କୋର୍ଟଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫଶିଲେ କଙ୍ଗନା ରାଣାୱତ, ଅପରାଧିକ ମାମଲା ଦର୍ଜ

ବିବାଦ ଯେମିତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ପିଛା ଛାଡିବାର ନାଁ ନେଉନି । ଗଲା କିଛି ଦିନ ହେବ ତାଙ୍କ ନାଁରେ ଗୋଟେ ପରେ ଗୋଟେ ମାମଲା ଦାୟର ହେବାରେ ଲାଗିଛି । ନିକଟରେ ତାଙ୍କ ଦ୍ୱାରା କରାଯାଇଥିବା ଏକ ଟ୍ୱିଟକୁ ନେଇ ବିବାଦ ପୁଣି ଥରେ ମୁଣ୍ଡ ଟେକିଛି । ନ୍ୟାୟପାଳିକାଙ୍କ ବିରୋଧରେ ଏକ ଟ୍ୱିଟ ପୋଷ୍ଟ କରିବା ନେଇ ତାଙ୍କ ନାଁରେ ଅପରାଧିକ ମାମଲା ଦର୍ଜ ହୋଇଛି । ମୁମ୍ବାଇସ୍ଥିତ ଅଂଧେରୀ ଅଦାଲତର ଓକିଲ ଅଲି କାସିଫ ଖାଁ, କଙ୍ଗନା ରାଣାୱତଙ୍କ ଉପରେ ରାଜଦ୍ରୋହ ଓ ଦୁଇଟି ଧାର୍ମିକ ସମୁଦାୟଙ୍କ ମଧ୍ୟରେ ବିବାଦ ଉପୁଜିବା ସୃଷ୍ଟି ନେଇ ଆରୋପ ଲଗାଇଛନ୍ତି । ଅଭିଯୋଗରେ ଆହୁରି ମଧ୍ୟ ଦର୍ଶାଯାଇଛିକି, ଗଲା କିଛି ଦିନ ହେବ କଙ୍ଗନା ଭାରତର ବିଭିନ୍ନ ସମୁଦାୟ, ଆଇନ କାନୁନ ଓ ଅଧିକୃତ ସରକାରୀ ନିୟମ କିମ୍ବା ଅଫିସ ଗୁଡିକୁ କୌଣସି ପ୍ରକାର ସମାନ କରୁନାହାନ୍ତି । ବରଂ ଆପତ୍ତିଜନକ ମନ୍ତବ୍ୟ ଦେଉଛନ୍ତି । ଏମିତିକି ଅନେକ ଥର ନ୍ୟାୟପାଳିକାଙ୍କର ମଜା ବି ଉଡାଇଛନ୍ତି ।

ଏହାକୁ ନେଇ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ଆଦେଶରେ ତାଙ୍କ ବିରୋଧରେ ଏକ ମାମଲା ଦର୍ଜ ହେବା ପରେ ପୋଲିସ ଆସନ୍ତା ସପ୍ତାହ କଙ୍ଗନା ଓ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କୁ ପଚରାଉଚୁରା କରିବାକୁ ଡାକିଛନ୍ତି । କହିରଖିବା ଉଚିତ ହେବକି, କଙ୍ଗନା “ଦୁର୍ଭାଗ୍ୟପୂର୍ଣ୍ଣ ଓ ଅପମାନଜନକ” ଟ୍ୱିଟ ପୋଷ୍ଟ କରି ଏହାକୁ “ପପୁ ସେନା”ର ଆଖ୍ୟା ଦେଇଛନ୍ତି । ଏହି ମାମଲାର ଶୁଣାଣି ଅଂଧେରୀ ଅଦାଲତରେ ଆସନ୍ତା ନଭେମ୍ବର ୧୦ ତାରିଖରେ କରାଯିବା ନେଇ ସ୍ଥିର ହୋଇଛି । ମାଜିଷ୍ଟ୍ରେଟ ଅଦାଲତ ଶନିବାର ବଲିଉଡ ନିର୍ଦ୍ଦେଶକ ମୁନବାର ଅଲ୍ଲୀ ସୟଦଙ୍କ ଅଭିଯୋଗ କ୍ରମେ ପୋଲିସକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହାକୁ ନେଇ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲିଙ୍କୁ ବୁଧବାର ମୁମ୍ବାଇ ପୋଲିସ ସମନ ଜାରି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.