ ହୁଡ୍ଡାଙ୍କ ନାମ ଫାଇନାଲ କରାଯାଇଥିଲା। ଫିଲ୍ମରେ ଅରବାଜ୍‌ ଏବଂ ରଣଦୀପ ଆସିବାର ଥିଲା। ସଲମାନ ଜଣାଇଛନ୍ତି ଯେ ଏହା ବହୁତ ଛୋଟ ଫିଲ୍ମ ଥିଲା ଯାହା ୨ କୋଟି ବଜେଟରେ ସୁଟିଂ ହୋଇଥିଲା। ସେତେବେଳେ ଅରବାଜ୍‌ ଏବଂ ରଣଦୀପ ହୁଡ୍ଡା ଥିଲେ। ଅରବାଜ୍‌ ମୋତେ ଏଥିପାଇଁ ମୋତେ ଆପ୍ରୋଚ୍‌ କଲେ ଏବଂ ଏହା ଶୁଣି ବହୁତ ଭଲ ଲାଗିଲା।

 

View this post on Instagram

 

#Dabangg3 team arrives in Bengaluru for promotions @saieemmanjrekar @prabhudevaofficial @kichchasudeepa @skfilmsofficial

A post shared by Chulbul Pandey (@beingsalmankhan) on

ସଲମାନ ଏବେ ଫିଲ୍ମ ଦବଙ୍ଗ ୩ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ସହିତ ସେ ଆଗାମୀ ଫିଲ୍ମ ‘ରାଧେ’ ପାଇଁ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ଏଥିରେ ପ୍ରଭୁ ଦେବା ଡାଇରେକ୍ଟ କରୁଛନ୍ତି। ଦବଙ୍ଗ୩ ରେ ମହେଶ ମାଞ୍ଜେରକରଙ୍କ ଝିଅ ସଇ ମାଞ୍ଜେରକର ମଧ୍ୟ ଏହି ଫିଲ୍ମରେ ବଲିଉଡରେ ଡେବ୍ୟୁ କରିଛନ୍ତି।

video courtesy : skf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.