ମହାକାଶରେ ହେଲା ଫିଲ୍ମ ଶୁଟିଂ, ଶୁଟିଂ ସାରି ଫେରିଲେ ଫିଲ୍ମ ନିର୍ମାତାକାରୀ ଦଳ

ନୂଆଦିଲ୍ଳୀ : ବଲିଉଡ଼୍‍ ହେଉ ବା ହଲିଉଡ଼୍‍,ଫିଲ୍ମ ସୁଟିଂ ପାଇଁ ବିଭିନ୍ନ ଦେଶକୁ ଫିଲ୍ମ ନିର୍ମାତା ଦଳ ଯାଉଥିବା କଥା ଆପଣ ଶୁଣିଥିବେ । ହେଲେ ଏବେ ଫିଲ୍ମ ଶୁଟିଂ ପାଇଁ ମହାକାଶକୁ ଯାଇଥିଲେ ଏକ ଫିଲ୍ମ ନିର୍ମାତା ଦଳ । ଅବଶ୍ୟ ଶୁଟିଂ ସାରି ସେମାନେ ନିରାପଦରେ ପୃଥିବୀ ପୃଷ୍ଟକୁ ଫେରି ଆସିଛନ୍ତି । ଏଡି ଚଳଚ୍ଚିତ୍ରଟି ଥିଲା ଋଷୀୟ ।

ଋଷୀୟ ଚଳଚ୍ଚିତ୍ରର ଶୁଟିଂ ସାରି ପୃଥିବୀକୁ ଫେରିଛନ୍ତି କ୍ରିଉ ମେମ୍ବର । ଏହି ଫିଲ୍ମର ଶୁଟିଂ ପାଇଁ କର୍ମଚାରୀମାନେ ୧୨ ଦିନ ମହାକାଶରେ ବିତାଇଥିଲେ । ମହାକାଶରେ ଶୁଟିଂ ହୋଇଥିବା ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର । ଯାହାର କାହାଣୀର କିଛି ଅଂଶ ଆଇଏସ୍ଏସ୍ରେ ଶୁଟିଂ କରାଯାଇଛି ।

film in space.
p.c : forbes India

ଷ୍ଟାର ୱାର, ଷ୍ଟାର ଟ୍ରେକ୍, ସାଇନ୍ସ ଫିକସନ ସିନେମା ର ମହାକାଶ ଇଫେକ୍ଟ ପୃଥିବୀ ପୃଷ୍ଠରେ ତିଆରି ହେଉଥିଲା । ଏବେ କିନ୍ତୁ ସ୍ପେସରେ ସୁଟିଂ ହୋଇଛି ଏହି ଇଫେକ୍ଟର ଫିଲ୍ମ। ଆନ୍ତର୍ଜାତିକ ସ୍ପେସ ଷ୍ଟେସନରେ ସୁଟିଂ ସାରି ଫେରିଛନ୍ତି ଋଷ ମହାକାଶଚାରୀଙ୍କ ସହ ଋଷ ସିନେ ନିର୍ମାତା। ଅଭିନେତ୍ରୀ ୟୁଲିଆ ପେରେସିଲ୍ଡ ଓ ପ୍ରଯୋଜକ କ୍ଲିମ୍ ସିପେଙ୍କୋ ସୁଟିଂ ସାରି ପୃଥିବୀରେ ଲ୍ୟାଣ୍ଡ କରିଛନ୍ତି।

କଜକାସ୍ଥାନ ରେ ଅବତରଣ କରିଛି ସ୍ପେସ୍କ୍ରାଫ୍ଟ। ସୋୟୁଜ୍ MS18 ସ୍ପେସ୍ କ୍ରାଫ୍ଟ ଜରିଆରେ ଫେରିଛନ୍ତି ସିନେମା ନିର୍ମାତାକାରୀ ଦଳ। କସ୍ମୋନଟ୍ ଓଲେଗ୍ ନୋଭିଟ୍କସୀ ସେମାନଙ୍କୁ ଧରି ଫେରିଥିଲେ।

film in space
p.c : twentyfournews.com

ଦ ଚ୍ୟାଲେଞ୍ଜ ଫିଲ୍ମର ସୁଟିଂ ପାଇଁ ଚଳିତ ମାସ ଦୁଇ ଜଣ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନକୁ ଯାଇଥିଲେ। ଫିଲ୍ମର କାହାଣୀ କଣ ଓ ବଜେଟ୍ କେତେ ତାହା ଗୁପ୍ତ ରଖାଯାଇଛି। ଯଦି ଏହି ପ୍ରୋଜେକ୍ଟ ସଫଳ ହୁଏ ତେବେ ମହାକାଶରେ ସୁଟିଂ ପାଇଁ ଯୋଜନା କରୁଥିବା ହଲିଉଡ୍କୁ ମଧ୍ୟ ଟପିଯିବ ଋଷ।

ମିସନ ଇମ୍ପସିବଲ ଫିଲ୍ମ ପାଇଁ ମହାକାଶରେ ସୁଟିଂ ଲାଗି ଟମ୍ କ୍ରୁଜ୍ ନାସା ଓ ଏଲୋନ ମସ୍କଙ୍କ ସ୍ପେସ ଏକ୍ସ ସହ ଚୁକ୍ତି କରିଛନ୍ତି। ଫିଲ୍ମ ସୁଟିଂ ସହଜ ନଥିଲା। ଅକ୍ଟୋବର ୫ରେ ଆଇଏସ୍ଏସ୍ରେ ପହଞ୍ଚିବା ସମୟରେ ଡକିଂ ସିଷ୍ଟମ ଫେଲ୍ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.