ସଲମାନ ଏବଂ ଜେନେଲିଆଙ୍କ କ୍ୟୁଟ୍ ଡ୍ୟାନ୍ସ ଭିଡିଓ ଇଣ୍ଟରନେଟ୍ରେ ଭାଇରଲ

ବଲିଉଡର ଦବଙ୍ଗ ଖାନଙ୍କ ଜନ୍ମଦିନ ନିଶା କେବଳ ତାଙ୍କ ଫ୍ୟାନ୍ସ ନୁହଁନ୍ତି ବରଂ ବଲିଉଡ ଇଣ୍ଡଷ୍ଟ୍ରୀର କିଛି ସେଲିବ୍ରିଟିଙ୍କ ମଧ୍ୟରେ ରହିଛି। ନିଜ ନିଜ ଅନ୍ଦାଜରେ ସଲମାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନେକ ସେଲିବ୍ରିଟି। ଏମାନଙ୍କ ମଧ୍ୟରେ ସବୁଠୁ ଉପରେ ଜେନେଲିଆଙ୍କ ନାମ ରହିଛି। ସଲମାନଙ୍କ ଜନ୍ମଦିନରେ ଜେନେଲିଆ ସବୁଠାରୁ ଭଲ ମେସେଜ ମଧ୍ୟ କରିଛନ୍ତି। ଜେନେଲିଆ ସୋସିଆଲ ମିଡିଆରେ ସଲମାନଙ୍କ ସହିତ ଏକ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ସେୟାର ହେବା ପରେ ଭାଇରଲ ହେବାରେ ଲାଗିଛି।
ଜେନେଲିଆ ଇନଷ୍ଟାଗ୍ରାମରେ ନିଜ ଅନ୍ଦାଜରେ ସଲମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜେନେଲିଆ ସଲମାନଙ୍କ ସହିତ ଏକ ଡ୍ୟାନ୍ସ ଭିଡିଓ ସେୟାର କରିବା ପରେ ଫ୍ୟାନ୍ସ ପୁରା ପାଗଳ ହୋଇଯାଇଛନ୍ତି। ଏହି ଭିଡିଓକୁ ସେୟାର କରି କ୍ୟାପସନ ଲେଖିଛନ୍ତି, ‘ ସବୁଠାରୁ ବଡ ଦିଲଓ୍ଵାଲେକୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ଈଶ୍ୱର ଆପଣଙ୍କୁ ଦୁନିଆର ସବୁ ଖୁସି ଦିଅନ୍ତୁ। ଆଉ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହୁ। ଆଜି ଭାଇଜାନଙ୍କ ବାର୍ଥଡେ। ଜେନେଲିଆଙ୍କ ଏହି ମେସେଜ ଓ ଭିଡିଓ ସଲମାନଙ୍କ ଫ୍ୟାନ୍ସକୁ ଖୁବ୍ ପସନ୍ଦ ଆସିଛି।
View this post on Instagram
ଏହି ଭିଡିଓରେ ଜେନେଲେିଆ ଏବଂ ସଲମାନ ପ୍ରାୟ ଏକା ରଙ୍ଗର ଡ୍ରେସ ପିନ୍ଧିଥିବା ନଜର ଆସିଛନ୍ତି। ଆଉ ଦୁହେଁ ଏକଦମ୍ ମତୁଆଲା ହୋଇ ଡ୍ୟାନ୍ସ କରୁଛନ୍ତି। ଜେନେଲିଆ ଡ୍ୟାନ୍ସ କରୁଥିବା ସମୟରେ ବହୁତ ଚିଲାଉଛନ୍ତି ମଧ୍ୟ। ଏହି ଭିଡିଓ ସଲମାନଙ୍କ ପନବେଲ ଫାର୍ମ ହାଉସ୍ର ଭିଡିଓ। ଏହା ଏକ ପାର୍ଟିର ଭିଡିଓ ଭଳି ଲାଗୁଛି। ଏଥିରେ ବଲିଉଡର ବଡ ବଡ ସେଲିବ୍ରିଟି ନଜର ଆସିଛନ୍ତି।
ରିପୋର୍ଟ ମୁତାବକ, ସଲମାନ୍ ଖାନ୍ଙ୍କୁ ଏକ ସାପ କାମୁଡ଼ିଥିଲା। ପରିବାର ଲୋକେ ତାଙ୍କୁ ମୁମ୍ବାଇର କାମୋଠେ ଅଞ୍ଚଳରେ ଥିବା ଏମ୍ଜିଏମ୍ (ମହାତ୍ମାଗାନ୍ଧୀ ମିଶନ ହସ୍ପିଟାଲ)ରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ଯାଞ୍ଚ ପରେ ଜାଣିଥିଲେ ଯେ ସଲମାନ୍ଙ୍କୁ ଏକ ବିଷ ନଥିବା ସାପ କାମୁଡ଼ିଛି। ଫଳରେ ଭାଇଜାନ୍ଙ୍କ ଉପରେ ଏତେଟା ପ୍ରଭାବ ପଡ଼ିନାହିଁ। ତେବେ ସଲମାନ୍ଙ୍କୁ ସାପ କାମୁଡ଼ିବା କଥା ଫ୍ୟାନ୍ମାନେ ଜାଣିବା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।